ପୁରା ଖବର ବିଷୟରେ



ରକ୍ତ ନମୁନା ଦେବା ପାଇଁ ଆସିଲେନି ଲୋକେ, ସଚେତନତା ଅଭାବ ଯୋଗୁଁ ଜଙ୍ଗଲରେ ଲୁଚିଲେ ଗ୍ରାମ ବାସି

Jun 17 2021 7:31PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡାରେ ଆଜି ଠାରୁ ଆରମ୍ଭ ହୋଇଛି ସେରୋ ସର୍ଭେ । ଛଅ ବର୍ଷରୁ ଉର୍ଦ୍ଧ୍ବ ଶିଶୁଙ୍କ ସମେତ ବୟଷ୍କ ବ୍ୟକ୍ତିଙ୍କ ଠାରୁ ସଂଗ୍ରହ ହେବ ନମୁନା । ଏଥି ପାଇଁ ରାୟଗଡାରେ ଏକ ୯ ଜଣିଆ ଟିମ ରାୟଗଡାରେ ପହଚିଂ ଆଜି ଜୁରୁଡି ଗ୍ରାମକୁ ଯାଇଥିଲେ । ହେଲେ ସେଠାରେ ଜୁରୁଡି ଗ୍ରାମବାସୀ ରକ୍ତ ନମୁନା ଦେବାକୁ ଆସିବା ପରିବର୍ତେ ଘରେ ଚାବି ପକାଇ ଜଙ୍ଗଲକୁ ଯାଇ ଲୁଛି ଥିବାର ଦେଖିବାକୁ ମିଳିଥିଲା । ଭିଓ-ଶିଶୁଙ୍କ ସ୍ୱାସ୍ଥ୍ୟରେ ମହାମାରିକୁ ପ୍ରତିରୋଧ ନିମନ୍ତେ ଆଟିଂବଡି କିଭଳି ରହିଛି ସେନେଇ ଅଖିଳ ଭାରତିୟ ଚିକିତ୍ସା ଅନୁସନ୍ଧାନ ପରିଷଦ ( ଆଇସିଏମ୍‌ଆର୍‌) ପକ୍ଷରୁ କରାଯାଇଥିବା ତାଲିକାରେ ରାୟଗଡା ଜିଲ୍ଲା ସାମିଲ ହୋଇଥିଲା । ରାଜ୍ୟ ରାଜଧାନି ଭୂବନେଶ୍ୱର ସ୍ଥିତ ଆଇସିଏମ୍‌ଆର୍ ଶାଖା ଆଚଂଳିକ ମେଡିକାଲ ରିସର୍ଚ୍ଚ କେନ୍ଦ୍ର ପକ୍ଷରୁ ରାୟଗଡା ଜିଲ୍ଲାରେ ୧୦ ଗୋଟି କ୍ଲଷ୍ଟରରେ ଏହି ସେରୋ ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଜି ଏହି ଟିମ ରାୟଗଡା ବ୍ଲକ ବାଇସିଙ୍ଗ ପଚାଂୟତ ଜୁରୁଡି ଗ୍ରା୍ରମରେ ପହଚିଂ ଥିଲେ ନମୁନା ସଂଗ୍ରହ ନିମନ୍ତେ । ହେଲେ ସେଠାରେ ଗ୍ରାମବାସୀ ମାନେ ରକ୍ତ ନମୁନା ଦବାକୁ ଆସିବା ପରିବର୍ତେ ଘର ଚାବି ପକାଇ ନିକଟସ୍ତ ଜଙ୍ଗତଲକୁ ଚାଲି ଯାଇ ଲୁଚିଥିଲେ । କାରଣ ପଚାରିବାରୁ ଘ୍ରାମବାସୀ ମାନେ କହିଥିଲେଯେ ଟିକା ନେଲେ ମରିଯାଉଛନ୍ତି ତେଣୁ ଆମେ ଟିକା ନବୁ ନାଇଁ ବୋଲି ଗ୍ରାମର ସମସ୍ତେ କହିଛନ୍ତି ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ଆଜି ଟିକା ଦିଆହବନି କେବଳ ରକ୍ତ ନମୁନା ନିଆଯିବ ବୋଲି ଯେତେ ବୁଝାଇଥିଲେ ମଧ୍ୟ ସେମାନେ ସୁଣି ନଥିଲେ । ସଚେତନତା ର ଅଭାବ ଯୋଗୁଁ ଗ୍ରାମାଞ୍ଚଳରେ ଆଦିବାସୀ ମାନେ ମାନିବାକୁ ନାରାଜ । ଆମେ ଟିକା ନେଇ ମରିବୁ କାହିଁକି ବୋଲି ଓଲଟା ପ୍ରଶ୍ନ କରିଛନ୍ତି । ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀମାନଙ୍କ ପକ୍ଷରୁ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଗ୍ରାମବାସୀ ମାନେ ମାନିବାକୁ ନାରାଜ । ଆସୁଛୁ ବୋଲି କହି ଘରେ ଚାବି ପକାଇ ପିଲାଛୁଆଙ୍କୁ ଧରି ସପରିବାର ନିକଟସ୍ତ ଜଙ୍ଗଲକୁ ଯାଇ ଲୁଚିଥିବାର ଦେଖିବାକୁ ମିଲିଥିଲା । କେବଳ ଗ୍ରାମର ୫ ଜଣଙ୍କର ରକ୍ତ ନମୁନା ସଂଗ୍ରହ କରିବାରେ ସକ୍ଷମ ସୋଇଥିଲେ ବିଶେଷଜ୍ଞ ଟିମ ।