ପୁରା ଖବର ବିଷୟରେ



କୋଭିଡ ନିୟମ ଉଲଂଘନ କରିଥିବା ଦୋକାନୀ ଙ୍କ ଉପରେ ପୋଲିସ ପ୍ରସାଶନର କଡ଼ା କାର୍ଯ୍ୟାନୁଷ୍ଠାନ

May 20 2021 8:40PM
(ଧାମନଗର ରୁ ରଞ୍ଜନ କୁମାର ମଲ୍ଲିକ କଂ ରିପୋର୍ଟ) ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଧାମନଗର ଏନ୍.ଏ.ସି ଅଞ୍ଚଳରେ ରାଜ୍ୟସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଭଦ୍ରକ ପ୍ରଶାସନ ର ଆଦେଶ କ୍ରମେ କୋଭିଡ ନିୟମକୁ ରୋକ୍ ଠୋକ୍ ବେଖାତିର୍ କରୁଥିବା କେତକ ଦୋକାନୀଙ୍କ ଉପରେ ଧାମନଗର ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ମହନ୍ତ ମୋହଦୟ ଏବଂ ଧାମନଗର ଥାନାର SDPO ଶ୍ରୀଯୁକ୍ତ ବିଜୟକୃଷ୍ଣ ମହାପାତ୍ର ମୋହଦୟ ଙ୍କ ମିଳିତ ଚଢ଼ାଉରେ ଧାମନଗର ବଜାରରେ ଥିବା ଆଜାଦ ସୁ ଷ୍ଟୋର ନାମକ ଏକ ଅମାନିଆ ଜୋତା ଦୋକାନୀର ଦୋକାନକୁ ସିଜ କରାଯାଇଛି। ଧାମନଗର ଅଞ୍ଚଳରେ ବାରମ୍ବାର ପ୍ରଶାସନ ପକ୍ଷରୁ ମାଇକ ଦ୍ୱାରା ଜନସାଧାରଣ ଏବଂ ଦୋକାନୀମାନଙ୍କୁ ସଚେତନ କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଆଜି କଡ଼ା ପଦକ୍ଷେପ ନିଆଯାଇଛି। ଧାମନଗରର ନବନିଯୁକ୍ତ ଭାରପ୍ରାପ୍ତ ଅଧିକାରୀଙ୍କ ଏତାଦୃଶ କାର୍ଯ୍ୟକଳାପକୁ ଧାମନଗର ଅଞ୍ଚଳର ବିଜ୍ଞଜନ ମାନେ ଅନେକ ଅନେକ ପ୍ରଶଂସା କରିଥିବାର ସୂଚନା ମିଳିଛି।ଧାମନଗର ଅଞ୍ଚଳରେ ଏମିତି ଜଣେ କର୍ତଵ୍ୟପରାୟଣ ପୋଲିସ ଅଧିକାରୀ ରହିବାର ଆବଶ୍ୟକତା ଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।