ପୁରା ଖବର ବିଷୟରେ



ଅର୍ଥ ଅଭାବରୁ କର୍କଟ ରୋଗୀ ର ଜୀବନ ମୃତ୍ୟୁ ସହ ସଂଗ୍ରାମ

Apr 27 2021 10:20PM
ଅର୍ଥ ଅଭାବରୁ କର୍କଟ ରୋଗୀ ର ଜୀବନ ମୃତ୍ୟୁ ସହ ସଂଗ୍ରାମ I (କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରୁ ରବିନ୍ଦ୍ର ରାଉତ ଙ୍କ ରିପୋର୍ଟ ) ଦାରିଦ୍ରତାର କୁଠାରଘାତ ରେ ମଣିଷ ପେଟ ପାଇଁ ଦାନା ଯୋଗାଡ କରିବ କି ରୋଗ ପାଇଁ ଔଷଧ।। ଗୋଟିଏ ପଟେ କରୋନା ର ଆତଙ୍କ ଆ'ର ପଟେ ବ୍ୟାଧି।। ଉପଯୁକ୍ତ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।। ଏଭଲି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଧାମନପୁର ପଞ୍ଚାୟତର କମଳାବାରୀ ଗାଁ ରେ। ସ୍ତ୍ରୀ ଓ ତିନି ପୁଅଙ୍କୁ ନେ ଉଗ୍ରସେନ ହଂସ ଙ୍କ ପରିବାର।। ହାତଚାଲିଲେ ପରିବାର ଚଲୁଥିଲା।। ଉଗ୍ରସେନ ଆଜି କର୍କଟ ରୋଗରେ ପୀଡିତ, ତାଙ୍କର ପରିବାର ଗରିବ ଅଟନ୍ତି ଦୈନିକ କୁଳି ମଜୁରୀକରି ଚଳନ୍ତି । ସବୁଦିନ ମଜୁରୀ କାହିଁ? ମଜୁରୀ ନମିଳିଲେ ଚୂରାପାହାଡ ସାହା, ଜଙ୍ଗଲ ଜାତ ଦ୍ରବ୍ୟ ଗୋଟାଇ ଆଣି ବିକ୍ରୟକରି କଷ୍ଟେ ମଷ୍ଟେ ଦିନ କାଟନ୍ତି।। ବାପା ଉଗ୍ରସେନ ଙ୍କୁ ଭଲ କରିବ ଏଇ ଆଶାରେ ପୁଅ ଦାଦନ ଖଟିବାକୁ ଯାଆନ୍ତି, ଯାହାକିଛି ଉପାର୍ଜନ କରନ୍ତି ଚିକିତ୍ସା ରେ ଖର୍ଚ୍ଚ କରିଦିଅନ୍ତି, ରୋଗର ଉପଶମ ବଦଳରେ ରୋଗ ଆଜି ବଢିବଢି ଯାଉଛି । ଉପଯୁକ୍ତ ଚିକିତ୍ସା ପାଇଁ ଅର୍ଥ ର ଆବଶ୍ୟକ ହୁଏ।। ଗରିବ ମଣିଷ କେଉଁଠୁ ପାଇବ ଏତେ ଟଙ୍କା, ସହାୟତା ର ହାତ କୁ ଅନେଇ ରୁହେ।। ବଞ୍ଚିବା ର ଆଶରେ ପ୍ରଶାସନ କୁ, ଏସମାଜ କୁ ଗୁହାରି କରେ।। ଲୋତକ ନୟନେ କୁହେ,, ଏ ଗୋଡ ଟାକୁ କାଟିଦିଅ, ମୋତେ ବଞ୍ଚାଇଦିଅ।। ଅର୍ଥପାଇଁ ଗୋଟିଏ ନିରୀହ ମଣିଷ ମରଣ ମୁଖ କୁ ନଯାଉ, ପ୍ରଶାସନ ର ଦୃଷ୍ଟି ପଡୁ, ସରକାର, ରାଜନେତା ଙ୍କ ସହଯୋଗ ରେ ବିଚରା ଉପକୃତ ହୋଇ ଉପଯୁକ୍ତ ଚିକିତ୍ସା ପାଉ, ବୁଦ୍ଧିଜୀବୀ, ଜନସାଧାରଣଙ୍କ ଗହଣେ ଏହି ଚର୍ଚା।। ରୋଗ ଜିତୁଛି ନା ରୋଗୀ ଜିତୁଛି, ମଣିଷ ପଣିଆ ଚେଇଁଛି ନା ଶୋଇଛି ଦେଖିବାକୁ ବାକି ରହିଲା ।।