Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ରାୟଗଡ଼ା ଆନ୍ଧ୍ର ଓଡିଶା ସୀମା ଚେକିଂ ପୋଏଣ୍ଟ ସlନ୍ଧୁବାଡ଼ି ଗ୍ରାମ କୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ l
May 16 2021 12:46PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସ ଙ୍କ ରିପୋର୍ଟ) ରାୟଗଡ:- ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଆନ୍ଧ୍ର ଓଡିଶା ସୀମାନ୍ତ ସାନ୍ଧୁବାଡ଼ି ଚେକ୍ ପଏଣ୍ଟ ଗ୍ରାମ କୁ ଗସ୍ତ କରି ଯାଞ୍ଚ ପ୍ରକ୍ରିୟା ଅନୁଧ୍ୟାନ କରିଥିଲେ l ସେଠାରେ ନିୟୋଜିତ ପୋଲିସ କର୍ମଚାରୀ, ପରିବହନ କର୍ମଚାରୀ, ଶିକ୍ଷକ ଆଦିଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିଲେ ଓ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ କଡାକଡି ଯାଞ୍ଚ କରିବl ସହ ସେମାନଙ୍କୁ 14ଦିନ ସାଙ୍ଗରୋଧକୁ ପଠାଇବେ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଥିଲେ l ଏହି ଚେକିଂ ପଏଣ୍ଟ ଦେଇ ଆନ୍ଧ୍ର ଫେରନ୍ତା ରାଜ୍ୟକୁ ଫେରୁଥିବା ଯାତ୍ରୀମାନଙ୍କୁ କଡାକଡି ଯାଞ୍ଚ କରିଵା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି l ଏହି ଗସ୍ତ ସମୟରେ ରାସ୍ତାଗଲାବେଳେ ଜିଲ୍ଲାପାଳ ଶ୍ରୀ ମିଶ୍ର ଲୋକମlନଙ୍କୁ ମାସ୍କ ବ୍ୟବହାର, ସାମାଜିକ ଦୂରତା ବଜାୟ ରଖିବା ଉପରେ ସଚେତନ କରି କରନା ଠାରୁ ଦୂରେଇ ରଖାଯିବl ନେଇ ସଚେତନତା କରିଥିଲେ । ରାସ୍ତାରେ ଗଲାବେଳେ ଗୋଟିଏ କlରକୁ ଓ ଗୋଟିଏ ଅଟୋକୁ ଅଟକାଇ ଅଧିକ ଯାତ୍ରୀ ନେଇକି ଯାଉଥିବାରୁ ତାଙ୍କୁ ଜରିମାନା ପାଇଁ ପୋଲିସ ଓ ପରିବହନ ଅଧିକାରୀଙ୍କୁ କହିଥିଲେ l ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ସହିତ, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଡ଼ିଓ ରାୟଗଡ,ରାଜେନ୍ଦ୍ର ମାଝୀ, ତହସିଲଦାର ରାୟଗଡ ଶ୍ରୀ ଉମାଶଙ୍କର ବେହେରା ପ୍ରମୁଖ ଯାଇଥିଲେ l