ପୁରା ଖବର ବିଷୟରେ



ଜଙ୍ଗଲ ଭିତରେ ୨୦ରୁ୩୦ଫୁଟ୍ ଉସାର ରାସ୍ତା ପାଞ୍ଚ କିଲୋମିଟର ବନ ବିଭାଗ ଅଧିକାରୀ ଚୁପଚାପ।।

May 13 2021 8:29AM
(ଅନୁଗୋଳ ରୁ ବିଜୟ କୁମାର ବେହେରାଙ୍କ ରିପୋର୍ଟ) ଅନୁଗୋଳ :- ବାଃ ବାଃ ରେ ସରକାର ଓ ପ୍ରଶାସକ ବାବୁ ମାନେ। କଥାରେ ଅଛି ଠାକୁରଙ୍କୁ ଖାଇ ଖଟୁଲୀ ଖାଇବା କଥା ।ସେମିତି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ କମ୍ପସଲା ଗ୍ରାମପଞ୍ଚାୟତରେ ।ମଣ୍ଡୁଆ ବାଲିଘାଟରେ ଚାଲିଛି ବେ ଆଇନ୍ ବାଲି ଚାଲାଣ ।ସରକାଙ୍କ ନିୟମକୁ ମାନୁନାହାଁନ୍ତି ଏ ଅଞ୍ଚଳର ଆର୍ ଆଇ,ତହସିଲଦାର ଓ ରେଞ୍ଜର ଫରେଷ୍ଟର।ଏଠାରେ ପ୍ରଶ୍ନ ଉଠୁଛି ଯେ, ସରକାରୀ ନିୟମାନୁସାରେ ୩ ଫୁଟ୍ ଗଭିର ପର୍ଯ୍ୟନ୍ତ ବାଲି ନେବା ଉଚିତ୍ ।ମାତ୍ର ବାଲି ମାଫିଆ ମାନେ ତହସିଲଦାର ଓ ଆର୍ ଆଇଙ୍କ ବାହୁଛାୟା ତଳେରହି ୨୦ ରୁ ୨୫ ଫୁଟ୍ ଗଭିର କରି ବାଲି ନେଉଛନ୍ତି।ଯାହାଫଳରେ ବାଲି ଘାଟର ଉଭୟ ପାର୍ଶ୍ବରୁ ମାଟି ଅତଡା ଖସି କୂଳ ଖାଇଯାଉଛି । ଆଶ୍ଚର୍ଯ୍ୟର କଥା ଛେଣ୍ଡିପଦା ତହସିଲଦାରଙ୍କ ପ୍ରତିକ୍ରିୟା ନେବାରୁ ମହାଶୟ କହିଲେକି ସବୁକାଗଜ ପତ୍ର ଠିକ୍ଅଛି।ଏତେ ବଡ ବେ ନିୟମକୁ ତହସିଲଦାର ମହୋଦୟ ପ୍ରଶ୍ରୟ ଦେଉଛନ୍ତି କିପରି ? ବଡପରିତାପର ବିଷୟ ମଣ୍ଡୁଆ ବାଲି ଘାଟରୁ ଛେଣ୍ଡିପଦା ତହସିଲ୍ କୋଟିକୋଟି ଟଙ୍କା ରାଜସ୍ବ ପାଉଥିବା ବେଳେ କଣିହାଁ ଅଞ୍ଚଳର RD ରୋଡ୍ ସାପକଟା ଛକ ପର୍ଯ୍ୟନ୍ତ ପାଞ୍ଚ କି.ମି ରାସ୍ତା ଶୋଚନୀୟ ହୋଇପଡିଲାଣି ।ଏତଦ୍ ବ୍ୟତୀତ ଦେଖିବାକୁ ମିଳିଛିଯେ,ସାପକଟା ଠାରୁ ଝରା ବେରେଣୀ ଓ ହନୁମାନପୁର ଏନ୍ ଟି ପିସି ଆସପଣ୍ଡ ପର୍ଯ୍ୟନ୍ତ ବାଲି ଆସୁଛି ।ଏଠି ପ୍ରଶ୍ନ ଉଠୁଛି ବନ ବିଭାଗର ଅଜ୍ଞାତରେ ଜଙ୍ଗଲ ଭିତରେ ସାପକଟା ଛକ ଠାରୁ ହନୁମାନପୁର ପର୍ଯ୍ୟନ୍ତ ୨୦ ରୁ ୨୫ ଫୁଟ୍ ଓସାରର ଗୋଟିଏ ରାସ୍ତା ନିର୍ମାଣ ହେଲା କେମିତି ? ବନ ବିଭାଗ ଅଧିକାରୀ ପ୍ରତିକ୍ରିୟା ପ୍ରକାଶ କରି କହୁଛନ୍ତି, ସେ ବିଷୟରେ ମୋତେ କିଛି ଜଣାନାହିଁ । ସାପକଟା ଛକ ଠାରୁ ହନୁମାନପୁର ପର୍ଯ୍ୟନ୍ତ ପ୍ରାୟ ୧୦ କି.ମି ପର୍ଯ୍ୟନ୍ତ କିସମ ଥିବା ବେଳେ ସେ ଅଞ୍ଚଳର ଗଛ ଗଲା କୁଆଡେ ଓ ରାସ୍ତା ନିର୍ମାଣ ନିମନ୍ତେ ଅନୁମତି ମିଳିଲା କିପରି ? କଣିହାଁ ବନ ବିଭାଗ ବାଲି ମାଫିଆଙ୍କ ଠାରୁ ମୋଟା ଅଙ୍କର ହାତଗୁଞ୍ଜା ପାଇ ନୀରବଦ୍ରଷ୍ଟା ସାଜିଛି କିପରି ? ବାଲି ମାଫିଆଙ୍କର କେବେ ଏ ରାସ୍ତା ଉପରେ ବାଲି ଗାଡି ବନ୍ଦ ହେବ ଏବଂ ଏପରି ବେଆଇନ୍ ଦୂର୍ନୀତି ମୂଳକ କାର୍ଯ୍ୟର ତଦନ୍ତ ପୂର୍ବକ ବିହୀତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଏବେ ଜନସାଧାରଣ ଅପେକ୍ଷାରେ ଅଛନ୍ତି ।