ପୁରା ଖବର ବିଷୟରେ



ନିଷ୍ଠାପର ଉଦ୍ୟମ ସମ୍ମୁଖ ରେ ପରାଜିତ ହେଲା ସାମୁହିକ ପ୍ରତିରୋଧ

Apr 28 2021 12:54PM
ନିଷ୍ଠାପର ଉଦ୍ୟମ ସମ୍ମୁଖ ରେ ପରାଜିତ ହେଲା ସାମୁହିକ ପ୍ରତିରୋଧ (କଳାହାଣ୍ଡି ଜିଲ୍ଲା ଧର୍ମଗଡ ରୁ ରଜନୀ କାନ୍ତ ଛତ୍ରିଆ ଙ୍କ ରିପୋର୍ଟ ) ଜଳ ପରି ଚାଳନା ଯନ୍ତ୍ର ତିଆରି କରି ଚର୍ଚ୍ଚାରେ ଖଞ୍ଜନେତ୍ର ରାଉତ । ଏମିତି ଏକ ଦୃଶ୍ୟ ଦେଖି ବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମଙ୍ଗଳପୁର ପଞ୍ଚାୟତ ରଜାମୁଣ୍ଡ ରେ !ଗୋଟାଏ ଏକର ଜମି ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ ଖଞ୍ଜନେତ୍ର ରାଉତ । କିନ୍ତୁ ଉପର ମୁଣ୍ଡରଚାଷୀ ମାନେ ଅସହଯୋଗ କରି ପାଣି ଦେବାକୁ ସପୂର୍ଣ ମନା କରିଦେଇଥିଲେ । ଏହି ଘଟଣା ପ୍ରଥମେ ତାଙ୍କ ମନ କୁ ଆଘାତ ଦେଇଥିଲା, କିନ୍ତୁ ଏହି ଘଟଣା ରେ ସେ ଭାଙ୍ଗି ନ ପଡ଼ି ସ୍ୱଳ୍ପ ଶିକ୍ଷା ମଧ୍ୟରେ ବୁଧି ପ୍ରୟୋଗ କରି ଏକ ମାସର ଅକ୍ଲାନ୍ତ ପରିଶ୍ରମ ରେ ନାଳ ଉପରେ ଏକ ଜଳ ପରିଚାଳନା ଯନ୍ତ୍ର କାଠ ବାଉଁଶ, ଟିଣ ବୋତଲ ଓ ରଶି ସାହାଯ୍ୟ ରେ ଏକ ଅଭିନବ ଜଳ ପରିଚାଳନା ଯନ୍ତ୍ର ତିଆରି କରିବାରେ ସଫଳତା ଅର୍ଜନ କରିଛନ୍ତି । ନିଜେ ସଫଳତା ପାଇବା ସହିତ ଅନ୍ୟ ମାନଙ୍କ ପାଇଁ ଉଦାରଣ ପାଲଟିଛନ୍ତି ଖଞ୍ଜନେତ୍ର ରାଉତ ।ଏହି ଜଳ ପରିଚାଳନା ଯନ୍ତ୍ର ଟିକୁ ପ୍ରତି ଦିନ ଲୋକ ମାନେ ଦେଖିବାକୁ ଯାଉଛନ୍ତି ପ୍ରସଂସା ବି କରୁଛନ୍ତି ଖଞ୍ଜନେତ୍ର ଙ୍କ ପରିବାର କହିଲେ ପାଞ୍ଚ ପ୍ରାଣୀ କୁଟୁମ୍ବ । ଗୋଟାଏ ଏକର ଚାଷ କରି ଚଳୁଛନ୍ତି, !ଜମି ଠାରୁ 30ମିଟର ଦୂରେ ଖାଲୁଆ ସ୍ଥାନରେ ନାଳ ଅଛି, ସେଠାରୁ ଉକ୍ତ ପରିଚାଳନା ଯନ୍ତ୍ର ରେ ପାଣି ନେଉଛନ୍ତି । ଖଞ୍ଜନେତ୍ର କହିଛନ୍ତି ଯଦି ପ୍ରଶାସନ କିଛି ସାହାଯ୍ୟ କଲେ ଆଗକୁ ଦଶ ଏକ ର ଜମି ଚାଷ କରାଯାଇ ପାରିବ ।