ପୁରା ଖବର ବିଷୟରେ



ରାୟଗଡ଼ା ସାଂସଦଙ୍କ ଦ୍ଵାରା ପାଣି ଏଟିଏମ୍ ର ଶୁଭାରମ୍ଭ

May 18 2021 5:19PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା ସହରରେ ଦୁଇଟି ପାଣି ଏଟିଏମ୍ ର ଶୁଭ ଉଦଘାଟନ ହୋଇଯାଇଅଛି ମାନ୍ୟବର କୋରାପୁଟ ଲୋକସଭା ସାଂସଦ ଶ୍ରୀ ସପ୍ତଗିର ଉଲ୍ଲାକା ଦୁଇଟି ପାଣି ଏଟିଏମ୍ ର ଶୁଭ ଉଦଘାଟନ କରିଛନ୍ତି। ସାଂସଦଙ୍କ ପାଣ୍ଠିରୁ ରାୟଗଡ଼ା ସହର ସ୍ଥିତ ସାଇ ଈଣ୍ଟରନେସନାଲ ଛକ ଏବଂ ରୟତ କଲୋନୀ ଠାରେ କରୋନାର ସମସ୍ତ ନିୟମକୁ ମାନି ଦୁଇଟି ପାଣି ଏଟିଏମ୍ ର ଶୁଭ ଉଦଘାଟନ କରିଛନ୍ତି। ଶୁଭ ଉଦଘାଟନ ସମୟରେ ସାଂସଦ ଶ୍ରୀ ସପ୍ତଗିର ଉଲ୍ଲାକା , ରାୟଗଡ଼ା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା, ବାପି ପଟ୍ଟନାୟକ ସମେତ କଂଗ୍ରେସର ବହୁ ନେତ୍ରୁବ୍ରୁନ୍ଧ ଏବଂ କର୍ମୀମାନେ ଉପସ୍ଥିତ ରହିଥିଲେ।ଏହା ରାୟଗଡ଼ା ସହରର ଜନସାଧାରଣ ମାନେ ବହୁ ମାତ୍ରାରେ ଉପକୃତ ହେବେ ସହ ବିଶୁଦ୍ଧ ପାନୀୟ ଜଳ ପାଇବାରେ ସୁଜୋଗ ପାଇପାରିବେ ବୋଲି ଶ୍ରୀ ଉଲ୍ଲାକା କାର୍ଯ୍ୟକ୍ରମରେ ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷିରେ ସାଂସଦଙ୍କ ଭାଇ ଶ୍ରୀ ସିମାଞ୍ଚଳ ଉଲ୍ଲାକା ମହାମାରୀ କରୋନା ର ଲକଡାଉନ୍ ସମୟରେ ସହରରେ ଅସହାୟ ରେ ଥିବା ଜନସାଧାରଣଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରିଥିଲେ