ପୁରା ଖବର ବିଷୟରେ



ପଶ୍ଚିମବଙ୍ଗ ସରକାର ନିର୍ବାଚନ ପରବର୍ତ୍ତୀ ହିଂସା ଅପରାଧୀଙ୍କୁ, କୈାଣସି ବ୍ୟତିକ୍ରମ ବିନା ଏକ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଦଣ୍ଡିତ କରାଯିବା ସହିତ ପ୍ରଭାବିତ ଦିନ ମଜୁରିଆ, କର୍ମଚାରୀ ଏବଂ ଅନ୍ୟମାନଙ୍କୁ ଉପଯୁକ୍ତ ଖ୍ୟତିପୂରଣ ପ୍ରଦାନ କରନ୍ତୂ । ଏନଆଇଏ ତଦନ୍ତ କରୁ ଭାରତୀୟ ମଜଦୁର ସଂଘ, ଓଡିଶା,

Jun 3 2021 7:40PM
(କୋଲନରା ରୁ ବନ୍ଧୁ ସନ୍ତୋଷ ପଟ୍ଟନାୟକ କଂ ରିପୋର୍ଟ) ପଶ୍ଚିମବଙ୍ଗ ସରକାର ନିର୍ବାଚନ ପରବର୍ତ୍ତୀ ହିଂସା ଅପରାଧୀଙ୍କୁ, କୈାଣସି ବ୍ୟତିକ୍ରମ ବିନା ଏକ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଦଣ୍ଡିତ କରାଯିବା ସହିତ ପ୍ରଭାବିତ ଦିନ ମଜୁରିଆ, କର୍ମଚାରୀ ଏବଂ ଅନ୍ୟମାନଙ୍କୁ ଉପଯୁକ୍ତ ଯତିପୂରଣ ପ୍ରଦାନ କରନ୍ତୁ । ଏନଆଇଏ ତଦନ୍ତ କରୁ ଭାରତୀୟ ମଜଦୁର, ଓଡିଶା, ପଶ୍ଚିମବଙ୍ଗ ରେ ନିର୍ବାଚନ ପରବର୍ତ୍ତୀ ଯୋଜନାବଦ୍ଧ ହିଂସାକୁ ଦୃଢ଼ ନିନ୍ଦା କରିବା ସହିତ ସରାକାରୀ ଯନ୍ତ୍ରର ଅପବ୍ୟବହାରକୁ ନିନ୍ଦା କରାଯିବା ସହ ବିରୋଧ କରାଯାଇଥିଲା। ଆଜି ଦେଶବ୍ୟାପୀ, ଭାରତୀୟ ମଜଦୁର ସଂଘ, ୩ ଜୁନ୍ ୨୦୨୧ ତାରିଖ କୁ ବଙ୍ଗଳା ଏକତା ଦିବସ ରୂପେ ପାଳନ କରୁଅଛି।ଏହି ଉପଲକ୍ଷେ ଭାରତୀୟ ମଜଦୁର ସଂଘ ଦେଶବ୍ୟାପୀ, ସମସ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ପଶ୍ଚିମବଙ୍ଗ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀ ପ୍ରଦାନ କରିବା ସହିତ ମାନବ ସମାଜ ଦ୍ରୋହୀ ଓ ଦେଶ ବିଘଟନ କାରୀଙ୍କ ଉପରେ ଅବିଳମ୍ବେ ଦଣ୍ଡବିଧାନ ନିମନ୍ତେ ଦାବି କରୁଛି। ସମଗ୍ର ଭାରତ ଜାଣିଛି , ସମଗ୍ର ପଶ୍ଚିମବଙ୍ଗ ରେ ନିର୍ବାଚନ ଘୋଷଣା ର କେଇ ଘଣ୍ଟା ମଧ୍ୟରେ , ତୃଣମୂଳ କଂଗ୍ରେସ ଗୁଣ୍ଡା ସହିତ ଛଦ୍ମ ଭେଶରେ ଅନେକ ଦେଶ ବିଭାଜନକାରୀ ମାନେ , ଗତ ମଇ ୨ ୍୩ ଏବଂ ୪ ତାରିଖ ରେ ମସ୍ୟଜୀବ , ବୁଣାକାର, ଏବଂ ଷ୍ଟି୍ଟ୍ ଭେଣ୍ଡିର ଇତ୍ୟାଦି ଗରିବ ଶ୍ରମିକଙ୍କୁ ଉପରେ ହିଂସା ଜାରି ରଖିଥିବା ସେହି ଅସାମାଜିକମାନେ ଲୋକମାନଙ୍କ ଘର ଭାଙ୍ଗି୍ ଗାଁରୁ ବିତାଡିତ କରିବା ସହିତ ଅନେକଙ୍କ ପେଟପାଟଣାକୁ ଧ୍ୱଂସ କରି ଦେଇଛନ୍ତି। ଅନେକ ଇଲେକ୍ଟ୍ରିକ୍ ରିକ୍ସା ଅଟୋ କୁ ଭାଙ୍ଗି ନିଆଁ ଲଗାଇ ଦିଆଯାଇଛି। ବୁଣାକାରମାନଙ୍କ ବୁଣା ଯନ୍ତ୍ର ନଷ୍ଟ କରି ଦିଆଯାଇଛି ‌। ବିଭିନ୍ନ ଜିଲ୍ଲାରେ ବିଡ଼ି ମାଲିକଙ୍କୁ ଧମକ ଦେବା, ସହିତ ବିଡ଼ି କର୍ମଚାରୀ ମାନଙ୍କ ରୋଜଗାର ବନ୍ଦ କରିବା, ବୃକ୍ଷରୋପଣ ଶ୍ରମିକଙ୍କ ଉପରେ ନିର୍ଦ୍ଦୟ ଆକ୍ରମଣ , ଶିଳ୍ପ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଗେଟ୍ ପାସ୍ ଛଡ଼ାଇବା , ରାସ୍ତାଘାଟ ବିକ୍ରେତା ଦୋକାନକୁ ଲୁଟିବା , ରାଜ୍ୟ ସରକାରୀ କର୍ମଚାରୀଙ୍କ ପ୍ରତି କ୍ରମାଗତ ଧମକ ଦେବା ଇତ୍ୟାଦି ଲୋମହର୍ଷଣ ଘଟଣା ସମଗ୍ର ମାନବ ସମାଜକୁ ସ୍ତବ୍ଧ କରିଛି । ରାଜନୈତିକ ପୃଷ୍ଠପୋଷକତା ଏବଂ ସହଯୋଗ ବିନା ଏଭଳି ରକ୍ତପାତ , ଲୁଟ୍, ହିଂସା ସୃଷ୍ଟି କରିବା ଅସମ୍ଭବ । ସମଗ୍ର ଭାରତବାସୀ ଅନୁଭବ କରିଛନ୍ତି, ଲାଗୁଛି ଯେପରି ଭାରତ ୨୦୨୧ ସ୍ଥିତି ରେ ନାହିଁ ୭୫ ବର୍ଷ ତଳେ ଘଟି ଯାଇଥିବା ପଶ୍ଚିମବଙ୍ଗ ୧୯୪୬ ସ୍ଥିତିକୁ ଦୋହରାଉଛି । ସ୍ବର୍ଣ୍ଣମ ବଙ୍ଗଳା ନିର୍ମାଣରେ ନିଜକୁ ଉତ୍ସର୍ଗ କରିଥିବା ଲକ୍ଷ।ଧିକ ଶ୍ରମିକମାନଙ୍କୁ ହଟାଇବା ସମାପ୍ତ କରିବା, ପରିବାର ସମ୍ମୁଖରେ ଝିଅ, ବୋହୁ ମାନଙ୍କ ପ୍ରତି ଅକଥନୀୟ ଅତ୍ୟାଚାର ପାଇଁ ଷଡ଼ଯନ୍ତ୍ର କରିବା ଅତ୍ୟନ୍ତ ଅମାନବୀୟ ଓ ଅଗ୍ରଣୀୟ କୃତ୍ୟ ଅଟେ । ପଶ୍ଚିମବଙ୍ଗରେ ସଂଗଠିତ ହିଂସାକୁ ନିନ୍ଦା କରିବା ପାଇଁ ଭଗବାନଙ୍କ ନିକଟରେ ଶବ୍ଦର ବି ହେବ । ଯେଉଁମାନେ ଗଣତନ୍ତ୍ରକୁ ରକ୍ଷା କରିବାକୁ। ପ୍ରତିଶ୍ରୁତି ସଂକଳ୍ପ ନେଇଛନ୍ତି ସେମାନେ ଗଣତନ୍ତ୍ର କୁ ସ୍ପଷ୍ଟ ଦିବଲୋକର ହତ୍ୟା କରିବେ ଯଦି, ତେବେ ନୀତି ଅନୀତିର ନିର୍ଣ୍ଣୟ କିଏ କରିବ । ଭାରତୀୟ ମଜଦୁର ସଂଘ , ନ୍ୟାୟଯୁକ୍ତ ଅନୁସନ୍ଧାନ ସହିତ ଶୀଘ୍ର ନ୍ୟାୟ ନିଶ୍ଚୟ କରିବାକୁ ଆମେ ଦୃଢ଼ ଭାବରେ ଦାବି କରୁଛୁ । ନିର୍ବାଚନ ପରବର୍ତ୍ତୀ ହିଂସାରେ ସମ୍ଫୁକ୍ତ ଅପରାଧୀଙ୍କୁ 0୬ ମାସ ମଧ୍ୟରେ ଦୃଷ୍ଟାନ୍ତମୂଳ ଦଣ୍ଡବିଧାନ ଆବଶ୍ୟକ । ଆମେ ଦାବି କରୁଛୁ ସମସ୍ତ ପ୍ରଭାବିତ ଗରିବ, ନିଷ୍ପେଶିତ ଏବଂ ଅନ୍ୟ ନାଗରିକ ମାନଙ୍କୁ ବଗ ସରକାର ଉପଯୁକ୍ତ ଖ୍ୟତିପୁରଣ ପ୍ରଦାନ କରିବା ସହିତ ସେମାନଙ୍କ ଶୁଖ ସଂସାରକୁ ଯୋଡ଼ି ଦେବାର କାର୍ଯ୍ୟ ଅବିଳମ୍ବେ କରନ୍ତୁ । ଆମେ ଆହୁରି ମଧ୍ୟ ଦାବି କରୁଛୁ ଯେହେତୁ ପଶ୍ଚିମବଙ୍ଗ ଏକ ସମ୍ବେଦନଶୀଳ ସୀମା ରାଜ୍ୟ, ତେଣୁ ଏହି ମାମଲା ଗୁଡିକ ଏନଆଇଏକୁ ହସ୍ତାନ୍ତର କରିବା ଉଚିତ୍ ।ଏନଆଇଏ ଏହାର ଯାଞ୍ଚ କରିବେ ଅନେକ ଷଡ଼ଯନ୍ତ୍ର ଲୋକ ଲୋଚନକୁ ଆସିବା । ଆମର ଆଶା ଓ ବିଶ୍ବାସ ପଶ୍ଚିମବଙ୍ଗ ସରକାର ଅବିଳମ୍ବେ ନାଗରିକ ମାନଙ୍କ ମଧ୍ୟରେ ଶାନ୍ତି ଓ ଭାଇଚାରା ଫେରାଇ ଆଣିବାକୁ ଆନ୍ତରିକତାର ସହିତ ସମସ୍ତ ଉଦ୍ୟମ କରିବେ। ଏହି ଉପଲକ୍ଷେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଓ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ଦାବିପତ୍ର ପ୍ରଦାନ ସମୟରେ ଭାରତୀୟ ମଜଦୁର ସଂଘ ର ରାଜ୍ଯ ସମ୍ପାଦକ ଶ୍ରୀ ଯୋଗେଶ୍ୱର ଦାସ , ଜିଲ୍ଲା ସଂପାଦକ ଖଗେଶ୍ବର ସିଂ , ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ ର ସଭାପତି ଅରୁଣ କୁମାର ଲେଙ୍କା , ମହନ ରାଓ ମାଝୀ, ଦୁର୍ଗା ମାଧବ ଘୋଷ, ଶ୍ରୀମତୀ ଉଷାରାଣୀ ଦାସ, ବନ୍ଧୁ ସନ୍ତୋଷ ପଟ୍ଟନାୟକ , କସ୍ତୁରୀ ନାୟକ,ପ୍ରଳୟ ସାହୁ ସହ ଅନ୍ୟ ପଦାଧିକାରୀ କରୋନାର ସମସ୍ତ ନିୟମକୁ ପାଳନ କରି ଦାବି ପତ୍ର ପ୍ରଦାନ କରିଥିଲେ