ପୁରା ଖବର ବିଷୟରେ



ରାୟଗଡ଼ା ରେ ଋଣ ,ବିଦ୍ୟୁତ ବିଲ୍ ଓ ଘର ଭଡ଼ା ଛାଡିବା ପାଇଁ ନଗର ଭାଜପା ତରଫରୁ ଏ.ଡି.ଏମ ଙ୍କୁ ଦାବିପତ୍ର ପ୍ରଦାନ

Jun 15 2021 4:39PM
(ଓଡିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା : ଆଜି ଭାରତୀୟ ଜନତା ପାର୍ଟି ରାୟଗଡ଼ା ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ ଙ୍କ ନେତୃତ୍ୱରେ ରାୟଗଡ଼ା ର ବ୍ୟବସାୟୀ ମାନଙ୍କ ପ୍ରତି ଲକଡାଉନ ରେ ଦୋକାନ ଭଡ଼ା, ବିଦ୍ୟୁତ ବିଲ ଛାଡ଼ କରିବା ଏବଂ ଫାଇନାନ୍ସ ସଂସ୍ଥା ଦ୍ଵାରା ଜବରଦସ୍ତ କରି ମଗାଯାଇଥିବା ଇ.ଏମ.ଆଇ ଓ ଲୋକଙ୍କୁ ଦିଆଯାଇଥିବା ହାତଧାର ଋଣକୁ ସମୟ ଦିଆଯିବାପାଇ ଦାବି ପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବି ପୂରଣ ନ ହେଲେ ଆସନ୍ତା ଦିନରେ ଆନ୍ଦୋଳନ କରାଯିବ ବୋଲି ନଗର୍ ସଭାପତି ଶ୍ୟାମ କୁମାର ଦାଶ ପ୍ରକାଶ କରିଛନ୍ତି ଉକ୍ତ କାର୍ଯ୍ୟକ୍ରମରେ ଭାଜପା ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାସ ସମେତ ଅଜୟ କୁମାର ଚୁଲେଟ, ଶ୍ରୀମତୀ ବୁରିଡି ଲକ୍ଷ୍ମୀ , ଶିବା ଭାସ୍କର, ଜଗଦୀଶ ସୁନାରୀ। , ଏମ. ବିଦ୍ୟା ସାଗର, ରାଜେଶ କୁମାର ପାଣିଗ୍ରାହୀ, ଟି. ନାଗାରାଜୁ, ସୁଶାନ୍ତ ମିଶ୍ର, ଜୟରାମ ବର୍ମା ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ କୋରାନ ର ସମସ୍ତ ନିୟମକୁ ମାନି ଦାବି ପତ୍ର ପ୍ରଦାନ କରିଥିଲେ