ପୁରା ଖବର ବିଷୟରେ



ଭାରତରତ୍ନ ଡକ୍ଟର ଭିମରାଓ ଆମ୍ବେଦକର ଙ୍କ 130 ତମ ଜୟନ୍ତୀ ପାଳିତ

Apr 15 2021 10:05AM
ବୀର ପ୍ରସବିନି ଭାରତ ମାତା ର ସୁଯୋଗ୍ୟ ସନ୍ତାନ, ବିଶ୍ୱର ସର୍ବ ବୃହତ ସମ୍ବିଧାନ ର ଜନକ ଭାରତରତ୍ନ ଡକ୍ଟର ଭିମରାଓ ଆମ୍ବେଦକର ଙ୍କ 130 ତମ ଜୟନ୍ତୀ ଆଜି ପୁର ପଲ୍ଲୀ ରେ ଉତ୍ସାହ ର ସହିତ ପାଳନ କରାଯାଇଛି।। ବାବା ସାହେବଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାମାଜିକ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିଥିବା ପ୍ରମୁଖ ବ୍ୟକ୍ତି ବିଶେଷ ଙ୍କ ଉଦ୍ୟମେ ସ୍ଥାନେ ସ୍ଥାନେ ପ୍ରତିମୂର୍ତ୍ତୀ ରେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ରକ୍ତଦାନ ଶିବିର ଭଲି ମହନୀୟ ଉଦ୍ୟମ କରଯାଇ ଜନ୍ମତିଥି ପାଳନ କୁ ସଫଳ କରାଯାଇଛି।। ଏଭଲି କିଛି ଦୃଶ୍ଯ ଗୋଲାମୁଣ୍ଡା ବ୍ଲକ ରେ ଦେଖିବାକୁ ମିଳିଛି।। ଜିଲ୍ଲା ସଭାନେତ୍ରୀ ନିରୁପମା ନାଏକ ଙ୍କ ନେତୃତ୍ୱ ରେ ଦଶପୁର ଗ୍ରାମ ପଞ୍ଚାୟତ ର ଦେକୋଟ ଠାରେ ଜନ୍ମତିଥି ପାଳନ କରାଯାଇଛି, ମୂଖ୍ଯ ଅତିଥି ଭାବେ ଲକ୍ଷ୍ମୀକାନ୍ତ ବାଗ୍, ସମ୍ମାନିତ ଅତିଥିଭାବେ ଦଶପୁର ମଣ୍ଡଳ ସଭାପତି ଲଲିତ ପ୍ରଧାନ ଓ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଉପସ୍ଥିତ ଥିଲେ, ଗ୍ରାମ ର ବୁଦ୍ଧିଜୀବୀ ଏଥିରେ ଭାଗନେଇଥିଲେ।। ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ ଠାରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ବାବା ସାହେବଙ୍କ ଜନ୍ମଦିନ ରେ ଅନେକ ଜୁବଗୋଷ୍ଠୀ, ସ୍ୱେଚ୍ଛାସେବୀ, ଏହି ରକ୍ତଦାନ ଶିବିରରେ ଡୋଲେଶ୍ୱର ଲାହଜଲ, ଯୁଗେଶ ତାଣ୍ଡି, ଅଙ୍କିତ ସେଠି, ଢଗ ନାଏକ, ଲବଣୀ ରାଉତ, ଉମାକାନ୍ତ ସୁନାନି, ମହେଶ୍ୱର ସୁନାନି, ଗୋପୀନାଥ ମହାନନ୍ଦ ବହୁ ସ୍ୱେଚ୍ଛାସେବୀ ସାହାଯ୍ୟ କରିଥିବା ବେଳେ ରାହୁଲ ତାଣ୍ଡି, ଉତ୍ସବ ତାଣ୍ଡି, ଡବ୍ଲୁ ଜାଲ, ସୁଜାତା ନାଏକ,ତପନ ଦୁରିଆ, ମାଧବ ଦୁର୍ଗା, ଅଜୟ ସୁନାନୀ ସହ ସଂଗଠନ ର ବହୁ କର୍ମକର୍ତା ସ୍ୱଇଚ୍ଛାରେ ରକ୍ତଦାନ କରିଥିଲେ I କରୋନା କଟକଣା କୁ ପାଳନ ପୂର୍ବକ ବାବା ସାହେବଙ୍କ ଜନ୍ମ ତିଥି ଅବିସ୍ମରଣୀୟ ଭାବରେ ପାଳନ ଅରାଯାଇଛି।