ପୁରା ଖବର ବିଷୟରେ



ରାୟଗଡ଼ା ଦୋକାନ ବଜାର ଖୋଲିବା ସମୟ ପରିବର୍ତ୍ତନ ନିମନ୍ତେ ପ୍ରଶାସନକୁ ଅନୁରୋଧ ଜଣାଇଲେ ରୟାଗଡ଼ାର ବିଭିନ୍ନ ବାଣିଜ୍ୟକ ସଂଘଠନ l

Apr 29 2021 2:01PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡା ସହରର ବିଭନ୍ନ ବଣିକ ସଂଘର କର୍ମକର୍ତ୍ତମାନେ ଆଜି ଆପରାହ୍ନରେ ଜିଲ୍ଲାପାଳ ରୟାଗଡ଼ ଶ୍ରୀ ସରୋଜ କୁମାର ମିଶ୍ରଙ୍କୁ ନିଜ ଆଡୁ ଆସି ଭେଟି କୋଭିଡ ପାଇଁ ବ୍ୟବସାୟକ ସମୟ ପରିବର୍ତ୍ତନ ନିମନ୍ତେ ଅନୁରୋଧ କରିଥିଲେ l ଏଥିରେ ଜିଲ୍ଲା ଆରୋଖୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ରୟାଗଡ଼ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଆଦି ଉପସ୍ଥିତ ଥିଲେ l ଏଥିରେ ମୁଖ୍ୟତଃ ଜିଲାରେ କୋଭିଡ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଦୃଷ୍ଟିରେ ରଖି ବଣିକ ସଂଘର କର୍ମକର୍ତ୍ତା ମାନେ ଦୋକାନ ବଜାର ଖୋଲିବା ସମୟକୁ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଥିଲେ ଓ ପ୍ରଶାସନର ସବୁ ନିଷ୍ପତ୍ତିକୁ ସ୍ୱାଗତ କରି ସହଯୋଗ କରିବୁ ବୋଲି ପ୍ରକାଶ କରିଥିଲେ l ପ୍ରସ୍ତାବ ଅନୁସାରେ ଜିଲ୍ଲାପାଳ ରାୟଗଡ କହିଲେ ଯେ ସବୁ ନିଷ୍ପତ୍ତି ଆପଣ ମାନଙ୍କର, ସମସ୍ତଙ୍କ ହିତ ଦୃଷ୍ଟିରୁ ପଦ୍ଧକ୍ଷେପ ନେବା l ଜୀବନ ଭି ଥାଉ ଜୀବିକା ଭି ଥାଉ କେହି ଯେମିତି ଅସୁବିଧା ନହୁଅନ୍ତି ଆମେ ସମସ୍ତେ ଚେଷ୍ଟାକରିବା l ସମସ୍ତ କର୍ମକର୍ତ୍ତା ସକାଳ 7.00ଘଟିକାରୁ ଅ.ଘ.2.00ଟା ପର୍ଯ୍ୟନ୍ତ ଦୋକାନ ଖୋଲିବା ନିମନ୍ତେ ପ୍ରସ୍ତlବ ଦେଇଥିଲେ l କିନ୍ତୁ ବଣିକ ସଂଘର ସଭାପତି ସୁରେନ୍ଦ୍ର ପ୍ରସାଦ ସାହୁ ଆଜି ରାତିରେ ବୈଠକ ଡାକି ଆମେ ନିଷ୍ପତି ନେବୁ ତlପରେ ଘାଷଣl କରି ସମସ୍ତଙ୍କୁ ଜଣାଇଦେବୁ ବୋଲି କହିଥିଲେ l ଜିଲ୍ଲାପାଳ ଶ୍ରୀ ମିଶ୍ର କୋଭିଡର ଭାୟାବହତ ଉପରେ ସମସ୍ତଙ୍କୁ ସତର୍କ କରାଇଥିଲେ ଏବଂ କହିଥିଲେ ଆମେ ସମସ୍ତେ ସଚେତନତା ହୋଇ କାର୍ଯ୍ୟ ନ କଲେ ଆଗକୁ ବହୁତ ଆସୁବିଧା ହେବ ବୋଲି କହିଥିଲି l ବ୍ୟବସାୟ କ୍ଷେତ୍ରରେ ପ୍ରଶାସନ ହସ୍ତକ୍ଷେପ କରିବ ନାହିଁ ବଣିକ ସଂଘ ନିଜେ ନିଜେ ନିଷ୍ପତ୍ତି ନିଅନ୍ତୁ ଓ ଜନସାଧାରଣଙ୍କୁ ନିବେଦନ କରିବାକୁ କହିଥିଲେ l କୋଭିଡ ନିୟମ ପାଳନ ଓ ପ୍ରତ୍ୟକ ଦୋକାନରେ ମାସ୍କ ବ୍ୟବହାର, ସାମାଜିକ ଦୂରତା, ଓ ସାନିଟାଈଜର ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ଆରୋଖୀ ଅଧିକ୍ଷକ ଶ୍ରୀ ଶର୍ମା ଆନୁରୋଧ କରିଥିଲେ l ଅମାନ୍ୟଙ୍କ ଠlରୁ ପ୍ରଶାସନ ଜୋରିମାନା ଆଦାୟ କରିବ ବୋଲି କହିଥିଲେ l ଆଜିର ଏହି ଆଲୋଚନାରେ ବଣିକ ସଂଘର କର୍ମ କର୍ତ୍ତା, ହୋଟେଲ ଆସୋସିଏସନର କର୍ମକର୍ତ୍ତା,ସୁନା ବ୍ୟବସାୟ ସଙ୍ଘ, କ୍ରସର ୟୁନିୟନ ସଂଘ, ପରିବl ବିକାଳୀ ସଂଘ, ମେନ ରୋଡ଼ ମାର୍କେଟ ସଂଘ ଆଦିର କର୍ମକର୍ତ୍ତାମାନେ ଆସି ଜିଲ୍ଲା ପ୍ରଶାସନକୁ ସମୟ ପରିବର୍ତ୍ତନ ପାଇଁ ଅନୁରୋଧ କରିଥିଲେ l ଜିଲ୍ଲା ପ୍ରଶାସନ ରାୟଗଡ ବଣିକ ସଂଘର ନିଷ୍ପତିକୁ ସ୍ୱାଗତ କରିଥିଲେ l ସୂଚନା ଅନୁଯାଇ ଆସନ୍ତା କାଲି ଅର୍ଥାତ ଶୁକ୍ରବାର ଠାରୁ ସହରର ସମସ୍ତ ବ୍ୟବସାୟୀକ ଅନୁଷ୍ଠାନ ସକାଳ 6 ଟା ଠାରୁ 2 ଟା ପର୍ଯ୍ୟନ୍ତ ଏବଂ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା। ସହରର ବ୍ୟବସାୟୀ ସଙ୍ଘ ସ୍ଥିର କରି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଥିବା ପ୍ରକାଶ କରିଛନ୍ତି ଅଧିକାରୀ। 10 ତାରିଖ ପରେ ସ୍ଥିତି କୁ ନେଇ ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ।