ପୁରା ଖବର ବିଷୟରେ



ରାୟଗଡ଼ା ରେ କରୋନା କାଳରେ ସହରବାସୀଙ୍କୁ ସଚେତନ କରୁଛନ୍ତି ପରିବା ବିକାଳି ଦିଲ୍ଲୀପ ଦଳେଇ,ମାସ୍କ ନାହିଁ ତ ପରିବା ନାହିଁ

May 22 2021 11:43AM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡା- ବର୍ତ୍ତମାନ ମହାମାରୀ କରୋନା କାଳରେ ଅନେକ ସ୍ବେଛାସେବୀ ଆଗକୁ ଆସି ସମାଜ ସେବାରେ ଲାଗିପଡିଛନ୍ତି । କିଏ ସୁରକ୍ଷା କବଚ ପିନ୍ଧି ଅପରିଚିତ ଶବକୁ କାନ୍ଧ ଦେଉଛି ତ ଆଉ କିଏ ଭୋକିଲା ପେଟରେ ଅର୍ଣ୍ଣ ଦେଉଛି । ହେଲେ ଆମେ କହୁଛି ଏମିତି ଏକ ଯୁବକଙ୍କ କଥା ଯିଏ ପେସାରେ ଜଣେ ପରିବା ବିକାଳି ହୋଇଥିଲେ ସୁଦ୍ଦା କରୋନା ସଚେତନରେ ଦିନ ରାତି ଲାଗିପଡିଛନ୍ତି । ଲୋକଙ୍କୁ ସଚେତନ କରିବା ସହ ଦୈନିକ ଦୁଇ ପଇସା ରୋଜଗାର କରି ନିଜ ପରିବାରକୁ ଦୁଇ ମୁଠା ଖାଇବାକୁ ଦେଉଛନ୍ତି । ରାୟଗଡା ସହର ଗାନ୍ଧିନଗର ଓଡିଶା ସାହିର 30 ବର୍ଷିୟ ଯୁବକ ଦିଲ୍ଲୀପ କୁମାର ଦଳେଇ । କରୋନା କାଳରେ ତାଲା ବନ୍ଦ ଓ ସପ୍ତାହନ୍ତ ସଟ୍ ଡାଉନ୍ ହୋଇଯାଇଥିବା ବେଳେ ସେ ଏବେ ଘର ଘର ବୁଲି ପରିବା ବିକ୍ରି କରୁଛନ୍ତି । ସବୁଠାରୁ ବଡ କଥା ହେଲା ସେ ବେପାର କମ୍ କରୋନା ସଂକ୍ରାନ୍ତରେ ଲୋକଙ୍କୁ ଅଧିକ ସଚେତନ କରୁଛନ୍ତି । ତାଲା ବନ୍ଦ ସମୟରେ ଲୋକ ସରକାରଙ୍କ ମାର୍ଗଦର୍ଶିକାକୁ ପାଳନ କରିବା ସହ ଘର ଭିତରେ ସୁରକ୍ଷିତ ରହିଥିବା ବେଳେ ପରିବା ବିକାଳି ଦିଲ୍ଲୀପ ଘର ଘର ବୁଲି ଲୋକଙ୍କୁ କରୋନା ସଂକ୍ରାନ୍ତରେ ସଚେତନ କରୁଛନ୍ତି । ନିଜେ ପରିବା ବିକ୍ରି କରି ଦୁଇପଇସା ରୋଜଗାର କରିବା କିଛି ନୂଆଁ କଥା ନୁହେଁ କିନ୍ତୁ ତାଙ୍କରି ସଚେତନ ବର୍ତ୍ତାକୁ ନେଇ ଏବେ ସହରରେ ସେ ବେଶ୍ ଚର୍ଚ୍ଚିତ । ସକାଳ 7ଟାରୁ ଦିନ 11ଟା ଯାଏଁ ସେ ଦୈନିକ ଜାରରେ ପରିବା ବିକ୍ରି କରିବା ପରେ ଟାଇଁ ଟାଇଁ ଖରାରେ ସାହି ସାହି ବୁଲୁଛନ୍ତି । ନିଜର ଏକ ମୁଫେଡ୍ ଗାଡିର ଚାରିଆଡେ ଡାଲା ଲଗାଇ ବିଭିନ୍ନ କିସମର ତାଜା ପନିପରିବା ଯଥା ବାଇଗଣ,ଫୁଲ କୋବି,ସାରୁ,ଜହ୍ମିଁ,ଟମାଟ,କଞ୍ଚା କଦଳୀ,କଖାରୁ,ସଜନା ଛୁଇଁ,ଝୁଡୁଙ୍ଗ,ବିଭିନ୍ନ ରକମର ସାଗ ସାଙ୍ଗକୁ ଅଦା ଓ ରସୁଣ ନେଇ ଘର ଘର ବୁଲୁଛନ୍ତି । ଖାଲି ସେତିକି ନୁହେଁ କିଛି ମାସ୍କ କମ୍ ଦରରେ ବିକ୍ରି କରିବା ସହ ଗ୍ରାହକଙ୍କ ହାତରେ ସାନିଟାଇଜର୍ ଦେଇ ପରିବା ଦେଉଛନ୍ତି । କରୋନାର ଭୟାବହତାକୁ ଦିଲ୍ଲୀପ ଭଲ ଭାବେ ବୁଝିଥିବା ବେଳେ ଯେଉଁ ଗ୍ରାହକ ମୁହଁରେ ମାସ୍କ ଲଗାଉ ନାହାନ୍ତି ସେହି ଗ୍ରାହକଙ୍କୁ ସେ ପରିବା ଦେଉନାହାନ୍ତି । ବାଇକ୍ ଆଗରେ ଓଜନିଆ ମେସିନ ସାଙ୍ଗକୁ ଫୋନ୍ ପେ ଓ ଗୁରୁଲ୍ ପେ ପରି ଅତ୍ୟାଧୁନିକ ସେବାର ବ୍ୟବସ୍ଥା ମଧ୍ୟ କରିଛନ୍ତି ଦିଲ୍ଲୀପ ଦଳେଇ । କରୋନା କାଳରେ ଘର ଘର ବୁଲି ପନିପରିବା ବିକ୍ରି କରିବା କିଛି ବଡ କଥା ହୋଇନଥିଲେ ସୁଦ୍ଦା ଧୂଧୂ ଖରାରେ ସହରବାସୀଙ୍କୁ କମ୍ ଦରରେ ପରିବା ଦେବା ଆଉ କରୋନା ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବାକୁ ନେଇ ସେ ଏବେ ପ୍ରଶଂସାର ପାତ୍ର ହୋଇଛନ୍ତି । ମହାମାରୀକୁ ଅତି ନିକଟରୁ ଦେଖିଥିବା ଦିଲ୍ଲୀପଙ୍କ ଏହି ସାମାନ୍ୟ ଉପଦେଶ ଲୋକଙ୍କୁ ମୃତ୍ୟୁମୁଖରୁ ଟାଣି ଆଣିପାରେ । ସେ ଏହି କଥାକୁ ଠିକ୍ ରୂପେ ବୁଝିଥିବା ବେଳେ ବଜାରକୁ ଆସିପାରୁନଥିବା ଗ୍ରାହକ ମାନଙ୍କୁ ଚଢା ଦର ପରିବର୍ତ୍ତେ ଅତି କମ୍ ଦରରେ ପରିବା ପ୍ରଦାନ କରୁଛନ୍ତି । କେବଳ ସହରାଞ୍ଚଳରେ ନୁହେଁ ଦିଲ୍ଲୀପ ରାୟଗଡା ସହରର ଆଖପାଖ ଆଦିବାସୀ ଗ୍ରାମକୁ ଯାଇ ଲୋକ ମାନଙ୍କୁ ମାସ୍କ ପିନ୍ଧିବା,ହାତ ଧୋଇବା ଓ ସାମାଜିକ ଦୂରତାକୁ ପାଳନ କରିବା ସହ ସରକାରଙ୍କ ମାର୍ଗଦର୍ଶିକାକୁ କଡାକଡି ଭାବେ ପାଳନ କରିବା ପାଇଁ ମାଇକ୍ ଯୋଗେ ବାର୍ତ୍ତା ଦେଉଛନ୍ତି । କରୋନାର ପ୍ରଥମ ଲହରୀରେ ଦିନ ଦିନ ଧରି ତାଲା ବନ୍ଦ ହୋଇଯାଇଥିବା ବେଳେ ସେ ଲୋକଙ୍କ ଘରେ ଘରେ ପରିବା ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ଆଉ ଦ୍ବିତୀୟ ଲହରୀରେ ରାୟଗଡା ସହରରେ ସର୍ବାଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଦିଲ୍ଲୀପ କୁମାର ଦଳାଇ ଲୋକଙ୍କୁ ସ୍ବଳ୍ପ ମୂଲ୍ୟରେ ପରିବା ଯୋଗାଇ ଦେବା ସହ କରୋନା ସଂକ୍ରାନ୍ତରେ ବ୍ୟାପକ ସଚେତନତା ସୃଷ୍ଟି କରୁଛନ୍ତି । ଆଉ କରୋନା କାଳରେ ଦିଲ୍ଲୀପଙ୍କ ଏପରି ସଚେତନତା ମୂଳକ ବାର୍ତ୍ତାକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି ।