Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ସଂସ୍କୃତି ଓ ପରମ୍ପରାର ସହର ପାରଳାଖେମୁଣ୍ଡି
Apr 29 2021 9:02AM
(ଗଜପତି ରୁ ଡମ୍ବରୁଧର ପଲେଇକଂ ରିପୋର୍ଟ) ତେବେ ପାରଳାଖେମୁଣ୍ଡି ସହରର ଗଜମୁହାଁ ପରମ୍ପରା ଯେତିକି ପୁରୁଣା ସେତିକି ରୋଚକ ମଧ୍ୟ । ସହରର ଅଧିକାଂଶ ସାହିରେ ପ୍ରତିବର୍ଷ ଚୈତ୍ର ମାସର ମଙ୍ଗଳବାରରେ ଏହା ପାଳିତ ହେଉଥିବା ବେଳେ ସହରର କଟିକିଆ ସାହିରେ ସବୁ ମଙ୍ଗଳବାରେ ଏହା ପାଳିତ ହୋଇଥାଏ । ଚିତ୍ର ମାସର ଅନ୍ୟ ମଙ୍ଗଳବାର ଅପେକ୍ଷା ଶେଷ ମଙ୍ଗଳବାରର ଗଜମୁହାଁର ରହିଛି ସ୍ବତନ୍ତ୍ରତା । ଲିଆ, ଗୁଡରେ ପ୍ରସ୍ତୁତ ଗଜମୁହାଁକୁ ବିଭିନ୍ନ ପ୍ରକାରରେ ସଜ୍ଜିତ କରି ମଙ୍ଗଳବାର ସନ୍ଧ୍ୟାରେ ସାହିର ଯୁବକମାନେ ଏହାକୁ ପୂଜା କରିବା ସହ ମୁଣ୍ଡରେ ଧରି ସହର ପରିକ୍ରମା କରିଥାନ୍ତି । ବୁଧବାର ସକାଳୁ ଠାକୁରାଣୀଙ୍କ ନିକଟରେ ଭୋଗ ଲଗାଇବା ପରେ ଏହାକୁ ସମସ୍ତେ ପାଇଥାନ୍ତି । ମୁହାଁ ପରିକ୍ରମା ସମୟରେ ବାଜୁଥିବା ବାଜାର ବି ରହିଛି ସ୍ବତନ୍ତ୍ରତା । ଜଣେ ଏହି ବାଜା ଶୁଣିବା ଦ୍ବାରା ତାର ଗୋଡ ଆପେଆପେ ସେହି ସ୍ଥାନକୁ ଟାଣିନେବା ସହ ମୁହାଁଧାରୀଙ୍କ ସହ ନାଚିବାକୁ ବାଧ୍ୟ କରିବ । ଏହି ପରମ୍ପରାକୁ ପାଳନ କରିବା ପାଇଁ କଟିକିଆ ସାହିର ଯିଏ ଯେଉଁଠି ଥାନ୍ତୁ ନା କାହିଁକି ସମସ୍ତେ ଘର ମୁହାଁ ହୋଇଥାନ୍ତି । ସମସ୍ତେ ରାତି ତମାମ ବୁଲିବା ସହ ବୁଧବାର ସକାଳେ ଏହାକୁ ବସର୍ଜନ କରିବା ପରେ ଘରକୁ ଫେରିଥାନ୍ତି । ଚଳିତ ବର୍ଷ ସାହିର ଯୁବକମାନ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଭତାଣୁର ଅପରୂପକୁ ଗଜାମୁହାଁରେ ସଜ୍ଜିତ କରାଯାଇଥିଲା । ଯାହାକୁ ସମସ୍ତେ ଦେଖିବା ସହ କରୋନା ଭୂତାଣୁ ସଂପର୍କରେ ସଚେତନ ହୋଇପାରିଥିଲେ । ବହୁ ବର୍ଷ ତଳେ ପାଳାଖେମୁଣ୍ଡିରେ ମହାମାରୀ ଦେଖାଦେଇଥିଲା । ଏଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ । ତେବେ ଏଥିରୁ ରକ୍ଷା ପାଇବା ପାଇଁ ଏଠାକାର ଲୋକେ ଚୈତ୍ରମାସ ମଙ୍ଗଳବାରରେ ଗଜମୁହାଁ ଠାକୁରାଣୀଙ୍କ ନିକଟରେ ଭୋଗ କରିଥିଲେ । ଏହାପରେ ମହାମାରୀରୁ ରକ୍ଷା ମିଳିଥିଲା ବୋଲି କୁହାଯାଏ । ତେଣୁ ସେହିଦିନ ଠାରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଆଜି ବି ଜାରି ରହିଛି । ମାଁଙ୍କୁ ଶୀତଳ ନଦେଲେ ପୁଣିଥରେ କୌଣସି ପ୍ରକାର ଅଘଟଣ ଘଟିବ ବୋଲି ଲୋକଙ୍କ ଆଶଙ୍କା ରହିଛି । ବର୍ତମାନ କରୋନା ମାହାମାରୀ ତାର ତାଣ୍ଡବ ରଚି ଚାଲିଥିବା ବେଳେ ଏଥିରୁ ମୁକ୍ତି ଦେବା ପାଇଁ ମଧ୍ୟ ଲୋକେ ମାଁଙ୍କ ନିକଟରେ ଗୁହାରୀ କରିଛନ୍ତି ବୋଲି କହିଛନ୍ତି ପୂଜକ । ମହାମାରୀରୁ ରକ୍ଷା ମିଳୁଛି କି ନାହିଁ ତାହା ଭିନ୍ନ କଥା । କିନ୍ତୁ ଆଧୁନିକ ଯୁଗରେ ମଧ୍ୟ ଦୀର୍ଘ ବର୍ଷର ପରମ୍ପରାକୁ ଆଜି ମଧ୍ୟ ପାଳନ କରିବା ନିଶ୍ଚିତ ଭାବେ ଲୋକଙ୍କ ଆସ୍ଥାକୁ ଦର୍ଶାଉଛି ।..........