ପୁରା ଖବର ବିଷୟରେ



ରାୟଗଡ଼ା ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ପୈାର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ବିଭିନ୍ନ ସମସ୍ୟା କୁ ନେଇ ଦାବି ପତ୍ର ପ୍ରଦାନ

Jun 10 2021 9:23AM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା : ରାୟଗଡ଼ା ଭାରତୀୟ ଜନତା ଯୁବ ମୋର୍ଚ୍ଚା ତରଫ ରୁ ରାୟଗଡ ନଗର ର ବିଭିନ୍ନ ସମସ୍ୟା କୁ ନେଇ ରାୟଗଡ ପୌର ପରିଷଦ ନିର୍ବାହୀ ଅଧିକାରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି | ରାୟଗଡ଼ା ନଗର ର ନାଳ ନର୍ଦମା ସଫା, ସାନିଟାଈଜ଼ କରିବା ସହ ରାୟଗଡ଼ ନଗର ରେ କରୋନା ଟୀକା କୁ ଅଧିକ ବେଗ ଦେଇ ନଗର ବାସୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନବାକୁ ଅନୁରୋଧ କରାଯାଇଛି ଏବଂ ବସ୍ତି ଅଂଚଳ ରେ ଜଳ ସଂରକ୍ଷଣ ଯୋଜନା ଅନୁଯାୟୀ ବର୍ଷା ଜଳ କୁ ସଂଚୟ କରିବା ବିଷୟ ରେ ଆଲୋଚନା କରାଯାଇଥିଲା| ଦାବି ପତ୍ର ପ୍ରଦାନ ସମୟରେ ରାୟଗଡ଼ା ଜ଼ିଲ୍ଲା ଭାରତୀୟ ଯୁବ ମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା, ରାଜ୍ୟ ଉପସଭାପତି ନୀଳାଦ୍ରିବିହାରୀ ପାତ୍ର, ଉମେଶ ଖୋସଲା, ଅଭିଷେକ ପାଣିଗ୍ରାହୀ, ହରିଶ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ