ପୁରା ଖବର ବିଷୟରେ



ରାୟଗଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପେଟ୍ରୋଲ ଏବଂ ଗ୍ୟାସ ଦର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

Jun 11 2021 2:42PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ ) ରାୟଗଡ଼ା : ପ୍ରଦେଶ କଂଗ୍ରେସ କମିଟିର ଅନୁରୋଧ କ୍ରମେ ଆଜି ରାୟଗଡା ଜିଲ୍ଲା କଂଗ୍ରେସ ଜମିଟି ପକ୍ଷରୁ ସ୍ତାନୀୟ ହୋଟେଲ କପିଳାଶ ଛକ ନିକଟରେ ଥିବା ପେଟ୍ରୋଲପମ୍ପ ସାମନାରେ ସରକାରଙ୍କ କରୋନା ର ସମସ୍ତ ନିୟମକୁ ମାନି ବିକ୍ଷୋବ ପ୍ରଦର୍ଶନ କରାଯାଇଥିଲା । ମହାମାରୀ କରୋନା ଯୋଗୁଁ ଜନସାଧାରଣଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡିଥିଲା ବେଳେ ସେମାନଙ୍କ ଆର୍ଥିକ ମେରୁଦଣ୍ଢ ଭାଙ୍ଗି ଯାଇଛି । ଏହି ସମୟରେ କେନ୍ଦ୍ର ସରକାର ସେମାନଙ୍କୁ ସାହାଯ୍ୟ କରିବା ପରିବର୍ତେ ପେଟ୍ରୋଲ ଓ ଗ୍ୟାସ ଦର ବୃଦ୍ଧି କରି ଚାଲିଛି । ଗରିବ ଓ ମଧ୍ୟବିତ୍ତ ପରିବାର ଲୋକେ ଖାଇବାକୁ ପାଉନଥିବା ବେଳେ ସେମାନେ ଗାଡ଼ିରେ ତେଲ ପକାଇବେ କେମିତି ବୋଲି ପ୍ରଶ୍ନ କରିଥିଲେ । ଗତ ୧୩ ମାସ ଭିତରେ କେନ୍ଦ୍ର ସରକାର ୪୩ ଥର ତୈଳଦର ବୃଦ୍ଧି କରିସାରିଲେଣି । ଯାହାକି ବର୍ତ୍ତମାନ ବୃଦ୍ଧି ପାଇ ୧00 ଟଙ୍କା ଉପରେ ପହଁଚିଲାଣି । ଯାହାକି ଲଳିତାବିଡା ଉପରେ ବୋଝ ସଦୃଶ ହୋଇଛି । ତେଣୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭ୍ୟାଟ ଓ ଟିକସ ଛାଡ଼ କରିବା ପାଇଁ ଦାବୀ କରିଥିଲେ । ଆଗାମୀ ଦିନରେ ତୈଳଦର ବୃଦ୍ଧି ପ୍ରତ୍ୟାହାର ନକଲେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜରାସ୍ତାକୁ ଓଲହାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ଏହି ବିକ୍ଷୋବରେ ଜିଲ୍ଳା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, କଂଗ୍ରେସ ବିଧାୟକ ପ୍ରାର୍ଥୀ ଆପଳା ସ୍ୱାମି କାଡ୍ରକାଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।