ପୁରା ଖବର ବିଷୟରେ



ପାନିୟ ଜଳ ପାଇବା ଆଶାରେ ଆସିଥିଲେ କିନ୍ତୁ ନିରାଶ ହୋଇ ଫେରିଲେ।

May 13 2021 8:31AM
(ଗୁଣୁପୁର ରୁ ମନୋଜ ଦାସ କଂ ରିପୋର୍ଟ) ଭିମପୁର ପଞ୍ଚାୟତ ର ଫୁଲପୁଟି ଗ୍ରାମବାସୀ ପ୍ରଶାସନ ର ସହାୟତା ଠାରୁ ବହୁ ଦୂରରେ। ଗ୍ରାମ ବାସି ମନେ କହିବା ଅନୁଯାୟୀ ଗ୍ରାମରେ କେଵଳ ଗୋଟିଏ ମାତ୍ର ନଳକୂପ ରହିଛି ତାହା ବହୁ ଦିନ ହେଲା ଖରାପ ହୋଇଥିବା ଯୋଗୁଁ ନାହିଁ ନଥିବା ଅସୁବିଧ ଭୋଗୁଛନ୍ତି । ଲୋକେ ଚାଲି ଚାଲି ଯାଇ ଗ୍ରାମ ଠାରୁ ଦୂରରେ ଥିବା ନଦୀ ଓ ନାଳ ରୁ ଚୁଆଁ ଖୋଳି ପାଣି ଆଣନ୍ତି। ଏହି ଦୂଷିତ ପାଣି ବ୍ୟବହାର କରିବା ଯୋଗୁଁ ଅନେକ ପରିବାର ହଇଜା ମିଳିମିଳା ଭଳି ରୋଗରେ ପୀଡିତ ହେଉଛନ୍ତି । ଏ ନେଇ ବାରମ୍ବାର ରାଜସ୍ୱ ନିରୀକ୍ଷକ, ଗୁଣୁପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ଏବଂ ତହସିଲଦାର ଙ୍କୁ ଯୋଗାଯୋଗ କରିଥିଲେ କିନ୍ତୁ ସମସ୍ୟା ର ସମାଧାନ ହୋଇପାରିନି ତେଣୁ ଆଜି ସରପଞ୍ଚ ଙ୍କ ସହ ଗ୍ରାମବାସୀ ମାନେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ଦ୍ୱାରସ୍ତ ହୋଇଥିଲେ କିନ୍ତୁ ଦୁଃଖର ବିଷୟ ଏହି କି ଯେ, କାର୍ଯ୍ୟଳୟ ଆଗରେ ଦୀର୍ଘ ସମୟ ଧରି ଠିଆ ହୋଇ ରହିଥିଲେ ମଧ୍ୟ ସେମାନଙ୍କୁ କେହି ଜଣେ ହେଲେ କର୍ମଚାରୀ ଦୁଃଖ ବୁଝିବାକୁ ଆସି ନ ଥିଲେ । ସେସରେ ନିରାଶ ହେଇ ଗ୍ରାମବାସୀ ଫେରିଥିଲେ। ଆଗକୁ କଣ କରାଯିବ ଭାବି ଗ୍ରାମବାସୀ ମାନେ ଚିନ୍ତାରେ ଅଛନ୍ତି।