ପୁରା ଖବର ବିଷୟରେ



ରାୟଗଡ଼ା ସହରର କୋଭିଡ ସ୍ଥିତି କୁ ନେଇ ଆକ୍ସନ ମୁଡରେ ପ୍ରଶାସନ

May 1 2021 8:32AM
(ବ୍ୟୁରୋ ହେଡ ଯୋଗେଶ୍ଵର ଦାସଙ୍କ ରିପୋର୍ଟ) ରାୟଗଡ଼ା ସହରରେ କୋଭିଡ ସ୍ଥିତି ଦିନକୁ ଦିନ ସଙ୍ଗିନ ପରିସ୍ଥିତି ରେ ପହଞ୍ଚିଲା ଯାହାଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଓ ଯାଞ୍ଚପ୍ରକ୍ରିୟା ତ୍ବରାନ୍ବିତ କରିଛି। ଜିଲ୍ଲାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର , ପୌର ଅଧିକାରୀ, ପୋଲିସ ମିଳିତ ଭାବେ ସହର ମୂଖ୍ୟ ବଜାରରେ ବିଭିନ୍ନ ଦୋକାନ ଯାଞ୍ଚ କରି କୋଭିଡ କଟକଣା ନିୟମ ଉଲଙ୍ଘନ କରିଥିବା ଚାରୋଟି ଦୋକାନ ରୁ ଜୋରିମାନା ଆଦାୟ କରିଥିବା ବେଳେ ଏକ ମୋବାଇଲ ଦୋକାନକୁ ସିଲ୍ କରିଛନ୍ତି। ଏପରି ଅମାନିଆ ମାନଙ୍କୁ ସାବାଡ କରିବା ନିମନ୍ତେ ଆଗକୁ ଯାଞ୍ଚପ୍ରକ୍ରିୟା କଡାକଡି କରାଯିବା ନେଇ ରାୟଗଡ଼ା ତହସିଲଦାର ଉମା ଶଙ୍କର ବେହେରା ସୂଚନା ଦେଇଛନ୍ତି।