ପୁରା ଖବର ବିଷୟରେ



ରାୟଗଡ଼ା ଜିଲ୍ଲା ର ନିୟମଗିରି ଡ଼ଙ୍ଗରିଆଙ୍କୁ ବହୁ ବୁଝାସୁଝା ପରେ ଦିଆଗଲା ପ୍ରଥମ ପର୍ଯ୍ୟାୟ କରୋନା ଟୀକା l

May 27 2021 3:37PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା : ଆଦିମ ସଭ୍ୟତାର ଏନ୍ତୁଡ଼ିଶାଳ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକରେ ଥିବା ନିୟମଗିରି ପାର୍ବଵତ୍ୟାଞ୍ଚଳରେ କେଉଁ ଅନାଦି କାଳରୁ ବସବାସ କରୁଛନ୍ତି ଆଦିମ ଜନଜାତି ସଂପ୍ରଦାୟର ଡଙ୍ଗରିଆ କନ୍ଧ।ଏହି ବ୍ଲକର ମୁନିଖୋଲ,ଶିବପଦର ପଂଚାୟତ ଅନ୍ତର୍ଗତ ୩୩ଟି ଗାଁରେ ୭୦୦ପରିବାରର ପାଖାପାଖି ୪୦୦୦ ଡଙ୍ଗରିଆ ଲୋକ ନିୟମଗିରି ପାହାଡ଼ି ଇଲାକାରେ ବସବାସ କରିଥାନ୍ତି।ଗଲା ମହାମାରୀ କରୋନା କାଳରେ ସେମାନଙ୍କ ଜୀବିକା ବ୍ୟାପକ ଭାବେ  ପ୍ରଭାବିତ ହୋଇଥିବା ବେଳେ ଜୀବନ ପ୍ରତି ବିପଦ ଦେଖା ଯାଇନଥିଲା।ହେଲେ ଚଳିତ କରୋନା ର ଦ୍ଵିତୀୟ ଲହରରେ ଏମାନଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଛି।କଲ୍ୟାଣସିଙ୍ଗପୁର ବ୍ଲକର ଡଙ୍ଗରିଆ ଅଂଚଳରେ କିଛି ଲୋକଙ୍କ ପରୀକ୍ଷାରୁ କରୋନା ଭୁତାଣୁ ମିଳିବାପରେ ସ୍ଥାନୀୟ ପ୍ରଶାସନ ତତ୍ପରତା  ଫଳରେ ଆଜି ସେଠାରେ ସଚେତନତା,କରୋନା ପରୀକ୍ଷା,ଟୀକାକରଣ ଓ ସେମାନଙ୍କୁ ସମସ୍ତ ସହଯୋଗ ମିଳିପାରିଛି।ଏହାକୁ ଦେଖି ଚାରିଦିନ ତଳେ ମୁନିଗୁଡା ବିଡ଼ିଓ ଦିଲ୍ଲୀପ କୁମାର ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ନିୟମଗିରି ଅଂଚଳ ଶକଟା, ମୁନିଖୋଲ ଅଂଚଳ ଗସ୍ତ କରି ସ୍ଥାନୀୟ ଅଞ୍ଚଳବାସୀଙ୍କୁ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ବୁଝାଇ ଥିଲେ। ସମସ୍ତେ ଆଗେଇ ଆସି ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ପାଖରେ ନିଜନିଜର ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଥିଲେ।ମାସ୍କ ପିନ୍ଧିବା,ବାରମ୍ବାର ସାବୁନରେ ହାତ ଧୋଇବା,ସାମାଜିକ ଦୂରତା ମଧ୍ୟରେ ରହିବାକୁ ବିଡ଼ିଓ ସଭିଙ୍କୁ କହିଥିଲେ।ଫଳରେ ଗତକାଲି ଏହି ଦୁଇଟି ଗାଁର ୨୨ଜଣ ଡଙ୍ଗରିଆ ଆଦିବାସୀ ଓ ୨୮ଜଣ ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ପ୍ରଥମ ପର୍ଯ୍ୟାୟ ଟୀକାକରଣ କରାଯାଇ ପାରିଛି।ଏହା ଡଙ୍ଗର ମୁଲକ ପାଇଁ ଶୁଭ ସୂଚନା।ଡ଼ଙ୍ଗରିଆମାନେ ବିଶେଷତଃ ଗୋଷ୍ଟିଗତ ଜୀବନ ବିତାଇଥାନ୍ତି।ବିଭିନ୍ନ ହାଟ ବଜାରକୁ ଯାଇ ନିଜ ସାମଗ୍ରୀ ବିକିବା ସହ ଆବଶ୍ୟକ ସାମଗ୍ରୀ କିଣିଥାନ୍ତି।ଏହି ମିଳାମିଶା ମଧ୍ୟରେ କରୋନା ସଂକ୍ରମଣ ଅଧିକା ବ୍ୟାପିବାର ସମ୍ଭାବନା ଥିବାରୁ ମୁନିଗୁଡ଼ାରେ ବ୍ୟାପକ କଟକଣା ଲାଗୁ କରାଯାଇଛି।ଏହି ଘଡିସନ୍ଧି ମୁହୂର୍ତ୍ତରେ