ପୁରା ଖବର ବିଷୟରେ



ସିରିଗୁଡା ଗ୍ରାମପଞ୍ଚାୟତର ରେଖ ପଂକାଳ ଗ୍ରାମରେ ଜଳ ସଙ୍କଟ. ସହା ଭରଷା ନାଳ ଚୁଆପାଣି l

May 1 2021 8:28AM
(ରାୟଗଡା ଜିଲ୍ଲାର ଗୁଡାରିରୁ ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା ଗୁଡାରି ବ୍ଲକ ସିରିଗୁଡା ଗ୍ରାମପଞ୍ଚାୟତ ରେଖ ପଂକାଳ ଗ୍ରାମରେ ଦେଖା ଦେଇଛି ଜଳ ସଙ୍କଟ, ସାହା ଭରଷା ନାଳ ଚୁଆପାଣି l ଗ୍ରାମରେ 40 ରୁ ଉର୍ଦ୍ଧ ପରିବାର 3 ଟି ବସ୍ତି ହୋଇ ବସବାସ କରୁଥିବା ଦେଖିବାକୁ ମିଳିଥିବା ବେଳେ ସରକାରଙ୍କ ଯୋଜନାରେ 2 ଗୋଟି ନଳକୂପ ରହିଥିବା ଦେଖା ଦେଇଛି l ଗୋଟିଏ ନଳକୂପ ଖରାପ ହୋଇ ପଡି ରହିଥିବା ବେଳେ ଅନ୍ୟଟି ଅଧଘଣ୍ଟା ମାରିଲେ ପାଣି ବାହାରୁଛି, ଯାହାକି ଦୂଷିତ ଜଳ ପାଟିରେ ଦେଲେ ପାଟିର ଦାନ୍ତ ସବୁ କଳା ପାଲଟି ଯାଏ l ବର୍ତ୍ତମାନ ନାଳ ଛୁଆପାଣିକୁ ଆଦରି ନେଇଛନ୍ତି ଗ୍ରାମର ଲୋକେ, କିନ୍ତୁ ନାଳପାଣି ପିଇ କାଶ,ଛିଙ୍କ, ସର୍ଦ୍ଧି ଦେଖା ଦେଇଥିବା ବେଳେ କିଡ଼ନୀ ଜନିତ ରୋଗରେ ଆକ୍ରାନ୍ତ ହେବା ସମ୍ଭାବନା ରହିଛି l ଏଥିରୁ ଅନୁମାନ ହେଉ, ଲୋକେ କିପରି ଭାବେ ସୁସ୍ଥ ସବଳର ସହ ବଞ୍ଚିପାରୁଥିବେ l ଗ୍ରାମବାସୀ ବାରମ୍ବାର ପ୍ରଶାସନଙ୍କୁ ଜଣାଇଲେ ମଧ୍ୟ ଏଥିପ୍ରତି ପ୍ରଶାସନ ଦୃଷ୍ଟି ନ ଦେବା ନଜରକୁ ଆସିଛି l ପରିତାପର ବିଷୟ ଏହିକିଯେ ପ୍ରଶାସନକୁ ବାରମ୍ବାର ଜଣାଇବା ସତ୍ବେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେବା ଏକ ନିନ୍ଦନୀୟ ବିଷୟ ଅଟେ l ବର୍ତ୍ତମାନ ନାଳ ଚୁଆପାଣିକୁ ଭରଷା ରଖିଛନ୍ତି ଗ୍ରାମବାସୀ l