ପୁରା ଖବର ବିଷୟରେ



ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡାରି ଠାରେ ସାପ୍ତାହନ୍ତ ସଟଡାଉନ ଦ୍ଵିତୀୟ ସପ୍ତାହର ପ୍ରଥମ ଦିନରେ ଗୁଡାରି ପୋଲିସ ପକ୍ଷରୁ କଢ଼ାକଡି ପାଳନ l

May 1 2021 9:02PM
(ଗୁଡାରି ରୁ ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡାରି ସଦର ମହକୁମା ଠାରେ କରନା ମହାମାରୀର ଦ୍ଵିତୀୟ ଲହରୀ ଭୟଙ୍କର ରୂପ ନେଉଥିବା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନଙ୍କ ନିର୍ଦେଶକ୍ରମେ 2ଦିନଆ ସପ୍ତାହନ୍ତ ସଟଡାଉନ ଦ୍ଵିତୀୟ ସପ୍ତାହର ପ୍ରଥମ ଦିନରେ ଗୁଡାରି ପୋଲିସ ପକ୍ଷରୁ କଡାକଡି ପାଳନ କରିବା ଦେଖିବାକୁ ମିଳିଥିଲା l ଗୁଡାରି ସଦର ମହକୁମାର ଔଷଧ ଦୋକାନକୁ ବାଦ ଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଯାନବାହାନ ଚଳାଚଳ ବନ୍ଦ ରହିଥିବା ଦେଖା ଦେଇଥିଲା l ଗୁଡାରି ସହରର ମୁଖ୍ୟ ମୁଖ୍ୟ ଛକଠାରେ ପୋଲିସ ମୁତୟନ ଥିବା ସହ ସହରର ପ୍ରତି ସାହିରେ ପ୍ରହରା ଦେଇ ସରକାରଙ୍କ କୋଭିଡି ଉପରେ ସଚେତନ କରାଉଥିବା ସୂଚନା ମିଳିଥିଲା l ଗୁଡାରି ସହର ଭିତରକୁ କିମ୍ବା ବାହାରକୁ ଯିବା ଆସିବା କରୁଥିବା ଗାଡିକୁ ଅଟକାଇ ଯାଞ୍ଚ କରିବା ସହ କୋଭିଡି ନିୟମକୁ ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦେଶ ଦେଉଥିବା ଦେଖିବାକୁ ମିଳିଥିଲା l ଗୁଡାରି ପୋଲିସ ପକ୍ଷରୁ ଆରକ୍ଷୀ ନିରୀକ୍ଷକ ଶ୍ରୀ ସୁଶାନ୍ତ କୁମାର ତାଉଡ଼ିଆ, ଉପ ଆରକ୍ଷୀ ନିରୀକ୍ଷକ ଶ୍ରୀ ଅନିରୁଦ୍ଧ ଜାଲି, ସହକାରୀ ଆରକ୍ଷୀ ନିରୀକ୍ଷକ ଉମାକାନ୍ତ ଶବର, ଅରୁଣ ବାତ୍ରିଆ,ସଞ୍ଜୟ କୁମାର ଚୌଧୁରୀ, ହାବିଲଦାର ଲୋକନାଥ ଯାନୀ, ପୋଲିସ କନେଷ୍ଟେବଳ ଓ ହୋମଗାର୍ଡ ମାନେ ମୁତୟନ ଥିବା ଦେଖିବାକୁ ମିଳିଥିଲା I