ପୁରା ଖବର ବିଷୟରେ



ପଶ୍ଚିମବଙ୍ଗ ହିଂସାକାଣ୍ଡ କୁ ବିରୋଧ କରି ବିଜେପି କର୍ମୀ ମାନଙ୍କ ଅନାହାର ଅନଶନ।

May 6 2021 7:34PM
(ଗୁଣୁପୁର ରୁ ମନୋଜ କୁମାର ଦାସ କଂ ରିପୋର୍ଟ) ବର୍ତ୍ତମାନ ପଶ୍ଚିମ ବଙ୍ଗର ନୀର୍ବାଚନ ପରେ ଲୋମହର୍ଷଣକାରୀ ହିଂସାକାଣ୍ଡ ଘଟଣା ପ୍ରତୀଦିନ ଦେଖିବାକୁ ମିଳୁଛି ।ଯାହାର ଶିକାର ହେଉଛନ୍ତି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଜେପି ସମର୍ଥୀତ ସାଧାରଣ କାର୍ଯ୍ୟକର୍ତା। ଏପରିକି ସେମାନଙ୍କ ଘରଦ୍ୱାର ପୋଡିଦେବା ସହ ହତ୍ୟା ବଲତ୍କାର ର ସିକାର ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି ।ଫଲରେ ସେଠାରୁ ପ୍ରାଣବିକଳରେ କୌଣସି ମତେ ଆସାମ ପଲେଇବାର ଦୃଶ୍ୟ ଦେଖିବାକୁ ମିଳୁଛି। ଯାହାକି ଗତ ୧୯୯୦ ଦଶକରେ ଜାମ୍ମୁ କାଶ୍ମୀର ରୁ ତଥାକଥିତ ଉଗ୍ରପନ୍ଥୀକଂ ଶିକାର ହୋଇ ୪ ଲଖ୍ଯ ହିନ୍ଦୁ ଘାଟି ଛାଡି ପଲେଇ ବର୍ତ୍ତମାନ ସୁଦ୍ଧା ଭିଟାମାଟି ହରାଇ ଶରଣାର୍ଥୀ ଜିବନ ବିତେଇବା ଦୃଶ୍ୟ ମନେପକାଇ ଦେଉଛି। ବର୍ତ୍ତମାନ କେନ୍ଦ୍ର ସରକାର ହେଉବା ରାଜ୍ୟ ସରକାର ତୁରନ୍ତ ଉଚିତ୍ ପଦକ୍ଷେପ ନେଇ ହିଂସାର ଶିକାର ହୋଇଥିବା ଲୋକମାନଙ୍କୁ ଥଇଥାନ କରିବା ସହ ହିଂସାକାଣ୍ଡ ରେ ସଂସ୍ଲିଷ୍ଟ ବ୍ଯକ୍ତିକୁ ଆଇନ୍ ଅନୁଯାୟୀ ଦଣ୍ଡିତ ନ କରିଲେ ସେଠାକାର ପରିସ୍ଥିତି ଅଣାୟତ୍ତ ହୋଇଯିବ।।।