ପୁରା ଖବର ବିଷୟରେ



ବାସୁଦେବପୁରଥାନା ସମ୍ମୁଖରେ କିରୋସିନ ଢାଳି ହୋଇ ମହିଳାଙ୍କ ଆତ୍ମାହୂତି ଉଦ୍ୟମ

May 1 2021 8:56PM
(ବାସୁଦେବପୁର ରୁ ଶ୍ରୀକାନ୍ତ ମହାପାତ୍ର କଂ ରିପୋର୍ଟ) ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ସମ୍ମୁଖରେ କିରୋସିନ ଢାଳି 56ବୟସଙ୍କ ମହିଳାଙ୍କ ଆତ୍ମାହୂତି ଉଦ୍ୟାମ କରିଛନ୍ତି l କିରୋସିନ ଢାଳି ଦିଆସିଲ ଲଗାଇବା ସମୟରେ ପୋଲିସ ମହିଳାଙ୍କୁ କାବୁ କରିଥିଲେ l ଏହି ମହିଳା ଜଣକ ବାସୁଦେବପୁର ଥାନା ଅନ୍ତଗତ ଅରଣ୍ଡୁଅ ପଞ୍ଚlୟତର ନରେନ୍ଦ୍ରପୁର ଗ୍ରାମର ଘନଶ୍ୟମ ବିଶ୍ୱାଳଙ୍କ ସ୍ତ୍ରୀ ତାରାମଣି ବିଶ୍ୱାଳ ଜମିବାଡ଼ି ବିବାଦକୁ ନେଇ ମହିଳା ଜଣକ ବାରମ୍ବାର ଥାନା କୁ ଦୌଡ଼ିଥିବା ବେଳେ ପୋଲିସ ମହିଳାଙ୍କ କଥା କୁ ଗୁରୁତ୍ତର ଦେଉନଥିବାରୁ ଅଭିଯୋଗ କରିଛନ୍ତି l ପୋଲିସ କଥା ଶୁଣୁ ନଥିବାରୁ ନିରାଶ ହୋଇ ଶେଷରେ ଥାନା ଗେଟ ସମ୍ମୁଖରେ ନିଜ ଦେହରେ କିରୋସିନି ଢାଳି ଆତ୍ମାହତ୍ୟା ଉଦମ କରିଛନ୍ତି l