ପୁରା ଖବର ବିଷୟରେ



ଧାମନଗର ଓକିଲ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜୟନ୍ତୀ ତଥା ଆଇନଜୀବୀ ଦିବସ ଧାମନଗର ଓକିଲ ସଂଘ ପକ୍ଷରୁ Covid-19 ର କଟକଣା କୁ ସଂମ୍ମାନ ଦେଇ ନିରାଡ଼ମ୍ବର ଭାବରେ ପାଳନ କରାଯାଇଅଛି ,

Apr 29 2021 10:48AM
(ଧାମନଗର ରୁ ରଞ୍ଜନ କୁମାର ମଲ୍ଲିକ କଂ ରିପୋର୍ଟ ) ପ୍ରଥମେ ଧାମନଗର କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଉପସ୍ଥିତ ଥିବା ଆଇନଜୀବୀ ମାନେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ,ପରେ ପରେ ସଂଘ ଗୃହରେ ସମସ୍ତ ଓକିଲ ମନେ ଉପସ୍ଥିତିରେ ଏକ ସଭା ଅନୁଷ୍ଠିତ ହୋଇଥିଲା , ଉକ୍ତ ସଭାରେ ସଭାପତି ଅଭିରାମ ମହାନ୍ତି, ସାଧାରଣ ସମ୍ପାଦକ ଅମରେନ୍ଦ୍ର ମହାନ୍ତି,ପ୍ରଜ୍ଞା ପରାମିତା ଦାଶ, ବିଜୟ କୁମାର ରାମ,ମନୋଜ ଗୁପ୍ତା, ଅଞ୍ଜନ ସାହୁ, ମିନତୀ ମଲ୍ଲିକ, ନିରଞ୍ଜନ ଦାଶ, ଜୟନୁଲ ଆବେଦିନ, ରାମଚନ୍ଦ୍ର ରାଉତ, ବିଷ୍ଣୁ ମୋହନ ପତି, ଆଶିଷ ନନ୍ଦ, ଅଜିତ ଦାସ, ରଞ୍ଜିତ ମହାନ୍ତି, ଲଷ୍ମୀନାରାୟଣ ମହାପାତ୍ର, ସ୍ନେହାଶିଷ ପଣ୍ଡା, ଦିଲ୍ଲୀପ ନାୟକ, ଗୋପାଳ ବାରିକ, ବ୍ରହ୍ମାନନ୍ଦ ଯେନା, କିଶୋର ପଣ୍ଡା, ସୁବ୍ରତ ନନ୍ଦ, ଗୌତମ ଯେନା, ଉମାକାନ୍ତ ପଣ୍ଡା, ମାନସ ମହାପାତ୍ର, ପର୍ଶୁରାମ ମହାପାତ୍ର, ସନ୍ତୋଷ ତ୍ରିପାଠୀ, ଦେବକୀ ନନ୍ଦନ ମହାପାତ୍ର ଓ ମନୋଜ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ ଏବଂ ମଧୂବାଵୁଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ପ୍ରତିଜ୍ଞା କରିଥିଲେ।