ପୁରା ଖବର ବିଷୟରେ



ରାୟଗଡ଼ା ଉପ ଖଣ୍ଡ କାମ୍ଫମାଲିଗାଁ ଗ୍ରାମର ହସହାୟ ଗରିବ ଲୋକଙ୍କୁ ରନ୍ଧାଖାଦ୍ୟ ଏବଂ ଶୁଖି‌ଲା ଖାଦ୍ୟ ବଣ୍ଟ କରାଯାଇଛି

May 30 2021 3:36PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା :- କୋରନା ମହାମାରି କଟକଣା ଯୋଗୁଁ ଖାଦ୍ୟ ସମୟରେ ପିଡ଼ିତ ଥିବା ପରିବାର , ରାସ୍ତା କଡ଼ରେ ଥିବା ମାନସିକ ରୋଗି ଓ ନିରୀହ ଯିବ ଜନ୍ତୁଙ୍କୁ ରନ୍ଧାଖାଦ୍ୟ ସହ ଶୁଖିଲା ଖାଦ୍ୟ ଏବଂ ମାସ୍କ ବଣ୍ଟନ କରାଯାଇଥିଲା ଭାରତୀୟ ମଜଦୁର ସଂଘ ର ରାଜ୍ଯ ସମ୍ପାଦକ ଶ୍ରୀ ଯୋଗେଶ୍ୱର ଦାସ ଏବଂ କାମ୍ଫମାଲିଗାଁ ଗ୍ରାମର ପ୍ରତିଷ୍ଠିତ ବ୍ୟକ୍ତି ସମାଜ ସେବୀ , ଗରିବ ନିରିହଙ୍କ ସାଥି ଶ୍ରୀ ସେଟି ଗାଙ୍ଗାରାଜୁ ନାୟଡୁ ଙ୍କ ନେତୃତ୍ୱରେ ମାଲିଗାଁ ପଞ୍ଚାୟତ ର ଗରିବ ନିରୀହ ବେସାହାରା ଜନସାଧାରଣଙ୍କୁ ରନ୍ଧା ଖାଦ୍ୟ ସହ ଶୁଖିଲା ଖାଦ୍ୟ ଏବଂ ମାସ୍କ ବଣ୍ଟନ କରାଯିବା ସହ ସରକାରଙ୍କ କୋରନା ନିୟମ ମାନିବା,ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ବଜାୟ ରହିବା ପାଇଁ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ର ପ୍ରାୟ ୧୫୦ ରୁ ଉର୍ଦ୍ଧ ଲୋକଙ୍କୁ ରନ୍ଧାଖାଦ୍ୟ ଏବଂ ଶୁଖି‌ଲା ଖାଦ୍ୟ ବଣ୍ଟନ କରାଯାଇଛି । ଉକ୍ତ କୟକ୍ରମରେ କାମ୍ଫମାଲିଗାଁ ର‌ ଭହୁ ମାନ୍ୟଗଣ୍ୟ ବ୍ୟକ୍ତି ଯଥା କିଲାନା ସାତିଶ , ମାହେଶ ଶିଦୁଲା , ଆଲମାଣ୍ଡା ରାମବାବୁ , ନୂତନ ଓଡ଼ିଶା ର କଲୋନରା ବ୍ଲକ ପ୍ରତିନିଧି ବନ୍ଧୁ ସାନ୍ତଷ ପଟ୍ଟନାୟକ ଯୋଗ ଦେଇଥିଲେ । ଉକ୍ତ କୟକ୍ରମକୁ ଭାରତୀୟ ମଜଦାରୁ ସଂଘ ର ଜିଲ୍ଲା ସମ୍ପାଦକ ଖଗେଶ୍ବର ସିଂହ , ରାୟଗଡ଼ା ବ୍ଳକ ସମ୍ପାଦକ ପ୍ରଭାକାର ରତ୍ନାଲୁ, ଉପ ସଭାପତି ମୋହନରାଓ ମାଝି ପରିଚାଳନା କରିଥିଲେ ।