ପୁରା ଖବର ବିଷୟରେ



ରାୟଗଡ଼ା ରେ ମ୍ୟାଲେରିଆ, ଡେଙ୍ଗୁ, ଡ଼ାଇରିଆ ସହିତ ଟିବି ଓ କୋଭିଡ ଚିହ୍ନଟ ଓ ନିରାକାରଣ ନିମନ୍ତେ ମିଳିତ ଅଭିଯାନ ପାଇ ଗୁଗୁଲ ବୈଠକ କଲେ ଜିଲ୍ଲାପାଳ l

May 23 2021 11:28AM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡା:- ଜିଲ୍ଲାରେ ଆଗକୁ ମ୍ୟାଲେରିଆ, ଡେଙ୍ଗୁ, ଡ଼ାଇରିଆ ସାଙ୍ଗକୁ ଯକ୍ଷ୍ମା ଓ କୋଭିଡ ଓ ରକ୍ତ ଚାପ, ସୁଗାର, ଓ ଅନ୍ୟାନ୍ୟ ରୋଗର ଚିହ୍ନଟ ନିମନ୍ତେ ମିଳିତ ଅଭିଯାନ ପାଇ ଗୁଗୁଲ ବୈଠକ କଲେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର l ସମ୍ପ୍ରତି କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ଓ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏହି ସବୁ ରୋଗ ଆଗକୁ ଆଶଙ୍ଖା କରି ଏହାର ମୁକାବିଲା କରିବା ନିମନ୍ତେ ଆସନ୍ତାକାଲି ତା 24 ମଇ ମାସରୁ ଅଗଷ୍ଟ ମାସ 23ତାରିଖ ଯାଏଁ ସାମ୍ମନ୍ୱିତ ଅଭିଯାନ କରାଯିବ l ଏହି ସମୟରେ ଆଶା, ଅଙ୍ଗନବାଡି ମିଳିତ ଭାବେ ସମ୍ପୃକ୍ତ ଅଂଚଳରେ ଘରକୁ ଘର ଯାଇ ବୁଲିବେ ଏବଂ ରୋଗ ସମ୍ପର୍କରେ ପଚାରି ବୁଝିବେ l ଏହିପରି ତିନିମାସ ଧରି ଦୈନିକ 20ଘରକୁ ଯାଇ ଘରର ପ୍ରତ୍ୟେକ ସଦସ୍ୟଙ୍କ ସ୍ୱାସ୍ଥ୍ୟବସ୍ତା ପଚାରି ବୁଝିବେ l ବିଶେଷ କରି ମ୍ୟାଲେରିଆ, ଡେଙ୍ଗୁ, ଓ ଡ଼ାଇରିଆରେ ପୀଡିତ ହେଉଛନ୍ତି କିନାହିଁ ତା ସାଙ୍ଗକୁ ଲଗାତାର ଖସୁଥିବା ବ୍ୟକ୍ତି ଓ କୋଭିଡ, ଏବଂ ରକ୍ତ ଚାପ, ସୁଗାର ପେଟ ବଥା ସମସ୍ୟା ସମ୍ପର୍କରେ ପଚାରି ବୁଝିବେ ଏବଂ ତୁରନ୍ତ RRT କୁ ଜଣାଇବେ l ଏହି rrt ଟିମ ତୁରନ୍ତ ପହଁଚି ଚିକିତ୍ସା ସେବା ଯୋଗାଇଦେବ l ଏହା ସହିତ ସାନ୍ଧ୍ୟ ସୁଦ୍ଧା ସମ୍ପୃକ୍ତ ଅଂଚଳର ମେଡିକାଲ ଅଫିସରଙ୍କୁ ଜଣାଇବେ l ମେଡିକାଲ ଅଫିସର ଜିଲ୍ଲା ଅଫିସକୁ ଜଣାଇବେ l ଏହାକୁ ଦୈନିକ ମନିଟରିଙ୍ଗ କାଟିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦେଶ ଦେଇଥିଲେ l ଆଜିର ଏହି ବୈଠକରେ ପିଡି, ଦିଆରଦିଏ ଶ୍ରୀ ମହେଶ୍ୱର ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ଆର୍ତ୍ତବନ୍ଧୁ ନାୟକ, ପିଏ, ଆଇଟିଡ଼ିଏ ଗୁଣପୁର ଓ ରୟାଗଡ଼ଙ୍କ ସହିତ ଡ଼ା ଶ୍ରୀୟା ରୟା, ଡ଼ା ଏଲ ପୃଷ୍ଟି, ଡ଼ା ରାଜୁ, ଡିପିଏମ ରାଜେଶ ପଟ୍ଟନାୟକ, ବିଭିନ୍ନ ବ୍ଲକର ସ୍ୱସ୍ଥ୍ୟ ଅଧିକାରୀ, ସିଡିପିଓ ମାନେ, ଆସହ ସଂଯୋଜକ ମାନେ ଯୋଗଦାନ କରିଥିଲେ l