ପୁରା ଖବର ବିଷୟରେ



ମହଙ୍ଗା ପଡିଲା 5 ଲକ୍ଷ ଟଙ୍କା, ଗୁମୁଡା ଫାଣ୍ଡିର 3 ହୋମଗାର୍ଡଙ୍କୁ ଛାଡିଲେ ଗଂଜେଇ ଗାଡି, ଗୁଡାରି ପୋଲିସ ତଦନ୍ତ କଲେ ଗୁଣୁପୁର କୋର୍ଟ ଚାଲାଣ l

May 23 2021 9:53PM
(ଗୁଡାରିରୁ ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା ଗୁଡାରି ଥାନା ଅନ୍ତର୍ଗତ ଗୁମୁଡା ଫାଣ୍ଡିର କାର୍ଯ୍ୟରତ ତିନି ଜଣ ହୋମଗାର୍ଡ ଓ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ମହଙ୍ଗା ପଡିଲା ପାଞ୍ଚ ଲକ୍ଷ ଟଙ୍କା l ଲାଞ୍ଚ ନେଇ ଛାଡିଥିଲେ ଗଂଜେଇ ବୋଝେଇ ଟ୍ରକ l ସୁରାକ ପାଇ ଗୁଡାରି ପୋଲିସର ଛାନଭିନ ତଦନ୍ତପରେ ଗୁଡାରି ପୋଲିସ ଥାନା କେସ ନମ୍ବର 34/ 22-05-2021. ତାରିଖରେ U/S 120 (B)/389 IPC ଧାରା ରୁଜୁ କରାଯାଇ ଏକ ଲକ୍ଷ ଟଙ୍କା ଓ 3 ଗୋଟି ମୋବାଇଲ ଫୋନ ଜବତ କରିବା ସହ ତିନି ଜଣ ହୋମ ଗାର୍ଡ ଓ ଏକ ଜଣ ଆସାମୀଙ୍କୁ ଗୁଡାରି ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଥିଲା l.ଗିରଫ ଆସାମୀ ମାନେ ହେଲେ [1] ହୋମଗାର୍ଡ ପ୍ରସାଦ କୁମ୍ଭାର , [2] ହୋମଗାର୍ଡ ଗୋପବନ୍ଧୁ ଗୌଡ଼,[3]ହୋମଗାର୍ଡ ଜି. କ୍ରିଷ୍ଣା ରାଓ, [4] ଅନିଲ କୁମାର ଗୌଡ଼ ୱରଫ ପତି l ସୂଚନା ଥାଉକି ଗତ 17-05-2021 ତାରିଖରେ ଅଭିଯୁକ୍ତଆସାମୀ ମାନେ ଗୁମୁଡା -ଗୁଡାରି ଛକ ଜାତୀୟ ରାଜପଥ -326 ନିକଟସ୍ଥ ଗୁପ୍ତ ସ୍ଥଳରେ ଗଂଜେଇ ବୋଝେଇ ଟ୍ରକକୁ ଅଟକାଇ ଅଭିଯୁକ୍ତଙ୍କ ଠାରୁ ଟଙ୍କା ଲୁଟିବା ପାଇଁ ଷଡଯନ୍ତ୍ର କରିଥିଲେ l ଏହାପରେ ସେମାନେ ଉକ୍ତ ଟ୍ରକରେ ନିଷେଧାଦେଶ ଗଂଜେଇ ପରିବହନ ପାଇଁ ଅପରାଧ ଅଭିଯୋଗରେ ଡ୍ରାଇଭର ଓ ହେଲ୍ପରଙ୍କୁ ଧମକ ଦେଇଥିଲେ l ସମସ୍ତ ବିଷୟ ସର୍ତ୍ତରେ ପ୍ରାୟ 5 ଲକ୍ଷ ପାଇବା ପରେ ଗଜେଇ ବୋଝେଇ ଟ୍ରକ ଛାଡି ଦେଇଥିବା ଘଟଣାକୁ କେନ୍ଦ୍ର କରି 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଗୁଡାରି ଆରକ୍ଷୀ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ତାଉଡ଼ିଆ ସୂଚନା ଦେଇଥିଲେ l