ପୁରା ଖବର ବିଷୟରେ



ରାୟଗଡ଼ା ଜିଲ୍ଲା ମୁନିଗୁଡା ପୋଲିସ ଦ୍ୱାରା ବାଇକ ସହ ୨୨ କେଜି ଗଞ୍ଜେଇ ଯବତ, ଜଣେ ଗିରଫ

Jun 15 2021 10:44PM
ରାୟଗଡ଼ା ଜିଲ୍ଲା ମୁନିଗୁଡା ପୋଲିସ ଦ୍ୱାରା ବାଇକ ସହ ୨୨ କେଜି ଗଞ୍ଜେଇ ଯବତ, ଜଣେ ଗିରଫ l (ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁନିଗୁଡା ପୋଲିସକୁ ମିଳିଛି ପୁଣି ଏକ ସଫଳତା l ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ହୁକୁମତୋଳା ଭୈରବ ମନ୍ଦିର ନିକଟରୁ ଏକ ବାଇକ। (OR 05 AU 4590) ସହ ୨୨ କେଜି ଗଞ୍ଜେଇ ଜବତ କରିଥିବା ସହ ଜଣକୁ ଗିରଫ କରିଛି l ଗିରଫ ଗଞ୍ଜେଇ ମାଫିଆ ଜଣକ ଗଜାକୁପୁଲି ଗାଁ ର ଧନେଶ୍ବର ସାରକା । ଯବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ୍ୟରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି l ଏହି ଗଞ୍ଜେଇ କୁ ଏହି ମାଫିଆ ମାନେ ଚନ୍ଦ୍ରପୁର ଥାନା ହନୁମନ୍ତପୁର ଅଞ୍ଚଳରୁ ମୁନିଗୁଡା ଆଣୁଥିବା ଜଣା ପଡିଛି ତେଣୁ ଏମାନେ କେଉଁଠି ବିକ୍ରି ପାଇଁ ଆଣୁଥିଲେ ତାହା ପୋଲିସ ତଦନ୍ତ କରୁଥିବା ବେଳେ ଗିରଫ ବ୍ୟକ୍ତିକୁ କୋର୍ଟ ଚାଲାଣ କରିବା ସହ କେଶ ନମ୍ବର ୭୫/୨୧ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା କହିଛନ୍ତି ଥାନା ଅଧିକାରୀ ଶ୍ରୀମତୀ ସୁଜ୍ଞାନୀ ସାହୁ l