ପୁରା ଖବର ବିଷୟରେ



ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗାଈ ସହ ଅନେକ ଜୀବଙ୍କ ମୃତ୍ୟୁ'

May 20 2021 9:27PM
(ଏମ୍ ଭି ୭୯ ରୁ ଅମଲ କୁମାର ମଣ୍ଡଲ କଂ ରିପୋର୍ଟ) ଏମ୍ ଭି ୭୯//- କାଳ ବୈଶାଖୀ ଫଳରେ ପ୍ରାୟ ଦିନ ସ୍ୱଳ୍ପ ବର୍ଷା ସହ ଝଡ ଦେଖିବାକୁ ମିଳୁଛି ମାଲକାନଗିରି ଜିଲ୍ଲାରେ । ଗତକାଲି କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ ଭି ୭୫ ଗ୍ରାମର ନୀଳଗିରି ଲାଗିଥିବା ଏକ ଜମି ଠାରେ ୧୧୦୦୦ କେ.ଭି ତାର ଝଡ ଯୋଗୁ ଛିଣ୍ଡି ମାଟିକୁ ଲାଗିଥିଲା ସେହି ସମୟରେ ସେଠାରେ ଥିବା ଏକ ଗାଈ,ଏକ ବିରାଟ କାୟ ଅହିରାଜ, ବଡୁଡି, କୋଇଲି ଏବଂ ଅନ୍ୟାନ୍ୟ ଜୀବ ଅତି ଉଚ୍ଚ ମାତ୍ରାର ବିଦ୍ୟୁତ ସଂସ୍ପର୍ଶ ରେ ଆସି ପ୍ରାଣ ହରେଇ ଥିଲେ । ବିଦ୍ୟୁତ ତାର ଛିଣ୍ଡି ମାଟିକୁ ଲାଗିବା ମାତ୍ରେ ସବଷ୍ଟେସନ ଥିବା ବ୍ରେକର ଦ୍ୱାରା ବିଦ୍ୟୁତ କାଟ ହୋଇଥାଏ । କିନ୍ତୁ ଏମ୍ ଭି ୭୫ ଗ୍ରାମର ଘଟଣା ରେ ବ୍ରେକର କିଭଳି କାମ କରିନଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ଯଦି ବ୍ରେକର ଠିକ ଥାଆନ୍ତା ତାହେଲେ ନିରୀହ ପଶୁ ସହ ସରୀସୃପ ଙ୍କ ଜୀବନ ବଞ୍ଚି ଯାଆନ୍ତା । ଭାଗ୍ୟ ବଶତଃ କୌଣସି ବ୍ୟକ୍ତି ଏହି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସିନାହାନ୍ତି ନଚେତ ଏହାର ପରିଣାମ ଆହୁରି ଲୋମହର୍ଷଣ କାରୀ ହେବା ସୁନିଶ୍ଚିତ ହୋଇଥାନ୍ତା । ଏହି ଘଟଣାଟି ବିଦ୍ୟୁତ ବିଭାଗର ଅସାବଧାନତା କୁ ଦର୍ଶାଉଛି । ସରକାର ଏହି ଘଟଣା ପ୍ରତି ଗୁରୁତ୍ୱପୂର୍ଣ୍ଣ ଭାବେ ଧ୍ୟାନ ଦେବା ସହିତ ମୃତ ଗାଈ ମାଲିକଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିବା ପାଇଁ ସ୍ଥାନୀୟ ଲୋକେ ଦାବି ରଖିଛନ୍ତି ।