ପୁରା ଖବର ବିଷୟରେ



ରାୟଗଡା ଜିଲ୍ଳାରେ କୋଭିଡ୍ ସଂକ୍ରମଣ କମାଇବା ନିମନ୍ତେ ଜିଲ୍ଲାପାଳଙ୍କ ବେବିନାରରେ ବୈଠକ

Jun 4 2021 7:42PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡା:- ମହାମାରୀ କରୋନାର ଦ୍ୱିତୀୟ ଲହରରେ ରାୟଗଡ ଜିଲ୍ଳାରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାରେ କମାଇବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରିରହିଛି l ଏଥିନିମନ୍ତେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଆଜି ବିଭନ୍ନ ଅଧିକାରୀ ମାନଙ୍କୁ ନେଇ ଗୁଗୁଲରେ ଏକ ବୈଠକ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡ଼ିଆରଡିଏ ଶ୍ରୀ ମହେଶ୍ୱର ନାଏକ ସମେତ ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାର, ସିଡିପିଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ l ଏହି ବୈଠକରେ ମୁଖ୍ୟତଃ କୋଭିଡ ହ୍ରାସ କରିବା ନିମନ୍ତେ ଘରରକୁ ଘର ଯାଇ ସର୍ଭେ କାର୍ଯ୍ୟ, ପରୀକ୍ଷା ଓ ଟିକେକାରଙ୍କୁ ତ୍ୱରାନ୍ୱିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ l ଏଥିନିମନ୍ତେ ସମସ୍ତ ବିଡ଼ିଓ, ସିଡିପିଓ ଓ ତହସିଲଦାର ମାନଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ନିର୍ଦେଶ ଦେଇଥିଲେ l ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବଶବର୍ତ୍ତୀ ହୋଇ କିଛି ଗାଁରେ ପରୀକ୍ଷା ଓ ଟିକକରଣରେ ସେଥିପାଇଁ ସ୍ଥାନୀୟ ଜନସାଧାରଣ ସହଯୋଗ କରୁ ନଥିବାରୁ ଲୋକମାଙ୍କ ମଧ୍ୟରେ ଥିବା ଭ୍ରାନ୍ତ ଧାରଣା ଦୂର କରିବା ପ୍ରୟାସ କରାଯିବ l ଏଥି ନିମନ୍ତେ ସ୍ଥାନୀୟ ଜନସାଧାରଣ, ସ୍ୱୟଂ ସହାୟକ ଗୋଷ୍ଠୀ, ପଂଚାୟତ ଜନ ପ୍ରତିନିଧିଙ୍କୁ ମାନଙ୍କ ସହlୟତା ନେବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ l ସଚେତନ କାର୍ଯ୍ୟକ୍ରମକୁ ବ୍ୟପକ କରିବାକୁ ମଧ୍ୟରେ ଜିଲ୍ଲାପାଳ ସମସ୍ତ ବିଡ଼ିଓ ଓ଼ ସିଡିପିଓ ମାନଙ୍କୁ ପରାମର୍ଶ ଦେଇଛନ୍ତି l ଏହି ସବୁବେଳେ ଅଂଚଳରେ ମିଶନ ଓ କ୍ୟାମ୍ପନ ମୂଡ଼ରେ ଟିକlକରଣ, ପରୀକ୍ଷା କରିବାକୁ ହେବ ବୋଲି ଜିଲ୍ଲାପାଳ କାଇଥିଲେ l ସେହିପରି କୋଭିଡରେ ମୃତ ପିତାମାତାଙ୍କ ସନ୍ତlନ ମାନଙ୍କୁ ଚିହ୍ନଟ କରିବାକୁ ସିଡିପିଓ ମାନଙ୍କୁ ଦାୟିତ୍ୱ ଦିଆଯାଇଛି l ସେମାନେ ଚିହ୍ନଟ କରି ତୁରନ୍ତ ରିପୋର୍ଟ ଜିଲ୍ଲା କାର୍ଯ୍ୟାଳୟକୁ ଜଣାଇବେ l ମୃତ୍ବବ୍ୟକ୍ତିଙ୍କ ବିଧୋବା l ପତ୍ନୀ ଓ ପିତାମାତାଙ୍କୁ ହରାଇଥିବା ସନ୍ତାନ ମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ମାସକୁ 500ଟଙ୍କା ଲେଖାଏଁ ସହାୟତା ଦିଆଜିବା l ଏହାର ସଫଳ ରୂପାୟନ ନିମନ୍ତେ ଆତିରକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କୁ ଜିଲ୍ଲାପାଳ ଦାୟିତ୍ୱ ପ୍ରଦାନ କରିଛନ୍ତି l ସେହିପରି ତହସିଲଦାର ମାନେ ମାସ୍କ ବ୍ୟବହାର,ଓ ସାମାଜିକ ଦୂରତା ପାଳନ ଉପରେ କଡାକଡି ଯାଞ୍ଚ କରିବେ l l ବିଶେଷ କରି ରାୟଗଡ, ଗୁଣପୁର, ଟିକିରି ଓ ମୁନିଗୁଡାରେ ଯାଞ୍ଚ କରାଯିବ l ସେହିପରି ସିଡିଓ ମାନେ ଘରକୁ ଘର ସର୍ଭେ କାର୍ଯ୍ୟକ୍ରମକୁ ତଦାରଖ କରିବେ l କୋଭିଡ ସଚେତନ କାର୍ଯ୍ୟରେ ଗାଁ କଲ୍ୟାଣ ସମିତିର ସମ୍ପୃକ୍ତି ଦିଆଯାଇଥିବା ପାଣ୍ଠିର ସଦୁପଯୋଗ ଉପରେ ତଦରଖ କରିବେ l ସେହିପରି ବ୍ଲlକ ଫୋଙ୍ଗସ ଉପରେ ପ୍ରସ୍ତୁତ ସମ୍ପର୍କରେ ଜିଲ୍ଲାପାଳ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ l ଏହାକୁ ମୁକାବିଲା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତ ଥିବା କଥା ଡ଼ା ରାଜୁ ପ୍ରକାଶ କରିଥିଲେ l ବିଧାୟକ ପାଣ୍ଠି ବିନିଯୋଗରେ ସ୍ୱୟଂ ସହାୟକ ଗୋଷ୍ଠୀରୁ ମାସ୍କ କିଣିବାକୁ ଜିଲ୍ଲାପାଳ କହିଥିଲେ l