Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ରାୟଗଡ଼ା ଜିଲ୍ଲା ସି.ଆର.ପି.ଏଫ ଙ୍କ ତରଫରୁ ଗରିବ ଅସହାୟ ଲୋକଙ୍କୁ ରାସନ ସାମଗ୍ରୀ ବଣ୍ଟନ
May 27 2021 3:47PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା: କୋଭିଡ-19 ବା କରୋନାର ଦ୍ଵିତୀୟ ଲୋହରୀରେ ବର୍ତମାନ ସାରା ରାଜ୍ୟରେ ଲକଡାଉନ ଚାଲିଥିବା ବେଳେ ଲୋକେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବ ଦେଖି ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଝିଲିଗୁଡା ଠାରେ ଅବସ୍ଥାପିତ ଅଷ୍ଟମ ବାଟାଲିୟନ ସିଆରପିଏଫର ମୁଖ୍ୟ କାର୍ଯ୍ୟାଳୟ ଠାରେ ବାଟାଲିୟନର କମାଣ୍ଡେଣ୍ଟ ନରେନ୍ଦ୍ର କୁମାର ସିଂ ଙ୍କ ନିର୍ଦେଶ କ୍ରମେ ଆଖପାଖ ଗ୍ରାମ ଝିଲିଗୁଡା, ସୁନାବନ୍ଧ,କୁଦୁଲିମା ଓ କୁଦୁଲିମା ହରିଜନ ସାହି ସହ ଅନ୍ୟାନ୍ୟ ଗ୍ରାମର ଗରିବ ଓ ଅସହାୟ ଲୋକଙ୍କୁ ଚାଉଳ,ଡାଲି,ସାବୁନ,ସର୍ଫ ସହ ଅନ୍ୟ ଶୁଖିଲା ରାସନ ସାମଗ୍ରୀ ବଣ୍ଟନ କରିଥିଲେ l ଏହି ରାସନ ସାମଗ୍ରୀ ଅଞ୍ଚଳର ଦୁଇ ଶହ ଲୋକଙ୍କୁ ବଣ୍ଟନ କରାଯାଇଥିବା ଜଣାପଡିଛି l ଅଞ୍ଚଳର ଲୋକେ ଏହି ରାସନ ସାମଗ୍ରୀ ଗୁଡିକୁ ଖୁସିର ସହ ଗ୍ରହଣ କରିଥିଲେ l ପରେ ସିଆରପିଏଫଙ୍କ ଏପରି ମହାନତା କାର୍ଯ୍ୟ ପାଇଁ ଅଞ୍ଚଳର ଲୋକେ ସମସ୍ତ ସିଆରପିଏଫ ଯବାନ ମାନଙ୍କୁ ସାଧୁବାଦ ଜଣାଇବାସହ କମାଣ୍ଡେଣ୍ଟ ନରେନ୍ଦ୍ର କୁମାର ସିଂ ଙ୍କୁ ଧନ୍ୟବାଦ ଦେଇଥିଲେ l ସୂଚନା ଯେ ଗତ ବର୍ଷ ମଧ୍ୟ କରୋନା ସମୟରେ ଅଞ୍ଚଳର ବହୁ ଗରିବ ଓ ଅସହାୟ ଲୋକଙ୍କୁ ଏହିପରି ଭାବେ ରାସନ ସାମଗ୍ରୀ ବଣ୍ଟନ କରିବା ସହ ମୁନିଗୁଡା ସହରରେ ମଧ୍ୟ ରାସ୍ତାରେ ବୁଲୁଥିବା ଗରିବ ଓ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ l