ପୁରା ଖବର ବିଷୟରେ



ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀ ଟି ଆପଙ୍ଗ ଆଓ ଙ୍କ ଗୁଣପୁର ଗସ୍ତ

Jun 5 2021 11:35PM
(ଗୁଣୁପୁର ରୁ ମନୋଜ କୁମାର ଦାସ କଂ ରିପୋର୍ଟ) ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀ ଆପଙ୍ଗ ଆଓ, ଗୁଣପୁର ଅଞ୍ଚଳ ଗସ୍ତ କରି ଜଗନାଥପୁରସ୍ଥିତ କୋଭିଡ ସେବା କେନ୍ଦ୍ର ଓ କୋଭିଡ ଟିକାଦାନ କେନ୍ଦ୍ର ପରିଦର୍ଶନ କରିଥିଲେ । ଗ୍ରାମାଞ୍ଚଳ ଲୋକଙ୍କୁ କିପରି କୋଭିଡ ନିୟମ ପାଳନ କରିବା ସହ ସାମାଜିକ ଦୂରତା ଅବଲମ୍ବନ କରିବା, ମାସ୍କ ବ୍ୟବହାର କରିବା ଓ ସାନିଟାଇଜ କରିବା ନେଇ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ଉପଖଣ୍ଡ ମେଡିକାଲ ଅଧିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ସାହୁ ଓ ଜଗନାଥପୁରସ୍ଥିତ ମେଡିକାଲ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ରାୟଗଡ ଜିଲ୍ଲାର ଗୁଣପୁର ଉପଖଣ୍ଡରେ କୋଭିଡ ପରିସ୍ଥିତି ନିୟନ୍ତ୍ରଣ ରଖିବା ସହ ଲୋକ ମାନଙ୍କୁ ଅଧିକ ସଚେତନ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଉପ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଆଜିର ଏହି ଗସ୍ତ ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଉପଖଣ୍ଡ ମେଡ଼ିକାଲ ଅଧିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।