ପୁରା ଖବର ବିଷୟରେ



ଗୁଣପୁରରେ ଭାଜପା ଦ୍ୱାରା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।

Jun 5 2021 7:12AM
(ଗୁଣୁପୁର ରୁ ମନୋଜ କୁମାର ଦାସ କଂ ରିପୋର୍ଟ) ଆଜି ବିଜେପି ଜିଲ୍ଲା ଉପସଭାପତି ଶ୍ରୀ ୱାଇ.ଗଣପତିଙ୍କ ନେତୃତ୍ବରେ ଆମ ପ୍ରଧାନମନ୍ତ୍ରୀ ମାନ୍ୟ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ବର୍ଷ ପୂରଣ ଅବସରରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ 10 ୟୁନିଟ ରକ୍ତ ବିଜେପି କାର୍ଯ୍ୟକର୍ତା ଓ ଅନ୍ୟାନ୍ୟ ସ୍ବେଚ୍ଛାସେବୀଙ୍କ ଦ୍ୱାରା ସଂଗ୍ରହ କରାଯାଇଥିଲା । ଗୁଣପୁର ନୂଆ ବସଷ୍ଟାଣ୍ଡ ଓ ମେଡିକାଲ ଠାରେ ମାସ୍କ ବଣ୍ଟାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ନଗର ସଭାପତି ଶ୍ରୀନୁବାସ ସ୍ୱାଇଁ, ଜଗନାଥପୁର ମଣ୍ଡଳସଭାପତି ପୃଥୀବିରାଜ ପାଢ଼ୀ, ଉପସଭାପତି ଉଦୟନାଥ ପାଢ଼ୀ, ସମ୍ପାଦକ ରବି ଗମାଙ୍ଗ,କୋଷାଧ୍ୟକ୍ଷ ପି.ନାଗରାଜ, ରାଜ୍ୟ ଯୁବମୋର୍ଚା କାର୍ଯ୍ୟକାରିଣୀ ସଭ୍ୟ ଫାଲଗୁନି ଶବର କାର୍ଯ୍ୟାଳୟ ପ୍ରମୁଖ ଜଗଦୀଶ ପଣ୍ଡା, ନଗର ସଂପାଦକ ଟିଙ୍କୁ ପଣ୍ଡା, ନଗର କୃଷକ ମୋର୍ଚା ସଭାପତି ସନ୍ତୋଷ କୁମାର ସୁବୁଦ୍ଧି, ସମ୍ପାଦକ ସତ୍ୟ ନାରାୟଣ ସାହୁ, ସମ୍ପାଦକ ସୁରେନ୍ଦ୍ର ମହାନ୍ତି, ଦୀନବନ୍ଧୁ ଶବର ଓ ପ୍ରଦୀପ ଶବର ସହଯୋଗ କରିଥିଲେ ।