ପୁରା ଖବର ବିଷୟରେ



ଡ୍ରେନ ନିର୍ମାଣ ରେ ଅନିମୀୟତ ରାସ୍ତା ମଝି ରେ ମଇଳା ପାଣି

Apr 22 2021 7:16PM
ଡ୍ରେନ ନିର୍ମାଣ ରେ ଅନିମୀୟତ ରାସ୍ତା ମଝି ରେ ମଇଳା ପାଣିସାଧାରଣ ଜନତା ଙ୍କ ସୁବିଧା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗମନା ଗମନ ପାଇଁ ରାସ୍ତା, ମଇଳା ଆବର୍ଜନା ପାଣି ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ ଭଳି ଅନେକ ଯୋଜନା କରୁଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି କଲମପୁର ବ୍ଲକ ମଣ୍ଡଳ ପଞ୍ଚାୟତ ଅନ୍ତର୍ଗତ ଭାଟିଗାଁ ଠାରେ । ସର୍ବସାଧାରଣ ବ୍ୟବହାର କରୁଥିବା ନଳକୂପ ରୁ ଡ୍ରେନ ନିର୍ମାଣ ନକରି ଜଣେ ସରକାରୀ କର୍ମଚାରୀ ଙ୍କ ବ୍ୟକ୍ତିଗତ ବ୍ୟବହାର କରୁଥିବା ଗଧିଆ ଘରୁ ଡ୍ରେନ ନିର୍ମାଣ କରିବା କେତେ ଦୂର ଯଥାର୍ଥ। ଚାକିରିଆ ବାବୁ ଙ୍କ ଘରୁ ଯଦି ଡ୍ରେନ ନିର୍ମାଣ ନିହାତି ଆବଶ୍ୟକ ଥିଲା ସର୍ବସାଧାରଣ ବ୍ୟବହାର କରୁଥିବା ନଳକୂପ ଠାରୁ ନିର୍ଗତ ମଇଳା ପାଣି ଡ୍ରେନ ରେ ସଂଯୋଗ କରିବା କଣ ଆବଶ୍ୟକ ନ ଥିଲା କି ବୋଲି ଗ୍ରାମ ବାସୀ ଅଭିଯୋଗ କରନ୍ତି। ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ସ୍ଥିତି ଅନୁଧ୍ୟାନ ନକରି jee , ମଣ୍ଡଳ ପଞ୍ଚାୟତ ନିର୍ବାହୀ ଅଧିକାରୀ,ସରପଂଚ ସରକାରୀ ବାବୁ ଙ୍କ ଘରୁ ଡ୍ରେନ ନିର୍ମାଣ କୁ ଗୁରୁତ୍ଵ ଦେ଼ଇ ସାଧାରଣ କୁଲି ମଜୁରିଆ ବ୍ୟବହାର କରୁଥିବା ନଳକୂପ ଠାରୁ ନିର୍ଗତ ମଇଳା ଆବର୍ଜନା ପାଣି ରାସ୍ତାରେ ଜମା ହୋଇ ଦୁର୍ଗନ୍ଧ ମୟ ପରିବେଶ ହେବା କୁ ଛାଡ଼ି ଦିଆଯାଇଛି । ସରକାରୀ ଅର୍ଥ କୁ ସାଧାରଣ ଜନତା ଙ୍କ ହିତ ହେଉ ଥିବା କାର୍ଯ ରେ ବିନିଯୋଗ କରିବା ସହ ଉକ୍ତ ନିର୍ମାଣ କାର୍ଯ କୁ ଉଚ୍ଚ ପଦାଧିକାରୀ ତତନ୍ତ କରିବା ପାଇଁ ଗ୍ରାମ ବାସୀ ଦାବି କରିଛନ୍ତି....