ପୁରା ଖବର ବିଷୟରେ



ରାୟଗଡ଼ା କୋଭିଡ ନିୟନ୍ତ୍ରଣ ନିମନ୍ତେ 24ଘଂଟିଆ ନିୟନ୍ତ୍ରଣ କକ୍ଷ ଖୋଲିଲେ ଜିଲ୍ଲାପାଳ l

Apr 29 2021 5:53PM
(ଓଡ଼ିଶା ବ୍ୟୁରୋ ହେବ ଯୋଗେଶ୍ବର ଦାସଙ୍କ ରିପୋର୍ଟ) -ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା ବିଭାଗର ନିର୍ଦ୍ଧେଶ ଅନୁଯାୟୀ ରାୟଗଡ ଜିଲାରେ 24ଘଂଟିଆ ନିୟନ୍ତ୍ରଣ କକ୍ଷ୍ୟ ଖୋଲାଯାଉଛି l ଏଥିନିମନ୍ତେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚଦ୍ର ପଣ୍ଡାଙ୍କ ତତ୍ତ୍ୱlବଧାନରେ ଦୁଇଜଣ ଓଡିଶା ପ୍ରଶାସନିକ ଅଧିକାରୀ ଓ ଜଣେ ଓଡିଶା ରାଜସ୍ୱ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି l ଏହି ଧିକାରୀ ମାନେ ହେଲେ ଓଡିଶା ପ୍ରଶାସନିକ ଅଧିକାରୀ ସ୍ମରଣିକା ତୁଲୋ,ଶ୍ରୀ ଜ୍ଞାନ ରଞ୍ଜନ ମାଝୀ ଓ ଓଡିଶା ରାଜସ୍ବ ଅଧିକାରୀ ଶ୍ରୀ ଦିବାକର ପତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି l ଏହି ଅଧିକାରୀଙ୍କ ତତ୍ତ୍ୱବଧାନରେ ଜିଲ୍ଲାର କୋଭିଡ ସଂକ୍ରlତୀୟ ଅଭିଯୋଗ ଗ୍ରହଣ କରିବେ ଏବଂ ରେଜିଷ୍ଟେରରେ ଲିପିବଧ କରି ରଖିକି ପରିଚାଳନା ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କୁ ଅବଗତ କରାଇବେ l ଏହି କ୍ରମରେ ଏହି ଅଧିକାରୀ ମାନଙ୍କୁ କାର୍ଯ୍ୟରେ ସହଯୋଗ କରିବା ନିମନ୍ତେ କାର୍ଯ୍ୟାଳୟର ବିଭନ୍ନ କର୍ମଚାରୀ ମlନଙ୍କୁ ନିୟୋଜିତ କରାଯାଇଛି l ଏହି ନିୟନ୍ତ୍ରଣ କକ୍ଷର ଯୋଗାଯୋଗ ନମ୍ବର ହେଲା :- 224082/224062/1077(ଵିନାଶୁଳ୍କ ) ଉପଲବଦ୍ଧ ହେବ l ଯେ କୌଣସି ବ୍ୟକ୍ତି ଏହି ନମ୍ବରରେ କୋଭିଡ ସଂକ୍ରାନ୍ତରେ ଯୋଗାଯୋଗ କରିପାରିବେ l ନିୟନ୍ତ୍ରଣ କକ୍ଷଟି ସକାଳ 7.00ଘଟିକାରୁ ଅପରାହ୍ନ 2.00ଘଟିକା, ଅପରାହ୍ନ 2.00ଘଟିକାରୁ ରାତ୍ର 10.00ଘଟିକା ଓ ରାତ୍ର 10.00ଘଟିକାରୁ ସକାଳ 7.00ଘଟିକା ପର୍ଯ୍ୟନ୍ତ ତିନିଟି ପର୍ଯ୍ୟାୟରେ ଆଜି ତl 29.04.2021ରିଖରୁ ତା. 16.05.2021ରିଖଯାଏଁ ଚାଲିବ ଏବଂ ଆବଶ୍ୟକ ପଡିଲେ ପରିସ୍ଥିତିକୁ ଦେଖି ସମୟସୀମା ବୃଦ୍ଧି କରାଯାଇପାରେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ଏହାନିୟମିତ ତଦାରଖ କରିବେ l ନିୟନ୍ତ୍ରଣ କକ୍ଷ ଦାୟିତ୍ୱ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ଅବହେଳା କଲେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନିଆଯିବ l