Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ରାୟଗଡ଼ା ଜିଲ୍ଲାପାଳଙ୍କ ଅଚାନକ ଜିଲ୍ଲାମୁଖ୍ୟ ଡାକ୍ତରଖାନା ପରିଦର୍ଶନ, "କୋଭିଡ ପରିଚାଳନା ନେଇ ପ୍ରଶାସନିକ ଓ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ସହିତ ସ୍ୱତନ୍ତ୍ର ବୈଠକ
May 7 2021 6:50PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା:- ରାୟଗଡ଼ା ଜିଲ୍ଲାରେ କରୋନା ସଂକ୍ରମଣର ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରେ କୋଭିଡ୍ ପରିଚାଳନା ନେଇ ଜିଲ୍ଲା ପ୍ରଶାସନ ଅହରହ ଉଦ୍ୟମ ଚଳାଇଛି l ଆଜି ସକାଳେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଉପଜିଲ୍ଲାପାଳ ରାୟଗଡ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସହିତ ଅଚାନକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରିଥିଲେ l ଏହି ପରିଦର୍ଶନ ସମୟରେଭି କୋଭିଡ ପରୀକ୍ଷାଗାର ଅନୁଧ୍ୟାନ କରିଥିଲେ l ଏହାସହିତ ପରୀକ୍ଷା ନିମନ୍ତେ ଆସିଥିବା ଲୋକମାନଙ୍କୁ ଧାଡିରେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ବ୍ୟବହାର କରିବା ପାଇଭବୁଝାଇଥିଲେ l ଏହାପରେ ଜିଲ୍ଲାପାଳ ଶ୍ରୀ ମିଶ୍ର ଆଜି ଏକ ସ୍ୱତନ୍ତ୍ର ବୈଠକ ଡାକିଛନ୍ତି l ଏଥିରେ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡ଼ିଆରଡ଼ିଏ ଶ୍ରୀ ମହେଶ୍ୱର ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଆର୍ତ୍ତ ବନ୍ଧୁ ନାୟକ, ଡିପିଏମ ରାଜେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଏଥିରେ ମୁଖ୍ୟତଃ କୋଭିଡ ହସ୍ପିଟାଲକୁ ବରିଷ୍ଠ ଡାକ୍ତର ମାନଙ୍କୁ ନିୟୋଜିତ କରି ଅଧିକ କ୍ରିୟାଶୀଳ କରି ଉନ୍ନତି ସ୍ୱସ୍ଥ୍ୟ ସେବା ଯୋଗାଇଦିଆଯିବ l ଜିଲ୍ଲାରେ ତୂରିତ କାର୍ଯ୍ୟକାରୀ ଟିମ(RRT)କୁ ଆହୁରି କାର୍ଯ୍ୟକାରୀ କରlଯିବ ଯାହାଫଲରେ ଘରୋଇ ସାଙ୍ଗରୋଧରେ ରହୁଥିବା ଲୋକଙ୍କ ସ୍ୱସ୍ଥ୍ୟ ଅବସ୍ଥା ବୁଝି ପାରିବେ ଏବଂ ସେମାନଙ୍କ ଆବଶ୍ୟକତା ଅନୁଯାୟୀ କୋଭିଡ କ୍ୟାରମ ସେଣ୍ଟରକୁ ସ୍ଥାନାତନ୍ତର ପାଇଁ ସୁପାରିଶ କରିବେ l ଜିଲ୍ଲାରେ ନୂତନ ଭାବେ ତିନୋଟି କୋଭିଡ କ୍ୟାରମ ସେଣ୍ଟର କାର୍ଯ୍ୟକାରୀ ହେବାକୁ ଯାଉଥିବା ପ, ରାୟଗଡର ପେଣ୍ଟା ,ଗୁଣପୁରର ଓଡିଶା ଆଦର୍ଶ ବିଦ୍ୟାଳୟ ଏବଂ ବିଷମ କଟକକୁ ରୋଗୀଙ୍କୁ ସ୍ଥାନାନ୍ତର କରି ଚିକତ୍ସା କରାଯିବ l ଆରଆର ଟିମ ଘରେ ଘରେ ଯାଇ ଲୋକଙ୍କ ସହିତ ସ୍ୱସ୍ଥ୍ୟ ସମ୍ବନ୍ଧରେ ବୁଝିବେ l ସେହିପରି ଜିଲ୍ଲା ମୁଖ୍ୟ ଡାକ୍ତର ଖାନରେ ଗୋଟିଏ 24ଘଂଟିଆ କୋଭିଡ ନିୟନ୍ତ୍ରଣ କକ୍ଷ ଓ ସହାୟତା କେନ୍ଦ୍ର ଖୋଲାଯିବ ଓ କାର୍ଯ୍ୟକାରୀ ହେବ l ନିୟନ୍ତ୍ରଣ କକ୍ଷରୁ ଚିକତ୍ସିତ ରୋଗୀଙ୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିହେବ ଏବଂ ପରିବାର ଲୋକଙ୍କୁ ଜଣାଇଦିଆଯିବ l- ଜିଲ୍ଲାରେ କରୋନା ସଂକ୍ରମଣର ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରେ କୋଭିଡ୍ ପରିଚାଳନା ନେଇ ଜିଲ୍ଲା ପ୍ରଶାସନ ଅହରହ ଉଦ୍ୟମ ଚଳାଇଛି l ଆଜି ସକାଳେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଉପଜିଲ୍ଲାପାଳ ରାୟଗଡ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସହିତ ଅଚାନକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରିଥିଲେ l ଏହି ପରିଦର୍ଶନ ସମୟରେଭି କୋଭିଡ ପରୀକ୍ଷାଗାର ଅନୁଧ୍ୟାନ କରିଥିଲେ l ଏହାସହିତ ପରୀକ୍ଷା ନିମନ୍ତେ ଆସିଥିବା ଲୋକମାନଙ୍କୁ ଧାଡିରେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ବ୍ୟବହାର କରିବା ପାଇଭବୁଝାଇଥିଲେ l ଏହାପରେ ଜିଲ୍ଲାପାଳ ଶ୍ରୀ ମିଶ୍ର ଆଜି ଏକ ସ୍ୱତନ୍ତ୍ର ବୈଠକ ଡାକିଛନ୍ତି l ଏଥିରେ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡ଼ିଆରଡ଼ିଏ ଶ୍ରୀ ମହେଶ୍ୱର ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଆର୍ତ୍ତ ବନ୍ଧୁ ନାୟକ, ଡିପିଏମ ରାଜେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଏଥିରେ ମୁଖ୍ୟତଃ କୋଭିଡ ହସ୍ପିଟାଲକୁ ବରିଷ୍ଠ ଡାକ୍ତର ମାନଙ୍କୁ ନିୟୋଜିତ କରି ଅଧିକ କ୍ରିୟାଶୀଳ କରି ଉନ୍ନତି ସ୍ୱସ୍ଥ୍ୟ ସେବା ଯୋଗାଇଦିଆଯିବ l ଜିଲ୍ଲାରେ ତୂରିତ କାର୍ଯ୍ୟକାରୀ ଟିମ(RRT)କୁ ଆହୁରି କାର୍ଯ୍ୟକାରୀ କରlଯିବ ଯାହାଫଲରେ ଘରୋଇ ସାଙ୍ଗରୋଧରେ ରହୁଥିବା ଲୋକଙ୍କ ସ୍ୱସ୍ଥ୍ୟ ଅବସ୍ଥା ବୁଝି ପାରିବେ ଏବଂ ସେମାନଙ୍କ ଆବଶ୍ୟକତା ଅନୁଯାୟୀ କୋଭିଡ କ୍ୟାରମ ସେଣ୍ଟରକୁ ସ୍ଥାନାତନ୍ତର ପାଇଁ ସୁପାରିଶ କରିବେ l ଜିଲ୍ଲାରେ ନୂତନ ଭାବେ ତିନୋଟି କୋଭିଡ କ୍ୟାରମ ସେଣ୍ଟର କାର୍ଯ୍ୟକାରୀ ହେବାକୁ ଯାଉଥିବା ପ, ରାୟଗଡର ପେଣ୍ଟା ,ଗୁଣପୁରର ଓଡିଶା ଆଦର୍ଶ ବିଦ୍ୟାଳୟ ଏବଂ ବିଷମ କଟକକୁ ରୋଗୀଙ୍କୁ ସ୍ଥାନାନ୍ତର କରି ଚିକତ୍ସା କରାଯିବ l ଆରଆର ଟିମ ଘରେ ଘରେ ଯାଇ ଲୋକଙ୍କ ସହିତ ସ୍ୱସ୍ଥ୍ୟ ସମ୍ବନ୍ଧରେ ବୁଝିବେ l ସେହିପରି ଜିଲ୍ଲା ମୁଖ୍ୟ ଡାକ୍ତର ଖାନରେ ଗୋଟିଏ 24ଘଂଟିଆ କୋଭିଡ ନିୟନ୍ତ୍ରଣ କକ୍ଷ ଓ ସହାୟତା କେନ୍ଦ୍ର ଖୋଲାଯିବ ଓ କାର୍ଯ୍ୟକାରୀ ହେବ l ନିୟନ୍ତ୍ରଣ କକ୍ଷରୁ ଚିକତ୍ସିତ ରୋଗୀଙ୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିହେବ ଏବଂ ପରିବାର ଲୋକଙ୍କୁ ଜଣାଇଦିଆଯିବ l