Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ବର୍ଷା ଦିନ ପୂର୍ବରୁ ଜଳସେଚନ ବିଭାଗର ସମସ୍ତ କେନାଲ,ଡ୍ୟାମ ସଫେଇ ଓ ମରାମତି ହେବାକୁ ଦାବି। (ନିଘୋଡ଼ ନିଦ୍ରାରେ କ୍ଷୁଦ୍ର ଜଳସେଚନ ବିଭାଗ,ପାଣି ପାଇଁ ଡହଳ ବିକଳ ଚାଷୀ)
May 27 2021 3:29PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା: ରାୟଗଡା ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗ ଉପବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀଂକ ମୁଖ୍ୟ କାର୍ଯ୍ୟାଳୟ ମୁନିଗୁଡା ବ୍ଲକ ସଦର ମହକୁମାରେ ଅବସ୍ଥିତ।ଏଠାରେ ସହକାରୀ ଯନ୍ତ୍ରୀଙ୍କୁ ମିଶାଇ ତିନି ଚାରି ଜଣ କନିଷ୍ଠ ଯନ୍ତ୍ରୀ ଓ ଆବଶ୍ୟକ ବିଭାଗୀୟ କର୍ମଚାରୀ ରହୁଛନ୍ତି।ଏହି କାର୍ଯ୍ୟାଳୟ ଅଧୀନରେ ମୁନିଗୁଡା, ଚନ୍ଦ୍ରପୁର ଓ ବିଷମକଟକ ବ୍ଲକରେ ଥିବା ହଜାର ହଜାର ହେକ୍ଟର ଚାଷ ଜମିକୁ କେନାଲ ମାଧ୍ୟମରେ ଜଳସେଚିତ କରାଇବାର ଦାୟିତ୍ୱ ଅଛି।ହେଲେ ପ୍ରତିବର୍ଷ ବର୍ଷାଦିନେ ଚାଷ ଜମିରେ ପାଣି ମଡକ ପଡେ।ଚାଷୀକୁଳ ଡହଳ ବିକଳ ହୋଇ ଧାଇଁ ଆସନ୍ତି ଏହି କାର୍ଯ୍ୟାଳୟକୁ।ଅଭିଯୋଗ ଉପରେ ଅଭିଯୋଗ ଲଦି ହୋଇ ପଡେ କାର୍ଯ୍ୟାଳୟ ଅଧିକାରୀଙ୍କ ଟେବୁଲ ଉପରେ।କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୁନ।ଏଠି ଇନ୍ଦ୍ର ଦେବତାଙ୍କ କୃପାଦୃଷ୍ଟିରେ ଚାଲୁଛି ଚାଷବାସ।ପ୍ରାୟତଃ କେବେ କେନାଲ ମାନଙ୍କର ସଫେଇ, ମରାମତି ଅବା କେନାଲରେ ଭରିଯାଇଥିବା ବାଲି ମାଟି ଉଠାଣ ହୁଏ ନାହିଁ।ଯେଉଁ କେନାଲ ସବୁ କିଛି ବର୍ଷ ପୂର୍ବରୁ ନିର୍ମାଣ ହୋଇଛି ସେସବୁ ବୈଷୟିକ ଦୃଷ୍ଟିରୁ ଏଭଳିଯେ କେନାଲ ରହିଛି ତଳେ ଆଉ ଚାଷ ଜମି ସବୁ ତିନି ଚାରିଫୁଟ ଉପରେ।କେନାଲ ମଧ୍ୟରୁ ପାଣି ଚାଷ ଜମିକୁ ଉଠିବ କିପରି।ଭାବନ୍ତୁ ଏହି କେନାଲ ନିର୍ମାଣ ଚାଷ ଓ ଚାଷୀ ମାନଙ୍କ ସ୍ୱାର୍ଥ ପାଇଁ ନାଁ ଠିକାଦାର ଓ ଯନ୍ତ୍ରୀ ମାନଙ୍କ ହିତ ପାଇଁ।ଗତ ତିନି ବର୍ଷ ପୂର୍ବରୁ ମୁନିଖୋଲରୁ ଲିଟିଗୁଡା ଓ ଭୟରବଗଡ ଗାଁକୁ ନିର୍ମାଣ ହୋଇଥିବା କେନାଲ ଛଅ ମାସ ମଧ୍ୟରେ ବିଭିନ୍ନ ସ୍ଥାନରେ ଭାଙ୍ଗିଗଲା।ଚାଷୀ ମାନଙ୍କ ତରଫରୁ ଅଭିଯୋଗ ହେଲାରୁ ଏହା ଠିକାଦାରର ଏଗ୍ରିମେଣ୍ଟ ଅବଧି ମଧ୍ୟରେ ଅଛି,ସେ ଏହାର ମରାମତି କରିବେ କହି କଥା ସାରିଦେଲେ।ହେଲେ ଅଦ୍ୟାବଧି ତାହା ମରାମତି ହୋଇପାରିନି।ପ୍ରତିବର୍ଷ ଏହି କେନାଲର ପାଣି ଶେଷ ମୁଣ୍ଡ କ୍ଷେତକୁ ଯାଉନି।ଚାଷୀଙ୍କ ଅଶନ୍ତୋଷକୁ ବିଭାଗୀୟ ଯନ୍ତ୍ରୀ ଅଣଦେଖା କରୁଥିବା ଦେଖିବାକୁ ମିଳୁଛି।ସେହିପରି ଭୟରବଗଡ ଲଦୀପଙ୍ଗା ଗାଁରେ ହୋଇଥିବା ଜଳସେଚନ କେନାଲ ବିଭିନ ଜାଗାରେ ପୋତି ହୋଇ ପଡ଼ିଥିବା ବେଳେ ଅନେକ ଜାଗାରେ ଭାଙ୍ଗି ଗଲାଣି।ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ଏସବୁ ପ୍ରତି ନଜର ଦେବାକୁ ଆଗ୍ରହ ଦେଖାଉ ନାହାନ୍ତି।ବରଂ ନୂଆ ଲୋଭନୀୟ ପ୍ରୋଜେକ୍ଟ ଆସିଥିବା ତିନୋଟି ବ୍ଲକର ବିଭିନ୍ନ ସ୍ଥାନକୁ ଦୌଡା ଦୌଡ଼ି କରୁଛନ୍ତି।ଏବେ ଜିଲ୍ଲାର ଏହି ତିନୋଟି ବ୍ଲକ ଅଧୀନରେ ଥିବା ପ୍ରାୟ ସମସ୍ତ କେନାଲ ଓ ଡ୍ୟାମ ସବୁ ଅସୁରକ୍ଷିତ ଅବସ୍ଥାରେ ଅଛି।ଖରାଦିନେ ଏହି ସବୁ କେନାଲ ମଧ୍ୟରୁ ଗଛିତ ବାଲିମାଟି ଉଠାଣ,ଭାଙ୍ଗି ପଡିଥିବା କେନାଲ ବନ୍ଧ ମରାମତି,ଓ କେନାଲ ଭିତରେ ଉଠିଥିବା ଅନାବନ ଘାସ,ଗଛକୁ କାଟି ସଫା କରିବା କାର୍ଯ୍ୟ କରିବା ଜଳସେଚନ ବିଭାଗର କାର୍ଯ୍ୟ।ଏହି କାର୍ଯ୍ୟ ସୁଚାରୁରୂପେ ହୋଇଥିଲେ ଚାଷୀ ମାନଙ୍କ ଆବଶ୍ୟକ ପାଣି ସହଜରେ ମିଳି ପାରିଥାନ୍ତା ଓ ଶେଷ ମୁଣ୍ଡରେ ଥିବା ଚାଷୀଟି କ୍ଷେତରେ ପାଣି ପହଂଚି ପାରିଥାନ୍ତା।ହେଲେ ବିଭାଗୀୟ ଯନ୍ତ୍ରୀଂକ ଉଦାସୀନତା ଅବା ଅନ୍ୟ କିଛି ବାଟମାରଣା ଆଶାରେ ଏହିସବୁ କେନାଲ ଅବା ଡ୍ୟାମ ମାନଙ୍କର ଆବଶ୍ୟକ ମରାମତି ଅନେକ ବର୍ଷୁ ହେଉନାହିଁ।ବିଭାଗର ଅର୍ଥ ଅଭାବ କାରଣକୁ ନେଇ ଯଦି ମରାମତି ହେଉନାହିଁ, ତେବେ ନୂଆ ପ୍ରୋଜେକ୍ଟ କରିବାକୁ ଅର୍ଥ ଆସୁଛି କିପରି।ପୁରୁଣା କେନାଲର ମରାମତି,ରକ୍ଷେଣା ବେକ୍ଷଣ ପାଇଁ ବିଭାଗର ଦାୟିତ୍ୱ ନୁହେଁକି?କ'ଣ ପାଇଁ ପ୍ରତିବର୍ଷ ଚାଷୀମାନେ ସହକାରି ନିର୍ବାହୀ ଯନ୍ତ୍ରୀଂକ କାର୍ଯ୍ୟାଳୟରେ ପାଣି ମୁନ୍ଦେ ପାଇଁ ମୁଣ୍ଡ ପିଟୁଛନ୍ତି।ସଭି ଚାଷ ଜମିକୁ ପାଣି ଯୋଗାଇବାର ସୁନେଲି ସ୍ୱପ୍ନ ଦେଖାଉଥିବା ରାଜ୍ୟ ସରକାର ବର୍ଷା ଦିନେ ବୋହିଯାଉଥିବା ବର୍ଷା ଜଳକୁ କ୍ଷେତକୁ ଯୋଗାଇବାରେ ଏଠି ଅସମର୍ଥ । ଯଦି କ୍ଷେତରେ ବର୍ଷା ଜଳ ପହଞ୍ଚାଇ ପାରୁନ,ତେବେ ଚାଷୀଙ୍କୁ ଖରାଦିନିଆ ଫସଲ କରିବାକୁ ପ୍ରବର୍ତ୍ତାଉଥିବା ସରକାର କେଉଁ ସୁରକ୍ଷିତ ଡ୍ୟାମରୁ ପାଣି ଯୋଗାଇବ।ସରକାରଙ୍କ ନୀତିକୁ ବିଭାଗୀୟ ଅଧିକାରୀଙ୍କ ବେଖାତିର ଯୋଗୁଁ ଆଜି ମୁନିଗୁଡା, ବିଷମକଟକ ଓ ଚନ୍ଦ୍ରପୁର ବ୍ଲକରେ ଚାଷୀମାନେ ବର୍ଷାଦିନେ ପାଣିପାଇଁ ଡହଳ ବିକଳ ହେଉଛନ୍ତି ।ଆଉ ଅଳ୍ପ କେଇଟା ଦିନ ପରେ ମୌଶମୀର ଆଗମନ ହେବ,ତା' ପୂର୍ବରୁ ଜଳସେଚନ ବିଭାଗର ନିର୍ଦ୍ଧିଷ୍ଟ କିଛି ନୀତି ଥିଲା ଭଳି ଲାଗୁନି।ଏହା ଏହି ବର୍ଷର କଥା ନୁହେଁ,ଏହିପରି ଭାବେ ପ୍ରତିବର୍ଷ ଚାଷୀଙ୍କୁ ରୀତିମତ ଠକି ଚାଲିଛି ବିଭାଗ।ଏଠି ଗୁହାରି କରିବେ କାହାକୁ ଆଉ ଶୁଣିବ କିଏ?ସବୁ ଗୁଡା ସର୍ବଗିଳା ଡାହୁକ ବୋଲି ଚାଷୀମାନେ କହୁଛନ୍ତି।ଚଳିତ ବର୍ଷ ବର୍ଷାଦିନ ପୂର୍ବରୁ ସମସ୍ତ କେନାଲ ସଫେଇ,ମରାମତି ହୋଇଯିବା ଆବଶ୍ୟକ ଅନ୍ୟଥା ଚାଷୀମାନେ ସହକାରୀ ନିର୍ବାହୀ ଯନ୍ତ୍ରୀଂକ କାର୍ଯ୍ୟାଳୟ ଘେରାଉ କରିବା ସହ ଆନ୍ଦୋଳନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଅନେକ ଚାଷୀ କହିଛନ୍ତି।