ପୁରା ଖବର ବିଷୟରେ



ଜନ୍ତୁ ଶିକାରୀ ଗିରଫ, ବନ୍ଧୁକ ଜବତ।

Jun 1 2021 5:35AM
(ବିଜୟ କୁମାର ବେହେରାଙ୍କ ରିପୋର୍ଟ) ଅନୁଗୋଳ ଜିଲ୍ଲା କଣିହାଁ ବନାଞ୍ଚଳ ଅଧୀନସ୍ଥ ବଡକାଠିଆ ସଂରକ୍ଷିତ ଜଙ୍ଗଲ ରୁ ସୋମବାର ଜୈନେକ ଶିକାରୀକୁ ବନବିଭାଗ ଗିରଫ କରିବା ସହ ତାପାଖରୁ ଏକ ବନ୍ଧୁକ ଜବତ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ କଣିହାଁ ଥାନା ବଡ଼ତ୍ରିବିଡା ପଞ୍ଚାୟତ ବାହାରିଆପୁର ଗ୍ରାମର ସୁଦାମ ସାହୁ(୪୫) l ଜନ୍ତୁ ଶିକାର କରୁଥିବାର ସୂଚନା ପାଇଁ ବନବିଭାଗ ପକ୍ଷରୁ ଆଜି ବଡକାଠିଆ ସଂରକ୍ଷିତ ଜଙ୍ଗଲ ଅତର୍କିତ ଚଢ଼ାଉ କରି ଅଭିଯୁକ୍ତ ସୁଦାମକୁ ଗିରଫ କରିବା ସହିତ ଜନ୍ତୁ ଶିକାର ପାଇଁ ବ୍ୟବହୃତ ବନ୍ଧୁକକୁ ଜବତ କରିଥିଲା l ଏନେଇ ବନ୍ୟଯନ୍ତୁ ନିରୋଧ ଆଇନରେ ଏକ ମାମଲା ରୁଜୁ କରିଛି ବନ ବିଭାଗ l କଣିହାଁ ସିଏଚସିରେ ଅଭିଯୁକ୍ତ ସୁଦାମର କୋଭଡ଼ି ଟେଷ୍ଟ କରାଯାଇଛି l ରିପୋର୍ଟ ଆସିଲା ପରେ ଅଭିଯୁକ୍ତକୁ କୋର୍ଟଚଲାଣ କରାଯିବ ବୋଲି ରେଞ୍ଜ ଅଧିକାରୀ ନୀଳମଣୀ ଦେହୁରୀ ସୂଚନା ଦେଇଛନ୍ତି l