ପୁରା ଖବର ବିଷୟରେ



ବନାଞ୍ଚଳ ଅଧିକାରୀ କାର୍ଯ୍ୟାଳୟ ଗୁଡାରି ହେପାଜତରେ 65 ଦିନ ସୁରକ୍ଷିତ ରହିଥିବା କୁଟୁରା ଛୁଆର ମୃତ୍ୟୁ I ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଶବ ବ୍ୟବଚ୍ଛେଦ l

May 10 2021 6:07AM
(ଗୁଡାରିରୁ:ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା, ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦ ସଦର ମହକୁମା ସ୍ଥିତ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ହେପାଜତରେ 65 ଦିନ ସୁରକ୍ଷିତ ରହିଥିବା କୁଟୁରା ଛୁଆର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଥିଲା l ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l ପ୍ରାଣୀ ଚିକିତ୍ସା କେନ୍ଦ୍ର ଗୁଡାରି ଠାରେ ଶବ ବ୍ୟବଚ୍ଛେଦ ପରେ ବନବିଭାଗ କର୍ମଚାରୀଙ୍କ ଦ୍ୱାରା ପୋତି ଦିଆଯାଇଥିବା ସୂଚନା ମିଳିଥିଲା l ସୂଚନା ଥାଉକି ଗତ 2021 ମାର୍ଚ୍ଚ 3 ତାରିଖରେ ବନାଞ୍ଚଳ ଅଧିକାରୀଙ୍କ ନିକଟରେ ଏକ ମାସର କୁଟୁରା ଛୁଆ ହସ୍ତଗତ ହୋଇଥିଲା l ବନବିଭାଗ ପକ୍ଷରୁ ଉକ୍ତ ଛୁଆର ଲାଳନ ପାଳନ ସହ ଚିକିତ୍ସା କରାଯାଇ 56 ଦିନ ପରେ ଜଙ୍ଗଲରେ ଛାଡି ଦେବାକୁ ବନବିଭାଗ ପ୍ରୟାସ କରିଥିଲା l କିନ୍ତୁ କୁଟୁରା ଛୁଆ ଛୋଟବେଳୁ ମନୁଷ୍ୟ ସମାଜ ମଧ୍ୟରେ ଜଡିତ ଥିବା ହେତୁ ଜଙ୍ଗଲ ମଧ୍ୟରୁ ଫେରି ଆସିଥିଲା l କିନ୍ତୁ ବନାଞ୍ଚଳ ଅଧିକାରୀଙ୍କ ହେପାଜତରେ 65 ଦିନ ସୁରକ୍ଷିତ ରହିବା ପରେ ମୃତ୍ୟୁ ଘଟିଥିଲା l ଶବ ବ୍ୟବଚ୍ଛେଦ ପରେ ଶବକୁ ପୋତି ଦିଆଯାଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀମତୀ ସଂଘମିତ୍ରା ଭୋଇ ସୂଚନା ପ୍ରଦାନ କରିଥିଲେ l