ପୁରା ଖବର ବିଷୟରେ



ରାୟଗଡ଼ା ରେ କରୋନାରେ ଆଖି ବୁଜିଲେ ନବବଧୂ,ଚିକିତ୍ସାରେ ଅବହେଳା ଅଭିଯୋଗ,ଜାତୀୟ ରାଜପଥ ଅବରୋଧ।

May 30 2021 7:34PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା : କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥିରେ ଜଣେ ନବବୋଧୂର ମୃତ୍ୟୁ ହୋଇଛି। ଆଉ ଏହି ମୃତ୍ଯକୁ ନେଇ ରାୟଗଡା ଜିଲ୍ଲାର ଜେକେପୁର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ଅବହେଳାରୁ ନବବଧୁର ମୃତ୍ୟୁ ହୋଇଥିବା ଅଭିଯୋଗରେ ଚାନ୍ଦିଲି ଥାନା ଅନ୍ତର୍ଗତ ନାଇଡୁପେଟା ଗ୍ରାମବାସୀ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ରାରିବା ସହ ଅନ୍ୟ ଆଉ କେହି ନ ମରନ୍ତୁ ବୋଲି ନାରବାଜି କରିଥିଲେ। ଦୀର୍ଘ ୩ ଘଣ୍ଟାର ଆନ୍ଦୋଳନ ପରେ ଘଟଣାର ତଦନ୍ତ ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଛି। ନାଇଡୁପେଟାର ଜି. ତ୍ରିବେଣୀ (୨୧) ଗତ ମେ ୨୧ ତାରିଖରେ ନିଜ ପିଉସୀ ପୁଅ G ରାମୁଲୁ ,ଯିଏକି ମୁକ ଆଉ ବଧିର ନିଜେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ପରିବାର ର ସହମତିରେ ବିବାହ କରିଥିଲେ। ଵିଵାହ ର ଚାରି ଦିନ ପରେ ଅର୍ଥାତ ୨୬ ତାରିଖରେ ଅସୁସ୍ଥତା ଅନୁଭବ କରିବା ପରେ କୋଭିଡ ସ୍ୱାବ ପରୀକ୍ଷା କରିଥିଲେ। ରିପୋର୍ଟ ପଜିଟିଭ ଆସିବା ପରେ ସେହି ଦିନ ରାତିରେ ତ୍ରିବେଣୀଙ୍କୁ ଜେକେପୁର ସ୍ତିସ୍ତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନ ତଳେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ହିମୋଗ୍ଲୋବିନ କମ୍ ଥିବା ଜଣା ପଡିଥିଲା। ଆବଶ୍ୟକ ଗ୍ରୁପର ରକ୍ତ ପ୍ରଦାନ ପରେ ମଧ୍ୟ ତ୍ରିବେଣୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇନଥିଲା। ଫଳରେ ଗତ ଶନିବାର ସନ୍ଧ୍ୟା ରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ମେଡିକାଲରେ ଠିକ ଚିକିତ୍ସା ହେଉନଥିବା ଅଭିଯୋଗ କରିଥିଲେ। ପ୍ରତିବାଦରେ ଗାଁ ଦେଇ ଯାଇଥିବା 326 ନମ୍ବର ଜାତୀୟ ରାଜପଥକୁ ଲୋକେ ଅବରୋଧ କରିଥିଲେ। ଖବର ପାଇ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମା ଶଙ୍କର ବେହେରା, ଚାନ୍ଦିଲି ଥାନା ଅଧିକାରୀ ବିଜୟଲଷ୍ମୀ ହିକକା ଓ SDPO ଦେବଜୋତି ଦାଶ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ମେଡିକାଲରେ ଉତ୍ତମ ଚିକିତ୍ସା ଦିଗରେ ଧ୍ୟାନ ଦିଆଯିବା ସହ ନବବଧୂ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ପ୍ରତିଶ୍ରୁତି ପରେ ମଧ୍ୟାହ୍ନ ୧୨ ଟାରେ ରାସ୍ତାରୋକ ହଟିଥିଲା। ତେବେ ଜେକେପୁର ସ୍ଥିତ କୋଭିଡ୍ ସ୍ବାସ୍ଥ୍ୟ କେନ୍ଦ୍ରରେ ଅନେକ ଥର ଚିକିତ୍ସା ଅବହେଳା ରୁ ରୋଗି ମୃତ୍ଯୁ ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ଡାକ୍ତରଖାନାର ସ୍ଥିତି ବଦଳୂନାହିଁ। ଯାହାକୁ ନେଇ ଅନେକ ସମୟରେ ଜିଲ୍ଲା ବାସୀଙ୍କ ମଧ୍ଯରେ ଅସନ୍ତୋଷ ର ଦାନା ବାନ୍ଧୁଛି।