ପୁରା ଖବର ବିଷୟରେ



ରାୟଗଡା ଜିଲ୍ଲା ଖରିଫ ରୁତୁ ପାଇଁ କାର୍ଯ୍ୟ କୌଶଳ ବୈଠକ ଅନୁଷ୍ଠିତ l

May 27 2021 8:06AM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ---------------------------------------------------- ରାୟଗଡା:- ରିଖ ରାୟଗଡ଼ା ଜିଲ୍ଲାର ଖରିଫ ଋତୁ ପାଇଁ କାର୍ଯ୍ୟ କୌଶଳ ବୈଠକ ଶେଷ ହୋଇଥିଲା । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦୁଶାସନ ପ୍ରହରାଜଙ୍କ ଦ୍ଵାରା ଆହୁତ ଏହି ସଭାରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର ସଭାପତିତ୍ଵ କରିଥିଲେ । ଏହି ସଭା କରୋନା ମହାମାରୀ କଟକଣା ଯୋଗୁ ଭିଡିଓ କନଫରେସିଙ୍ଗ ମାଧ୍ୟମରେ କରାଯାଇଥିଲେ ମଧ୍ୟ ଏଥିରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯଥା ଉଦ୍ୟାନ କୃଷି ନିର୍ଦ୍ଦେଶକ , ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ, ସମବାୟ ଉପ ନିବନ୍ଧକ , କୃଷି ବିଜ୍ଞାନ କେନ୍ଦ୍ରର ପ୍ରମୁଖ ବୈଜ୍ଞାନିକ , ବଡନାଳ ଜଳସେଚନ ପ୍ରୋଯେକ୍ଟର ନିର୍ବାହିଯନ୍ତ୍ରୀ , ଉଠା ଜଳ ସେଚନ ନିଗମର ନିର୍ବାହିଯନ୍ତ୍ରୀ, ମଧ୍ୟମ ଜଳସେଚନ ପ୍ରୋଯେକ୍ଟର ନିର୍ବାହିଯନ୍ତ୍ରୀ, କୃଷି ଯନ୍ତ୍ରପାତି ବିଭାଗର ନିର୍ବାହିଯନ୍ତ୍ରୀ, ରାୟଗଡ଼,ମୁନିଗୁଡା ଓ ଗୁଣୁପୁର ର କୃଷି ଜିଲ୍ଲା ଅଧିକାରୀ , ୧୧ ଟି ବ୍ଲକ ର ବ୍ଲକ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀ , ଜିଲ୍ଲା ମାନେଜର, ଓଡିଶା କୃଷି ଶିଳ୍ପ ନିଗମ , ଜୋନାଲ ମାନେଜର , ରାଜ୍ୟ ବିହନ ନିଗମ , ଜୟପୁର ଓ ବିଭିନ୍ନ ସାର ଯୋଗାଣ କାରୀ କମ୍ପାନୀ ମାନଙ୍କର ପ୍ରତିନିଧି ଯୋଗ ଦେଇଥିଲେ । ଏହି ବୈଠକରେ ବିହନ ଓ ସାର ଯୋଗାଣ , ଫସଲଋଣ , ମାଟି ପରୀକ୍ଷା ଓ ମୂର୍ତ୍ତିକ। ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ , ସମନ୍ନିତ ରୋଗ ପୋକ ପରିଚାଳନା , ଜୈବିକ କୃଷି, ଧାନ ପରିବର୍ତେ ଅଣଧ।ନ ଚାଷ , ଫାର୍ମ ପୋଖରୀ ଓ କୃଷକ ତାଲିମ ଉପରେ ବିଷାଦ ଭାବେ ଆଲୋଚନା କରଯାଇଥିଲା । ଚଳିତ ଖରିଫ ଋତୁରେ ଅଧିକ ଅମଳ କ୍ଷମ ଧାନଚାଷ ୫୫୦୦୦ହେକ୍ଟର, ମକାଚାଷ ୧୦୦୦୦ ହେକ୍ଟର , ମାଣ୍ଡିଆ ୧୧୫୦୦ ହେକ୍ଟର , ଡାଲିଜାତୀୟ ଫସଲ ୨୭୮୭୬ ହେକ୍ଟର , ଢୈଳବୀଜ ୬୩୦୦ ହେକ୍ଟର , କପା ୪୦,୦୦୦ ହେକ୍ଟର , ପନିପରିବା ୧୦୮୦୦ ହେକ୍ଟର , ମସଲା ଜାତୀୟ ଚାଷ ୨୫୫୦ ହେକ୍ଟର ଚାଷ କରାଯିବା ପାଇଁ ସ୍ଥିର କରାଗଲା । ଗୁଣୁପୁର ବ୍ଲକରେ ହୋଇଥିବା ୪ଟି ମେଗା ଉଠା ଜଳ ସେଚନ ପଏଣ୍ଟ ଅଞ୍ଚଳରେ ୧୦୦୦ ହେକ୍ଟର ଅଣଧାନ ଚାଷ କରାଯିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଅଛି । ଏଥିରେ କପା , ହରଡ ଓ ପନିପରିବା ଚାଷ କରାଯିବ । ଚଳିତ ବର୍ଷ ମୂର୍ତ୍ତିକା ପରୀକ୍ଷାଗାରରେ ୧୦୦୦୦ ଟି, ମୂର୍ତ୍ତିକା ପରୀକ୍ଷା ଭ୍ୟାନ ଦ୍ଵାରା ୫୦୦୦ ଟି ଓ ବ୍ଲକ ସ୍ତରୀୟ କୀଟ୍ ଦ୍ଵାରା ୬୬୦୦ ଟି ମାଟି ନମୁନା ସଂଗ୍ରହ କରାଯାଇ ଚାଷିମାନଙ୍କୁ ମୂର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ । ଅଧିକରୁ ଅଧିକ ଚାଷୀଙ୍କୁ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଭୁକ୍ତ କରାଯିବ । ରାସାୟନିକ ସାର ପ୍ରୋୟୋଗ ପ୍ରତି ହେକ୍ଟର ପିଛା ୮୪.୮ କି॰ଗ୍ରା ପ୍ରୟୋଗ ଲକ୍ଷ ରଖାଯାଇଛି । ସୌର ଜଳନିଧି ଯୋଜନାରେ ଜଳ ସେଚନ ପାଇଁ ଚାଷୀକୁ ରିହାତି ଯୋଗାଇଦିଆଯିବା । ଜିଲ୍ଲାରେ କାର୍ଯ୍ୟକାରୀ ଓଡିଶା ମିଲ୍ଲେଟ ମିଶନ ଜରିଆରେ ମାଣ୍ଡିଆ ଉପ୍ତାଦନ ବୃଦ୍ଧି କରାଯିବ ଓ ଏଥିପାଇଁ ୧୧୫୦୦ ହେକ୍ଟର ମାଣ୍ଡିଆ ଚାଷ ପାଇଁ ଚାଷଧ।ର୍ଜ୍ୟ କରାଯାଇଅଛି । ଜୈବିକ କୃଷିକୁ ଗୁରୁତ୍ଵ ଦିଆଯିବ, ବିଶେଷକରି ନିୟମଗିରି ଅଞ୍ଚଳରେ ରହୁଥିବା ଆଦିବାସୀ ବହୁଳ ଗାଁରେ ଜୈବିକ ଚାଷ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଉଦ୍ୟାନ ଉପନିର୍ଦେଶକ ଖରିଫ ଋତୁରେ ପ୍ରଥମ ଥର ପାଇଁ ଜିଲ୍ଲାରେ ଡ୍ର୍ଯାଗନ ଫଳ ଚାଷ ଓ ବର୍ଷା ଦିନିଆ ଆଳୁ ଚାଷ କରାଯାଉଥିବା କଥା ଜଣାଇଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ର ଉପରୋକ୍ତ ବିଷୟରେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ସମନ୍ଵୟ ରକ୍ଷା କାରୀ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ । ବିଶେଷ କରୀ ଅଣ ଧାନ ଚାଷ, ସାର ଓ ବିହନ ଯୋଗାଣ, ଜୈବିକ କୃଷି , ମାଟି ପରୀକ୍ଷା ଓ ବଳରାମ ଯୋଜନା କାର୍ଯ୍ୟ କାରୀ କରିବା ପାଇଁ ସେ ଗୁରୁତ୍ଵ ଆରୋପ କରିଥିଲେ । ଏହି ବୈଠକ ପରୋକ୍ଷ ରୂପେ କରାଯାଇଥିଲେ ମଧ୍ୟ ଏଥିରେ କୃଷି ଓ ଆନୁଷଙ୍ଗିକ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ବହୁତ ଫଳପ୍ରଦ ଆଲୋଚନା କରିଥିଲେ ।