ପୁରା ଖବର ବିଷୟରେ



ନକଲି ବିଦେଶୀ ମଦ ତିଆରି କାରଖାନା ଠାବ, ଦୁଇ ଗିରଫ।

May 27 2021 8:10AM
(ବାସୁଦେବପୁର ରୁ ଶ୍ରୀକାନ୍ତ ମହାପାତ୍ର କଂ ରିପୋର୍ଟ) କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଦ୍ଵାରା ବାସୁଦେବପୁର ବ୍ଲକର ଆର୍ତ୍ତୁଂ ପଞ୍ଚାୟତ କାର୍ଯ୍ୟାଳୟ ନିକଟକୁ ବିଦେଶୀ ନକଲି ହାତ ତିଆରି ମଦ କାରଖାନା ଠାବ କରାଯାଇଛି। ଏଠାରେ ଦୀର୍ଘଦିନ ହେଵ ଏହି ନକଲି ମଦ ତିଆରି କାରଖାନା ଚାଲୁଥିଲା। କୌଣସି ସୂତ୍ରରୁ ଖବର ପାଇ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଚଢ଼ାଉ କରିଥିଲା। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ଠାରୁ ୩୦ ହଜାର ଟଙ୍କା ନଗଦ, ୧୦୦ଲିଟର ବିଦେଶୀ ନକଲି ମଦ, କେମିକାଲ, ଵହୁ ନାମୀଦାମୀ କମ୍ପାନୀର ଲୋଗୋ, ମଦ କମ୍ପାନୀ ଷ୍ଟିକର, ମଦ ବୋତଲ ଠିପି, ମଦ ତିଆରି ଯନ୍ତ୍ରାଂଶ ଜଵତ କରିଛନ୍ତି। ଦୀର୍ଘ ୧ ମାସ ଧରି ଏହା ଉପରେ ନଜର ରଖିଥିଲା କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ।