ପୁରା ଖବର ବିଷୟରେ



ସେକ୍ସନ ଅଫିସର ଙ୍କ ଦୁଃଖଦ ବିୟୋଗ

May 6 2021 7:28PM
ସେକ୍ସନ ଅଫିସର ଙ୍କ ଦୁଃଖଦ ବିୟୋଗ ନନ୍ଦାହାଣ୍ଡି : ଦୁଃଖ ର ବିଷୟ, ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ର ସେକ୍ସନ ଅଫିସର ନବୀନ ଚନ୍ଦ୍ର ଦାଡ଼ିଆ ଙ୍କ ଆଜି ପଡାଲଗୁଡା ଗ୍ରାମ ସ୍ଥିତ ନିଜ ବାସଭବନରେ ଭୋର ପ୍ରାୟ ୫.୦୦ ଘଣ୍ଟା ସମୟରେ ୪୬ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ ଜଣେ ନିଷ୍ଠାପର କର୍ତ୍ତବ୍ୟ ପରାୟଣ କର୍ମଚାରୀ ଥିଲେ। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ସ୍ୱର୍ଗତ ଦାଡ଼ିଆ ଙ୍କ ବିୟୋଗ ଖବର ଶୁଣି ନବରଙ୍ଗପୁର ଜିଲ୍ଲାପାଳ, ଡ଼ଃ ଅଜିତ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ନିମାଇ ଚରଣ ସୁତାର, ଉପଜିଲ୍ଲାପାଳ, ନନ୍ଦାହାଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀ ପ୍ରଫୁଲ ଚନ୍ଦ୍ର କଁହର ,ଭାସ୍କର ରୋଇତ, ଓଡିଶା ରାଜସ୍ୱ ଅମଲା ସଙ୍ଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ ଙ୍କ ସହିତ ଜିଲ୍ଲା ଶାଖା ର ମୁଖ୍ୟ ଉପଦେଷ୍ଟା, କେ. ଅଶୋକ ଚକ୍ରବର୍ତ୍ତୀ, ସଭାପତି ଆଶୁତୋଷ ମହାନ୍ତି,ଉପସଭାପତି ଧନୁର୍ଜୟ ମାଝୀ, ଆକାଶ ଗଣ୍ଡ, ସମ୍ପାଦକ, ତ୍ରିଲୋଚନ ନାୟକ, ସହ ସମ୍ପାଦକ ରମେଶ ଖସଲା, ମଇଥିଲି ପଟ୍ଟନାୟକ, କୋଷାଧ୍ୟକ୍ଷ, ସୁଶାନ୍ତ ନାୟକ, ଧନପତି ନାୟକ,ଗଗନ ସୌରା, କୁମାରୀ ରୋଜାଲୀନ, ଏସ. ଜଗଦୀଶ ଙ୍କ ସହିତ ସମସ୍ତ ନନ୍ଦାହାଣ୍ଡି ଗୋଷ୍ଟି ଉନ୍ନୟନ କାର୍ଯ୍ୟାଳର ସଦସ୍ୟ ବୃନ୍ଦ ଦୁଃଖ ପ୍ରକାଶ କରିବା ସହିତ ଏଭଳି ଦୁଃଖ ସମୟରେ ଦିବଙ୍ଗତ ପୂର୍ବତନ ସହକର୍ମୀ ଙ୍କ ଶୋକ ସନ୍ତପ୍ତ ପରିବାର ସହ ଦୁଃଖିତ ଆତ୍ମୀୟ ସ୍ୱଜନ, ଶୁଭେଛୁଙ୍କୁ ସମବେଦନା ଜଣାଇବା ସହ ପୁଣ୍ୟ ଅମର ଆତ୍ମାର ସଦଗତି କାମନା କରିଥିଲେ ।