ପୁରା ଖବର ବିଷୟରେ



ଗୁଡାରି ଠାରେ ସିପିଆଇ (ଏମଏଲ )ଲିବରେସନ ପାର୍ଟିର ପାର୍ଟି ପ୍ରତିଷ୍ଠା ଦିବସ ପାଳନ

Apr 22 2021 7:20PM
ଗୁଡାରି ଠାରେ ସିପିଆଇ (ଏମଏଲ )ଲିବରେସନ ପାର୍ଟିର ପାର୍ଟି ପ୍ରତିଷ୍ଠା ଦିବସ ପାଳନ l ରିପୋର୍ଟ :ପ୍ରସାଦ ଲିମା, ଗୁଡାରି ବ୍ଲକ. ରାୟଗଡା ଜିଲ୍ଲା ଗୁଡାରି ବ୍ଲକ ସିପିଆଇ "ଏମଏଲ" ଲିବରେସନ ପାର୍ଟିର ଗୁଡାରି ଏନ ଏ ସି ସଦର ମହକୁମା ସ୍ଥିତ ନୂଆ ବସଷ୍ଟାଣ୍ଡ ନିକଟସ୍ଥ ପାର୍ଟି କାର୍ଯ୍ୟାଳୟ ସ୍ଥଳରେ ପାର୍ଟି ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ ଦିବସରେ ଧୂପ ଦୀପ ପୁଷ୍ପ ସହ ଲାଲ ପତାକା ଉତ୍ତାଳନ କରିବା ସହ ସ୍ମୃତି ଚାରଣ କରାଯାଇଥିବା ଦେଖିବାକୁ ମିଳିଥିଲା l ତଥା କଥିତ 1969 ମସିହା ଏପ୍ରିଲ 22 ତାରିଖ ଶ୍ରମିକ, କୃଷକ ଓ ଜମିଦାର ମାନଙ୍କ ମଧ୍ୟରେ ୱେଷ୍ଟବେଙ୍ଗଲର ଦାର୍ଜଲିଂ ଜିଲ୍ଲାର ଏକ ଛୋଟିଆ ଗାଁ ନକ୍ସଲ ବାଡ଼ି ଠାରେ ସହିଦ କମ୍ରେଡ଼ ସାଥି ଚାରୁ ମଜୁମଦାରଙ୍କ ନେତୃତ୍ୱରେ ଏକ ଐତିହାସିକ ପୂର୍ଣ୍ଣ ଆନ୍ଦୋଳନ ସାରା ଭାରତ ବର୍ଷରେ କୋଣେ ଅନୁକୋଣେ ତେଜିଆନ ହୋଇ ଭୋଜପୁର, ଶ୍ରୀକାକୁଲମ, ତେଲେଙ୍ଗାନା, ତଥା କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପହଞ୍ଚି ଜନତାଙ୍କୁ ସଜାଗ କରିଥିଲା l ସେହି ଆନ୍ଦୋଳନରେ ସହିଦ କମ୍ରେଡ ସାଥି ଚାରୁ ମଜୁମଦାର, କମ୍ରେଡ଼ ବିନୋଦ ମିଶ୍ର,କମ୍ରେଡ଼ ଜହର, କମ୍ରେଡ଼ ନାଗଭୁଷଣ ପଟ୍ଟନାୟକଙ୍କ ସହଯୋଗ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଥିଲା l ତାଙ୍କ ସ୍ମୃତି ଓ ସେହି ଦିନକୁ ମନେ ପକାଇ ଆଜି ପାର୍ଟି ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଇଥିଲା l ଉକ୍ତ ପ୍ରତିଷ୍ଠା ଦିବସରେ ରାଜ୍ୟ କମିଟି ସାଥି ବୃନ୍ଦାବନ ବିଡ଼ିକା, ଶ୍ରମିକ ନେତା ତଥା ଗୁଡାରି ବ୍ଲକ ସମ୍ପାଦକ ସମରା ଶବର, ଉର୍ମିଳା ଶବର,କରୁଣାକର ଲିମା, ଯାକବ ମାଝୀ, ସୁବାସ କିମ୍ଵାକା ପ୍ରମୁଖ ଯୋଗଦେଇଥିଲେ l