ପୁରା ଖବର ବିଷୟରେ



ମା" ମଝିଘରିଆଣୀ ଚୈତ୍ର ପର୍ବ ପାଳନ

Apr 28 2021 9:40AM
ମା" ମଝିଘରିଆଣୀ ଚୈତ୍ର ପର୍ବ ପାଳନ ( ଅଲ ଓଡ଼ିଶା ବ୍ୟୁରୋ ହେଡ୍ ଯୋଗେଶ୍ଵର ଦାସଙ୍କ ରିପୋର୍ଟ) ରାୟଗଡ ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ । ମା'ଙ୍କ ଶ୍ରେଷ୍ଠ ପର୍ବ ଚୈତ୍ର ପର୍ବ । ପ୍ରାତଃ କାଳ 4ଟା ରୁ ଲାଗିରହୁଥିଲା ହଜାର ହଜାର ଭକ୍ତଙ୍କ ସମାଗମ । ମା'ଙ୍କ ଦର୍ଶନ ପାଇଁ ଆସିଥାନ୍ତି ପଡୋଶୀ ଆନ୍ଧ୍ରପ୍ରଦେଶ , ତେଲେଗେନା ଓ ଛତିଶଗଡ଼ ଭକ୍ତ । ଭକ୍ତ ସମାଗମରେ ହୁଲୁହୁଳି ,ବାଜା ,ଘଣ୍ଟ ଓ ଶଙ୍କ ସହ କମ୍ପି ଉଠେ ମନ୍ଦିର ବେଡ଼ା ହେଲେ ବର୍ତ୍ତମାନ କରନା କଟକଣା ଯୋଗୁଁ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ନିଷେଦ ରହିଥିବା ବେଳେ ମନ୍ଦିର ପରିଚାଳନା କମିଟି କୁ ନେଇ ଚାଲିଛି ମା'ଙ୍କ ଚୈତ୍ର ପର୍ବ ।ଭକ୍ତ ପାଇପାରୁନାହାନ୍ତି ଦର୍ଶନ । ମା'ଙ୍କ ରୀତି ନୀତି ଅନୁଯାଇ ମନ୍ଦିର ଭିତରେ ଚାଲିଛି ମା'ଙ୍କ ଚୈତ୍ର ପର୍ବ ।