ପୁରା ଖବର ବିଷୟରେ



ମାନବ ସେବା ହିଁ ମାଧବ ସେବା

Apr 27 2021 2:30PM
ମାନବ ସେବା ହିଁ ମାଧବ ସେବା (ଆନନ୍ଦପୁର ରୁ ଲକ୍ଷ୍ମଣ କୁମାର ବେହେରାଙ୍କ ରିପୋର୍ଟ) କେନ୍ଦୁଝର ଜିଲ୍ଲା ରେ ଦେଖିବାକୁ ମିଳିଛି ବହୁ ସେବା ସଂସ୍ଥା କିନ୍ତୁ ନୂଆ କରି ଆରମ୍ଭ କରିଥିବା ଶିବ ଶକ୍ତି ସୋସିଆଲ ଡେଭଲପମେଣ୍ଟ ଅର୍ଗାନାଇଜେସନ ସବୁଠାରୁ ନିଆରା। ଏହି ସଂସ୍ଥା ର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ବେହେରା ଙ୍କ ତତ୍ବାବଧାନରେ ଗଠନ ହୋଇଥିବା ଶିବ ଶକ୍ତି ସୋସିଆଲ ଡେଭଲପମେଣ୍ଟ ଅର୍ଗାନାଇଜେସନ ଏହି ସଂସ୍ଥା ର ମୁଖ୍ୟ ଲକ୍ଷ୍ୟ ଅତି ନିର୍ଗମ ଅଞ୍ଚଳରେ ବସବାସ କରୁଥିବା ନିଷ୍ପେସିତ ଆଦିବାସୀ ଲୋକ ମାନଙ୍କ ସମସ୍ୟା ର ସମାଧାନ ଏବଂ ଗରିବ ଅସହାୟ ଲୋକମାନଙ୍କୁ ସେବା ଓ ସାହାଯ୍ୟ ଯୋଗାଇଦେବା ସହ ରୋଗରେ ପୀଡିତ ଥିବା ଗରିବ ଲୋକମାନଙ୍କୁ ସୁଚିକିତ୍ସା ର ସମସ୍ତ ବ୍ୟବସ୍ଥା କରାଇବା। ଲକ୍ଷ ନେଇ ଆଜି ଆଗେଇ ଆସିଛନ୍ତି ଶିବ ଶକ୍ତି ସୋସିଆଲ ଡେଭଲପମେଣ୍ଟ ଅର୍ଗାନାଇଜେସନ ସଦସ୍ୟ ଓ ସଦସ୍ୟା ମାନେ। ଆଜି ଏହି ସଂସ୍ଥା ର କର୍ମକର୍ତ୍ତା ମାନଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହେବା ସହ ସଂସ୍ଥା ର ବ୍ୟାନର ପୂଜା ସମ୍ପୂର୍ଣ୍ଣ ହୋଇଥିଲା। ଆଜି ସକାଳ ସାତ ଘଟିକା ସମୟରେ ଟୁକୁଣା ସ୍ବପ୍ନେଶ୍ବର ମନ୍ଦିରରେ ସମସ୍ତ ସଦସ୍ୟ ପୂଜା ଅର୍ଚ୍ଚନା ସାରି ଡ୍ରେସ୍ କୋଡ଼ ପରିଧାନ କରି ନିର୍ଭିକ ଭାବେ ସେବା କରିବାର ସପଥ ନେଇଥିଲେ। ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ବିଶ୍ବନାଥ ପ୍ରତାପ ଜେନା ଯୋଗ ଦେଇ ସଦସ୍ୟ ମାନଙ୍କୁ ସେବା ବିଷୟରେ ଆଲୋକପାତ କରାଇଥିଲେ। ସଂସ୍ଥା ର ସଭାପତି ତାପସ କୁମାର ନାୟକ ଏବଂ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନା କରିଥିଲେ।