ପୁରା ଖବର ବିଷୟରେ



କରୋନା ଯୋଦ୍ଧା ମାନ୍ୟତା ଦେଇ ସାମ୍ବାଦିକ ମାନଙ୍କୁ ଟୀକାକରଣ।

May 5 2021 7:39PM
(ଗୁଣୁପୁରରୁ ମନୋଜ ଦାସ କଂ ରିପୋର୍ଟ) ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ସାମ୍ବାଦିକ ମାନଙ୍କୁ ଆଗଧାଡ଼ିର କରୋନା ଯୋଧ୍ୟା ଭାବରେ ଘୋଷଣାକରିଛନ୍ତି । ଏହି ଘୋଷଣାର ଗୋଟାଏ ଦିନକ ମଧ୍ୟରେ ଏହି ଯୋଧ୍ୟାଙ୍କ ପାଇଁ ଆଗୁଆ ଟୀକାକରଣ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ଅବସରରେ ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ସନ୍ଧ୍ୟା ୪ସମୟରେ ଟୀକାକରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ରମେଶ ଚନ୍ଦ୍ରସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିତେନ୍ଦ୍ର ତ୍ରିପାଠୀ, ସଂଯୁବତୀ ଶବର, ଦମୟନ୍ତି ଜାନୀ,ସଂତୋଷି ସ୍ୱାଇଁ,ଶ୍ରଦ୍ଧାଞ୍ଜଳି ସାହୁ, ନରେଶ କୁମାର, ରଚନା ପତି ଓ ସସ୍ମିତା ଗୁରୁ ସହଯୋଗ କରିଥିଲେ । ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଧନଞ୍ଜୟ ବେହେରା ସୂଚନା କର୍ମୀ ଅନନ୍ତପାତ୍ର ଉପସ୍ଥିତ ରହି ସାମ୍ବାଦିକ ମାନଙ୍କୁ ଚିହ୍ନଟକରି ଟୀକାକରଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଟୀକାକରଣ ସେସସୁଧା ୨୭ ଜଣ ସାମ୍ବାଦିକ ଟୀକାକରଣ କରିଥିଲେ ।