ପୁରା ଖବର ବିଷୟରେ



ରିଭୋର ଅପ ଲାଇଫ ମିନିଷ୍ଟେରିସ ଇଣ୍ଡିଆ ପକ୍ଷରୁ କରୋନା କୀଟ ବଣ୍ଟନ କରାଯାଇଛି

May 13 2021 1:45PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସ କଂ ରିପୋର୍ଟ) ରାୟଗଡ଼ା ରେ ଆଜି ରିଭୋର ଅପ ଲାଇଫ ମିନିଷ୍ଟେରିସ ଇଣ୍ଡିଆ ପକ୍ଷରୁ ରାୟଗଡ଼ା ସଦର କୁମ୍ଭୀକୋଟା ନିକଟସ୍ଥ ପୋଡ଼ାମୋରା ଗ୍ରାମକୁ ଯାଇ ସେଠାକାର ଗ୍ରାମବାସୀଙ୍କୁ କୋଭିଡ ସଚେତନତା କରିବା ସହ କରୋନା କୀଟ ପୁଡିୟା ବଣ୍ଟନ କରିଥିଲେ । ଉକ୍ତ ଶୁଖିଲା ଖାଦ୍ୟ ପୁଡିୟା ମଧ୍ୟରେ ସାବୁନ , ହେଣ୍ଡ ୱାସ , ସରଫ , ମାସ୍କ , ସାନିଟାଇଜ଼ର , କେଣ୍ଡେଲ , ଦିଆସିଲି ଓ ବିସ୍କୁଟ ଇତ୍ୟାଦି ସବୁ ରହିଛି । ଉକ୍ତ କାର୍ଯ୍ୟକ୍ରମରେ ରିଭୋର ଅପ ଲାଇଫ ମିନିଷ୍ଟେରିସ ଇଣ୍ଡିଆ ଜାତୀୟ ସଭାପତି ପାଉଲ ମହାନନ୍ଦିଆ ଓ ତାଙ୍କର ଟିମ , ସ୍ଥାନୀୟ ସରପଞ୍ଚ , ସମିତି ସଭ୍ୟ ଉପସ୍ଥିତ ରହିଥିଲେ । ପ୍ରାୟ ୧୫୦ ପୁଡିୟା ବଣ୍ଟନ କରିଥିବା ଜଣାପଡିଛି। ଗତ ଲକଡାଉନରେ ମଧ୍ୟ ରିଭୋର ଅପ ଲାଇଫ ମିନିଷ୍ଟେରିସ ଇଣ୍ଡିଆ ପକ୍ଷରୁ ରିଲିଫ ବଣ୍ଟନ କରାଯାଇଥିଲା ଚଳିତ ଲକଡାଉନରେ ବଣ୍ଟନ କରାଯାଇଛି ଏବଂ ଆଗକୁ ମଧ୍ୟ କରାଯିବାର ବ୍ୟବସ୍ଥା ରହିଛି ବୋଲି ରିଭୋର ଅପ ଲାଇଫ ମିନିଷ୍ଟେରିସ ଇଣ୍ଡିଆ ଜାତୀୟ ସଭାପତି ପାଉଲ ମହାନନ୍ଦିଆ ସୂଚନା ଦେଇଛନ୍ତି ।