ପୁରା ଖବର ବିଷୟରେ



ରାୟଗଡ଼ା ଭାରତୀୟ ଜନତା ପାର୍ଟି ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

May 14 2021 1:28PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା :- ମହାମାରୀ ର ଦ୍ବିତୀୟ ଲହରୀ କୁ ଦୃଷ୍ଟି ରେ ରଖି ରାୟଗଡ଼ା ଭାରତୀୟ ଜନତା ପାର୍ଟିର ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାଶଙ୍କ ନିର୍ଦ୍ଦେଶ କ୍ରମେ ଆଜି ଭାରତୀୟ ଜନତା ଯୁବ ମୋର୍ଚ୍ଚା ରାୟଗଡ ନଗର କର୍ମକର୍ତ୍ତାଙ୍କ ନେତୃତ୍ୱରେ ରାୟଗଡ଼ା ସହରରେ ଏକ ସଚେତନ ଯାତ୍ରା କରା ଯାଇଥିଲା, ଉକ୍ତ ସଚେତନ ଯାତ୍ରା ହୋଟେଲ ଜ୍ୟୋତି ମହଲ ଛକ ଠାରୁ ବାହାରି, ଉପଜିଲ୍ଲପାଳଙ୍କ ବାସ ଭବନ, ପନିପରିବା ବଜାର, କପିଳାସ ଛକ, କପିଳାସ ରାସ୍ତା, ନିଉକଲୋନୀ, ୟୁନିଅନ ବ୍ୟାଙ୍କ୍, ଉମାଶଙ୍କର ସିନେମା ହଲ୍ ଠାରେ ସମାପ୍ତି କରାଯାଇଥିଲା, ଏହି ଯାତ୍ରା ରେ ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାସ, ନଗର ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ରାଜେଶ୍ କୁମାର ପାଣିଗ୍ରାହୀ, ନଗର ସମ୍ପାଦକ ସୁଶାନ୍ତ ମିଶ୍ର, ଏସ୍ ସି ମୋର୍ଚ୍ଚା ର ସାଧାରଣ ସମ୍ପାଦକ ଶ୍ରୀ ନାଗା ରାଜୁ, ଯୁବ ମୋର୍ଚ୍ଚା ର ସାଧାରଣ ସମ୍ପାଦକ ଶ୍ରୀ ଜୟରାମ୍ ଭର୍ମା, ଉପସଭାପତି ଶ୍ରୀ ନୀରୋଜ ପାଢ଼ୀ ଓ କୋଷାଧ୍ୟକ୍ଷ ଶ୍ରୀ ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଜନସାଧାରଣଙ୍କ ତରଫରୁ ମାସ୍କ ବାଣ୍ଟିବା ସହ ହାତ ସାନିଟାଇଜର୍ କରାଯାଇଥିଲା ଓ ମହାମାରୀକୁ ଡରିବା ନାହିଁ,ସଚେତନ ହେବା, ନିୟମ ମାନିବା, ମାସ୍କ ପିନ୍ଧିବା, ଦୂରତା ରକ୍ଷା କରିବା, ସରକାର ଙ୍କ ନିୟମ ମାନିବା, ଆବଶ୍ୟକ ଥିଲେ ହିଁ ଘରୁ ବାହାରିବା, ନିଜେ ସଚେତନ ହେବା ଓ ଅନ୍ୟ କୁ ସଚେତନ କରାଇବା ସହିତ ଘରେ ରହିବା ସୁସ୍ଥ ରହିବା ବୋଲି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।