ପୁରା ଖବର ବିଷୟରେ



ଜିଲ୍ଲା ଗ୍ରାମୀୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଧେଶକଙ୍କ ଚନ୍ଦ୍ରପୁର ବ୍ଲକ ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ ଓ ସମୀକ୍ଷା l

Jun 19 2021 7:27PM
(ଗୁଣୁପୁର ରୁ ମନୋଜ କୁମାର ଦାସ ଙ୍କ ରିପୋର୍ଟ) ରାୟଗଡ ଜିଲ୍ଲା ଗ୍ରାମୀୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ମହେଶ୍ୱର ନାଏକଙ୍କ ଚନ୍ଦ୍ରପୁର ବ୍ଲକକୁ ଗତ ୧୮:୦୩:୨୧ରିଖରେ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଛନ୍ତି l ବ୍ଲକର ତୁରୀଗୁଡା ପଂଚାୟତ ଓ ପିସକାପାଙ୍ଗା ପଂଚାୟତ ଗସ୍ତ କରି ଲୁଣ୍ଡରୁବାଡ଼ିରୁ ଡେରାଡେକା ଓ ମଦପଦର ରୁ ମାତ୍ରଗୁଡା ରାସ୍ତା, କରଲକାନlରୁ ମାତ୍ରଗୁଡା ରାସ୍ତା ଅନୁଧ୍ୟାନ କରିଥିଲେ l ସେହିପରି ମିଶନ ଶକ୍ତି ଗୃହ, କରଲାକନାରେ ନିର୍ମିତ ପୋଖରୀ,କେନାଲ ଖାନାନ,ଲୁଣ୍ଡରୁବାଡିଠାରେ ଗାଧୁଆ ଗୃହ ଅନୁଧ୍ୟାନ କରିଥିଲେ l ସେହିପରି ପିସକାପାଙ୍ଗ ଠାରେ ନିର୍ମାଣଧୀନ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ବାସଭବନ, ମିଶନ ଶକ୍ତି ଗୃହ ପରିଦର୍ଶନ କରିଥିଲେ l ଏହାପରେ ବ୍ଲକରେ କାର୍ଯ୍ୟକ୍ରମର ସମୀକ୍ଷା କରି ବ୍ଲକର ସମସ୍ତ ଗ୍ରାମକୁ ରାସ୍ତା ନିର୍ମାଣ କରି ଯୋଗଯୋଗ ସୁବିଧା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ଏହା ସହିତ ଆମଗାଁ ଆମ ବିକାଶ, ମିଶନ ଶକ୍ତି ଗୃହ, ଅଙ୍ଗନବାଡି କେନ୍ଦ୍ର ଓ ଗ୍ରାମୀୟ ଗୃହ ଏବଂ ଜୀବିକା ମିଶନର କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଥିଲେ l ଏହି ସମୀକ୍ଷା ବୈଠକରେ ଚନ୍ଦ୍ରପୁର ସମିତି ଅଧ୍ୟକ୍ଷ, ବିଡ଼ିଓ ଶ୍ରୀ ଜରଜ ଡୁଙ୍ଗଡୁଙ୍ଗ, ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଏହାପରେ ପିଡି, ଡ଼ିଆରଡିଏ ଶ୍ରୀ ନାଏକ ବିଷମ କଟକ ବ୍ଲକ ପରିଦର୍ଶନ କରିଥିଲେ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରି ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନାରେ ତୁରନ୍ତ ଏସ୍ଟିମେଟ ଦାଖଲ କରି ଗରିବ ଓ ଅଙ୍କୁଶଳି ମାନଙ୍କୁ କର୍ମନିଯୁକ୍ତି ଯୋଗାଇବା ପାଇ ନିର୍ଦ୍ଦେଶ ଦେଇଥିଲେ l ଏହା ସହିତ କୋଭିଡ ପରିସ୍ଥିତି ଓ ପ୍ରସ୍ତୁତି ଉପରେ ମଧ୍ୟ ସମୀକ୍ଷା କରିଥିଲେ l ସମୀକ୍ଷା ବେଳେ ବ୍ଲକର ସମସ୍ତ ଗ୍ରାମକୁ ରାସ୍ତା ନିର୍ମାଣ କରି ଯୋଗଯୋଗ ସୁବିଧା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ l