ପୁରା ଖବର ବିଷୟରେ



ରାୟଗଡ଼ା ଜିଲ୍ଲାରେ ବର୍ଦ୍ଧିତ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଜିଲ୍ଲା ପାଳଙ୍କୁ ୯ ଦଫା ଦାବି ପତ୍ର ପ୍ରଦାନ

Jun 7 2021 8:16PM
(କୋଲନରାରୁ ବନ୍ଧୁ ସନ୍ତୋଷ ପଟ୍ଟନାୟକ କଂ ରିପୋର୍ଟ) ରାୟଗଡ଼ା : କେବଳ ଭାରତ ନୁହେଁ ସମଗ୍ର ବିଶ୍ବ କରୋନା ମହାମାରୀ ସଂକ୍ରମଣର ଶିକାର ହୋଇଛି । ସମ୍ପୂର୍ଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । କରୋନା ସ୍ଥିତିରେ ନିୟନ୍ତ୍ରଣ ପାଇଁ ବିଶ୍ଵବ୍ୟାପି ତାଲା ବନ୍ଦ ପରିସ୍ଥିତି ଦେଇ ଗତି କରୁଛି । ଆମ ଦେଶରେ ମଧ୍ୟ ବିଗତ ୨୪ ମାର୍ଚ ରୁ ତାଲା ବନ୍ଦ ପରିସ୍ଥିତି ଦେଇ ଗତି କରି ଆସୁଛି । ଧୀରେ ଧୀରେ ତାଲାବନ୍ଦ ରେ କୋହଳତା ଅବଲମ୍ବନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ତାଲାବନ୍ଦ କାରଣରୁ ସର୍ବାଧିକ କଳ କାରଖାନା ଗାଡ଼ି ମଟର ବନ୍ଦ ଥିବା କାରଣରୁ ମାତ୍ରାଧିକ ପ୍ରଦୂଷଣ କମି ଯାଇଛି ଓ ପ୍ରଦୂଷଣରେ ନିୟନ୍ତ୍ରଣ ହୋଇଛି । ଯେଉଁ ଯେଉଁ ସ୍ଥାନରେ ଶ୍ଵାସକ୍ରିୟା ପାଇଁ କଠିନ ହେଉଥିଲା ସେଠାରେ ବାୟୁରେ ଅମ୍ଳଜାନ ମାତ୍ରା ବୃଦ୍ଧି ପାଇଛି । ନଦୀ ନାଳ ପାଣି ସ୍ବଛ ଓ ନିର୍ମଳ ହୋଇ ଯାଇଛି। କିନ୍ତୁ ଲକଡାଉନ ହଟିଯିବା ପରେ ପ୍ରଦୁଷଣର ମାତ୍ରାରେ ନିଶ୍ଚିତ ବୃଦ୍ଧି ହେବ । ଏଣୁ ଆଜିର (ଜୁନ ୦୫) ବିଶ୍ଵ ପର୍ଯ୍ୟାବରଣ ଦିବସ ପାଳନ ଅବସରରେ ଭାରତୀୟ ମଜଦୁର ସଂଘର ପର୍ଯ୍ୟାବରଣ ମଞ୍ଚ ଓଡିଶା ର ରାୟଗଡ଼ା ଜିଲ୍ଲା ତରଫରୁ ସରକାରଙ୍କ ସମସ୍ତ କରୋନା ନିୟମକୁ ମାନି ଆଜି ୯ ଦଫା ଦାବି ସ୍ମାରକ ପତ୍ର ମାଧ୍ୟମରେ ପ୍ରଦୁଷଣ ନିୟନ୍ତ୍ରଣ ପରିପ୍ରେକ୍ଷୀରେ ନିମ୍ନୋକ୍ତ ଦାବି ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ଙ୍କୁ ପ୍ରଦାନ କରାଯିବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧ୍ୟକ୍ଷ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ରାୟଗଡ଼ା ଆଞ୍ଚଳିକ କାର୍ଯ୍ୟାଳୟ ରେ ଶ୍ରୀ ବଳରାମ ମଣ୍ଡଳଙ୍କୁ ପ୍ରଦାନ କରାଯାଇଥିଲା। ଉକ୍ତ ଦାବି ପତ୍ର ପ୍ରଦାନ ସମୟରେ ଭାରତୀୟ ମଜଦୁର ସଂଘ ର ରାଜ୍ଯ ସମ୍ପାଦକ ତଥା ପର୍ଯ୍ୟାବରଣ ମଞ୍ଚ ର ସଂଯୋଜକ ଶ୍ରୀ ଯୋଗେଶ୍ୱର ଦାସ , ଜିଲ୍ଲା ସଂପାଦକ ଶ୍ରୀ ଖଗେଶ୍ବର ସିଂ , ବିଶ୍ଵକର୍ମା ମଜଦୁର ସଂଘ ର ସଭାପତି ଶ୍ରୀ ଦୁର୍ଗା ମାଧବ ଘୋଷ , ସଂପାଦକ ବନ୍ଧୁ ସନ୍ତୋଷ ପଟ୍ଟନାୟକ ଏବଂ ଅନ୍ୟ ନେତ୍ରୁବ୍ରୁନ୍ଦ ଉପସ୍ଥିତ ରହିଥିଲେ । ୧ . ମାତ୍ରାଧିକ ପ୍ରଦୁଷଣ ସୃଷ୍ଟି କରୁଥିବା ଯାନ ବାହାନ ଗୁଡିକ ବନ୍ଦ କରାଯାଉ । ୨. ନିର୍ଦ୍ଧାରିତ ମାନକ ଠାରୁ ଅଧିକ ପ୍ରଦୂଷଣ ସୃଷ୍ଟି କରୁଥିବା ଖଣି ଅଳ କାରଖାନା ତଥା ପରିବହନ ସଂସ୍ଥା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ୩.ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ସଂସ୍ଥାର କାର୍ଯ୍ୟ ଦକ୍ଷତାକୁ ଜନାଭିମୁଖୀ କରିବା ଓ କାର୍ଯ୍ୟରେ ସ୍ବଛତା ଅଣାଯାଉ । ୪ . ପର୍ଯ୍ୟାବରଣ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଓ ବ୍ୟକ୍ତିଙ୍କୁ ପୁରସ୍କୃତ କରିବାର ଯୋଜନା ହାତକୁ ନିଆଯାଉ । ୫. ସମସ୍ତ ସରକାର କଟକଣା ସତ୍ତ୍ୱେ ପ୍ଲାଷ୍ଟିକ ବ୍ୟବହାର ଦିନକୁ ଦିନ ବଢି ଚାଲିଛି । ପ୍ଲାଷ୍ଟିକ ବ୍ୟବହାର ଉପରେ ଅବିଳମ୍ବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ୬. ଅନ୍ୟବଶ୍ୟକ ଗଛ କାଟିବା ବନ୍ଦ କରିବା ସହିତ ସର୍ବାଧିକ ଅମ୍ଳଜାନ ଉତ୍ପାଦାନ ଓ ଅଙ୍ଗାରକାମ୍ଳ ଶୋଷଣ କରୁଥିବା ବୃକ୍ଷ ରୋପଣ ଉପରେ ଜୋର୍ ଦିଆ ଯାଉ । ୭. ବର୍ଷା ଜଳ ଓ ସଂରକ୍ଷଣ ଉପରେ ବାର୍ଷିକ ଯୋଜନା ପ୍ରସ୍ତୁତ କରାଯାଉ ଓ ନଦୀ ନାଳକୁ ପ୍ରଦୂଷଣ କରୁଥିବା ସଂସ୍ଥା ଉପରେ ଦୂଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉ । ୮. ନଦୀ ନାଳ ଓ ପୁଷ୍ମରଣ ପାଣି କୁ ପ୍ରଦୂଷଣମୁକ୍ତ କରିବା ନିମନ୍ତେ ପଦକ୍ଷେପ ନିଆଯାଉ । ୯. ରାଷ୍ଟ୍ରୀୟ ସବୁଜ ପ୍ରାଧିକରଣ ଆଦେଶ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ପରାମର୍ଶ ଅନୁସାରେ ହସ୍ପିଟାଲ ବର୍ଯ୍ୟବସ୍ତୁ ପରିଚାଳନା ଅଧିନିୟମ_୨୦୧୬ କୁ କଠୋରତା ସହିତ ଅନୁପାଳନ କରାଯାଉ । ଆମର ଆଶା ଓ ଭରସା ରହିଛି ଉପରୋକ୍ତ ବିଷୟ ଗୁଡ଼ିକ ଉପରେ ଆପଣ ଯତ୍ନଶୀଳ ହେବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ହେବେ ।